Group Clash / କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଆକ୍ସନ୍ ମୋଡରେ ପୋଲିସ

Key Points
ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୋଲିସ ୬ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି । ହାତୀ ପୋଖରୀ ଛକରେ ହାତାହାତିରେ କଟକ ଡିସିପିଙ୍କ ସହ ୬ ଜଣ ଆହତ ହୋଇଥିଲେ ।
କଟକ: ଭସାଣ ଶୋଭାଯାତ୍ରା ସମୟରେ ଗଣ୍ଡଗୋଳ କରିଥିବା ଲୋକଙ୍କୁ ଚିହ୍ନଟ କରିବା ପରେ ବାନ୍ଧିଲା ପୋଲିସ । ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୋଲିସ ୬ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି । ହାତୀ ପୋଖରୀ ଛକରେ ହାତାହାତିରେ କଟକ ଡିସିପିଙ୍କ ସହ ୬ ଜଣ ଆହତ ହୋଇଥିଲେ ।
ଦୁଇ ଗୋଷ୍ଠୀ ଭସାଣି ଶୋଭାଯାତ୍ରାରେ ମୁହାଁମୁହିଁ ହେବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କଟକ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ପୋଲିସର ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ସିପି । ଏବେ ସ୍ଥିତି ସ୍ଵାଭାବିକ ରହିଥିବା ବେଳେ ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଭସାଣି ବେଳେ କଟକରେ ଗୋଷ୍ଠୀ ସଂଘର୍ଷ; ଡିସିପିଙ୍କ ସହ ଏକାଧିକ ଆହତ
ଗୋଷ୍ଠୀ ସଂଘର୍ଷରେ ଆହତମାନେ ଏବେ ସୁସ୍ଥ ଅଛନ୍ତି । କଟକରେ ଶାନ୍ତି ଫେରାଇବା ପାଇଁ ପୋଲିସ କମିଶନର ଲୋକଙ୍କୁ ଅପିଲ୍ କରିଛନ୍ତି । ଅତିରିକ୍ତ ସିପି ନରସିଂହ ଭୋଳ କହିଛନ୍ତି, "ସମ୍ବେଦନଶୀଳ ସ୍ଥାନ ଉପରେ ଡ୍ରୋନ ଜରିଆରେ ପୋଲିସ ନଜର ରଖିଛି । ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିଭଳି ଭସାଣ ସମୟରେ ସଂଘର୍ଷକୁ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କ ପ୍ରତିକ୍ରିୟା ରଖିଛନ୍ତି । କଟକ ଜିଲ୍ଲାପାଳ କହିଛନ୍ତି, "ପୋଲିସ, ଶାନ୍ତି କମିଟି, ପୂଜା କମିଟି ସହଯୋଗରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇଛି ।" ଏଥିସହ ସହରରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଲୋକଙ୍କୁ ନିବେଦନ କରିଛନ୍ତି ।
📱 Get Argus News App
✨ବିଳମ୍ବିତ ରାତିରେ ହାତୀ ପୋଖରୀ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କଟକ ଡିସିପିଙ୍କ ସହ ଏକାଧିକ ଆହତ ହୋଇଥିଲେ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷରୁ ଢେଲା ପଥର ଓ କାଚ ବୋତଲ ମାଡ଼ କରାଯାଇଥିଲା । ପ୍ରଥମେ ବଚସାରୁ ହାତାହାତି ହୋଇଥିଲେ ଉଭୟ ଗୋଷ୍ଠୀ । ସଂଘର୍ଷ ପରେ ସେଠାରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ସାହି ପରିକ୍ରମା କରି କଟକର ଦେବୀଗଡ଼ା ଘାଟରେ ମାଙ୍କୁ ବିଦାୟ ଦିଆ ଯାଇଥିଲା । ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିଥିଲା ଡ୍ରୋନ୍ । ଏ ବର୍ଷ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଥିଲା କମିଶନରେଟ ପୋଲିସ । ସେହିପରି ଭସାଣି ରୁଟରେ ନଜର ରଖିଥିଲା ମୋଟ ୫ ଶହରୁ ଅଧିକ ସିସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିଥିଲା ପୋଲିସ । ପ୍ରଥମ ଥର ପାଇଁ "CTC 60" ନାମରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।
Related Topics
Explore more stories