|
logo
Live
Argus News App
GET APP

Argus News - ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

Crime

Pitabas Panda Murder Mystery / ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

Key Points

ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଳିଛି ।

ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଳିଛି । ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ଵରେ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି ।

ପୋଲିସ ବିକ୍ରମଙ୍କୁ ଉଠାଇ ନେବା ପରେ ବୈଦ୍ୟନାଥପୁର ଥାନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଶିବ ଶଙ୍କରଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରିଥିଲା । ବିଜେଡି ନେତା ମଦନ ଦଳାଇକୁ ମଧ୍ୟ ଉଠାଇ ନେଇଛି ବ୍ରହ୍ମପୁର ପୋଲିସ ।

ଏଥିସହ ପଢ଼ନ୍ତୁ: ଦକ୍ଷିଣାଞ୍ଚଳ IG ଦେଲେ ବଡ଼ ସୁଚନା, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ

ଏବେ ପୋଲିସ କବ୍‌ଜାରେ ଜଣେ ଛାତ୍ର ନେତା ଓ ସାର୍ପ ସୁଟର ଥାନାରେ ଅଟକ ଥିବା ସୂଚନା ମିଳିଛି । ରେକି କରିଥିବା ଦୁର୍ବୃତ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ବିଜେଡିର ଏକାଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ରାଜନୈତିକ ଶତ୍ରୁତାରୁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ଦୃଢ଼ ହୋଇଛି । ହେଲେ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।


ଖୁବଶୀଘ୍ର ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ଖୁଲାସା କରିପାରେ ବ୍ରହ୍ମପୁର ପୋଲିସ । ଏବେ ସୁଦ୍ଧା ପୋଲିସ ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସହ ୭୦ରୁ ଅଧିକ CCTV ଯାଞ୍ଚ କରି ସାରିଲାଣି । ପୀତବାସ ପଣ୍ଡାଙ୍କ ହତ୍ୟାକୁ ୧୭ ଦିନ ବିତି ଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ରହସ୍ୟ ଭିତରେ ରହିଛି । ମଙ୍ଗଳବାର ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ । ଦିନେ ଦୁଇ ଦିନ ଭିତରେ ରହସ୍ୟ ଭିତରୁ ପରଦା ଉଠିବ ।

ଏଥିସହ ପଢ଼ନ୍ତୁ: ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା

ଅକ୍ଟୋବର କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ହେବ ସମୟରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Mystery: ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ | Argus News