Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦକ୍ଷିଣାଞ୍ଚଳ IG ଦେଲେ ବଡ଼ ସୁଚନା, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ

Odisha

Pitabas Panda Murder Case / ଦକ୍ଷିଣାଞ୍ଚଳ IG ଦେଲେ ବଡ଼ ସୁଚନା, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଦକ୍ଷିଣାଞ୍ଚଳ IG ଦେଲେ ବଡ଼ ସୁଚନା, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ

Key Points

ଦକ୍ଷିଣାଞ୍ଚଳ ଆଇଜିଙ୍କ ବୟାନ ପରେ ଚର୍ଚ୍ଚା କିଏ ସେ ହତ୍ୟାକାରୀ ?
କାହିଁକି ପୀତବାସଙ୍କୁ ଗୁଳି କରି ମାରିଲେ ସୁପାରି କିଲର ।
ସୁପାରି ଦେଇଥିବା ଲୋକର ରାଜନୀତି ସହ ଅଛି କି ସଂପର୍କ ?

ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ୧୬ ଦିନ ବିତିଲାଣି । ହେଲେ ଏବେ ବି କିଏ ଓ କାହିଁକି କଲା ମର୍ଡର ତାହା ରହସ୍ୟ ଭିତରେ । ୟାରି ଭିତରେ ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ । ଦିନେ ଦୁଇ ଦିନ ଭିତରେ ରହସ୍ୟ ଭିତରୁ ପରଦା ଉଠିବ । ଏଠି ପ୍ରଶ୍ନ ଉଠୁଛି, ସୁପାରି ଦେଇଥିବା ଲୋକର ରାଜନୀତି ସହ ଅଛି କି ସଂପର୍କ । ନା ବୃତ୍ତିଗତ ନା ବ୍ୟବସାୟିକ ଶତ୍ରୁତା ଥିଲା ମୂଳ କାରଣ ।

ଦକ୍ଷିଣାଞ୍ଚଳ ଆଇଜିଙ୍କ ବୟାନ ପରେ ଚର୍ଚ୍ଚା କିଏ ସେ ହତ୍ୟାକାରୀ ? କାହିଁକି ପୀତବାସଙ୍କୁ ଗୁଳି କରି ମାରିଲେ ସୁପାରି କିଲର । ସୁପାରି ଦେଇଥିବା ଲୋକର ରାଜନୀତି ସହ ଅଛି କି ସଂପର୍କ ? ନା ବୃତ୍ତିଗତ ଓ ବ୍ୟବସାୟିକ ଶତ୍ରୁତା ଥିଲା ମୁଳ କାରଣ ? ଏମିତି ତମାମ ପ୍ରଶ୍ନ ଉପରୁ ଖୁବ ଶୀଘ୍ର ହଟିବ ପରଦା । ଦିନେ ଦୁଇ ଦିନ ମଧ୍ୟରେ ପୀତବାସ ମର୍ଡର ମିଷ୍ଟ୍ରିର ଖୁଲାସା କରିବ ପୋଲିସ ।


ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ମିଳିଥିବା ସୁଚନା ଅନୁସାରେ ବ୍ରହ୍ମପୁର ସହରର ଜଣେ ଚର୍ଚ୍ଚିତ ରାଜନେତାକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଏହି ନେତା ଜଣଙ୍କ ନାଁରେ ପୂର୍ବରୁ ରହିଛି ଅନେକ ଅପରାଧିକ ମାମଲା । ଯଦିଓ ପୋଲିସ ଏନେଇ ମୁହଁ ଖୋଲୁନି ତେବେ ଅନୁମାନ କରାଯାଉଛି ଅଟକ ରାଜନେତାଙ୍କ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ପୀତବାସ ହତ୍ୟାକାଣ୍ଡ ସହ ରହିଛି ଲିଙ୍କ୍ ।

ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ପୋରେଟର ଏବଂ ଜଣେ ଛାତ୍ରନେତାଙ୍କୁ ମଧ୍ୟ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ତେବେ ପୀତବାସଙ୍କ ସହଯୋଗୀ ଆଇନଜୀବୀଙ୍କ କହିବା କଥା ବିଳମ୍ବ ହେଉ ପଛେ ପୋଲିସ ଘଟଣାର ମୂଳ ପର୍ଯ୍ୟନ୍ତ ଯାଇ ସଠିକ ଅପରାଧିଙ୍କ ପାଖରେ ପହଁଞ୍ଚୁ ।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ପୀତବାସ ପଣ୍ଡାଙ୍କୁ ହତ୍ୟାକୁ ପୁରିଲା ୧୬ ଦିନ । ଏହାରି ଭିତରେ ପୋଲିସ ୭୦ରୁ ଅଧିକ ଲୋକଙ୍କୁ ଜେରା କରି ସାରିଥିବା ବେଳେ ୬୦ରୁ ଅଧିକ ସିସିଟିଭିକୁ ଯାଞ୍ଚ କରିଛି । ଏହା ଭିତରେ ରାଜ୍ୟ ବାହାରକୁ ଟିମ ଯାଇ ତଦନ୍ତ କରି ଫେରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Case | Pitabas Panda case: Reason behind killing to be revealed in a day or two | Argus News