Videos
|
Crime

Crime / ମାଂସ ଦୋକାନୀ ରିହାତି ଦେଲା ବୋଲି ସ୍ତ୍ରୀକୁ ଛୁରି ଭୁସିଦେଲା ସ୍ଵାମୀ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ମାଂସ ଦୋକାନୀ ରିହାତି ଦେଲା ବୋଲି ସ୍ତ୍ରୀକୁ ଛୁରି ଭୁସିଦେଲା ସ୍ଵାମୀ

Key Points

ମାଂସ ଦୋକାନୀଙ୍କ ସହ ସ୍ତ୍ରୀର ସମ୍ପର୍କ ଥିବା ସନ୍ଦେହ କରି ସ୍ଵାମୀ ଛୁରି ଭୁସି ଦେଇଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି, ସ୍ତ୍ରୀକୁ ସନ୍ଦେହ କରୁଥିବା ଜୋ ତାଙ୍କ ଖଟର ଡ୍ରୟରରେ ଏକ ଛୁରି ରଖିଥିଲେ । ଆଉ ଜାହୋ ଲିଭିଂ ରୁମ୍‌ରେ ପଶିବା ମାତ୍ରେ ଛୁରି ଭୁସି ଦେଇଥିଲେ ।
ନୂଆଦିଲ୍ଲୀ: କୌଣସି ସାମଗ୍ରୀ କିଣିଲା ବେଳେ ଆମେ ସାଧାରଣତଃ ଦୋକାନୀକୁ ଡିସକାଉଣ୍ଟ ବା ରିହାତ ମାଗୁ । ଏପରିକି ଅନେକ ସମୟରେ ଟଙ୍କା ନ କମାଇଲେ ସାମଗ୍ରୀ ନ ଆଣି ଫେରି ଆସନ୍ତି ଭାରତୀୟ । ଯଦି ଆପଣଙ୍କୁ କେହି ଦୋକାନୀ ନିଜ ଆଡ଼ୁ ରିହାତି ଦେବେ ପୁଣି ନ ମାଗି, ତାହେଲେ ଆପଣ କ'ଣ କରିବେ ?

ଆପଣ ଭାବୁଥିବା ଏଭଳି ପ୍ରଶ୍ନ କ'ଣ ପଚାରିବା କଥା । ଆଜ୍ଞା ହଁ, ଏ ପ୍ରଶ୍ନ ପଚାରିବା ପଛରେ କାରଣ ରହିଛି । କାହିଁକି ନା ରିହାତି ପାଇଁ ଜଣେ ସ୍ଵାମୀ, ସ୍ତ୍ରୀକୁ ଛୁରାମାଡ଼ କରିଛି । ଏଭଳି ଘଟଣା ଘଟିଛି ଚୀନର ଜିଲିନ୍ ପ୍ରଦେଶର ସୋଙ୍ଗୟୁଆନ୍‌ରେ । ଉତ୍ତରପୂର୍ବ ଚୀନରେ ୩ ଦଶନ୍ଧି ତଳେ ବିବାହ କରିଥିବା ସ୍ଵାମୀ, ସ୍ତ୍ରୀକୁ ଛୁରି ଭୁସି ଦେଇଛି । ତାହା ବି ପୁଣି ମାଂସ ଦୋକାନୀ ରିହାତି ଦେବାରୁ ।

ଏଥିସହ ପଢ଼ନ୍ତୁ: ଭଣଜା ସମ୍ପର୍କ ରଖିବାକୁ ମନା କରିବାରୁ ଥାନାରେ ହାତ କାଟିଦେଲେ ମହିଳା

ସୂଚନା ଅନୁସାରେ, ଜୋ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ଜାହୋଙ୍କୁ ଛୁରାମାଡ଼ କରିଛନ୍ତି । ମାଂସ ଦୋକାନୀଙ୍କ ସହ ସ୍ତ୍ରୀର ସମ୍ପର୍କ ଥିବା ସନ୍ଦେହ କରି ସ୍ଵାମୀ ଛୁରି ଭୁସି ଦେଇଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି, ସ୍ତ୍ରୀକୁ ସନ୍ଦେହ କରୁଥିବା ଜୋ ତାଙ୍କ ଖଟର ଡ୍ରୟରରେ ଏକ ଛୁରି ରଖିଥିଲେ । ଆଉ ଜାହୋ ଲିଭିଂ ରୁମ୍‌ରେ ପଶିବା ମାତ୍ରେ ଛୁରି ଭୁସି ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାହୋଙ୍କ ଦେହର ଏକାଧିକ ସ୍ଥାନ କ୍ଷତାକ୍ତ ହୋଇଥିଲା । ତେବେ ଛୁରିମାଡ଼ ପରେ ଉଦାରତା ଦେଖାଇ ସ୍ଵାମୀଙ୍କୁ କ୍ଷମା କରି ଦେଇଛନ୍ତି ଜାହୋ । ସେ କହିଛନ୍ତି, "ଆମ ବିବାହକୁ ୩୦ ବର୍ଷରୁ ଅଧିକ ସମୟ ବିତିଲାଣି । ଆମେ ଭିତରେ ଭଲ ସମ୍ପର୍କ ରହିଛି, କେବେ ବିବାଦ ନାହିଁ । ସ୍ଵାମୀ ବହୁତ ଭଲ, କରୁଥିବା ଆୟ ପରିବାର ହାତକୁ ଟେକି ଦିଅନ୍ତି ।"

ଏଥିସହ ପଢ଼ନ୍ତୁ: ଘର ମାଲିକର କଳା କାରନାମା, ବାଥ୍‌ରୁମ୍‌ ବଲ୍‌ବରେ ଲଗାଇଥିଲେ ଗୁପ୍ତ କ୍ୟାମେରା
 
ଏହି ଛୁରାମାଡ଼ ମାମଲାର ଶୁଣାଣି ସୋଙ୍ଗୟୁଆନ୍‌ ନିଙ୍ଗଜିଆଙ୍ଗ ଜିଲ୍ଲା ପିପୁଲ୍ସ କୋର୍ଟରେ ହୋଇଛି । ଯେଉଁଠି ଜୋ ମାନିଛନ୍ତି ଘରୋଇ କଳହକୁ ନେଇ ସେ ଗତ ମାର୍ଚ୍ଚ ମାସରେ ସ୍ତ୍ରୀଙ୍କୁ ଛୁରାମାଡ଼ କରିଥିଲେ । ଆଉ ମାମଲାରେ କୋର୍ଟ, ଜୋଙ୍କୁ ୧୦ ବର୍ଷ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

Related Topics

Explore more stories