Murder On Diwali / ଦୀପାବଳି ରାତିରେ ହତ୍ୟାକାଣ୍ଡ; ନିଶାମୁକ୍ତି କେନ୍ଦ୍ରରେ ତଣ୍ଟି ଚିପିଦେଲେ ଅନ୍ତେବାସୀ
·7 months ago·2 min read

Key Points
ନିଶାମୁକ୍ତି କେନ୍ଦ୍ରରେ ଥିବା ଅନ୍ୟ କିଛି ଅନ୍ତେବାସୀ ରାତିରେ ଝରକା ତାଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । ଝରକା କଡ଼ରେ ଶୋଇଥିବା ସୌମ୍ୟରଞ୍ଜନଙ୍କ ନିଦ ଭାଙ୍ଗି ଯାଇଥିଲା । ଆଉ ସୌମ୍ୟରଞ୍ଜନ ଉଠିଯିବାରୁ ତାଙ୍କୁ ହତ୍ୟା କରିଛନ୍ତି ୪ ଜଣ ଅନ୍ତେବାସୀ ।
କଟକ: ନିଶାମୁକ୍ତି କେନ୍ଦ୍ରରେ ହତ୍ୟା । ଦୀପାବଳି ରାତିରେ ତଣ୍ଟି ଚିପି ମାରିଦେଲେ ଅନ୍ତେବାସୀ । ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି କଟକ ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଗାଁରେ ଥିବା ସମ୍ପର୍କ ନିଶାମୁକ୍ତି କେନ୍ଦ୍ରରେ । ମୃତ ଯୁବକ ହେଉଛନ୍ତି ସୌମ୍ୟରଞ୍ଜନ ଦାସ, ଘର ଖୋର୍ଦ୍ଧା ଅଞ୍ଚଳରେ ।
ପୋଲିସ ସୂଚନା ଅନୁସାରେ, ଯୁବକ ଜଣଙ୍କ ଦୀପାବଳି ରାତିରେ ଶୋଇଥିଲେ । ନିଶାମୁକ୍ତି କେନ୍ଦ୍ରରେ ଥିବା ଅନ୍ୟ କିଛି ଅନ୍ତେବାସୀ ରାତିରେ ଝରକା ତାଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । ଝରକା କଡ଼ରେ ଶୋଇଥିବା ସୌମ୍ୟରଞ୍ଜନଙ୍କ ନିଦ ଭାଙ୍ଗି ଯାଇଥିଲା । ଆଉ ସୌମ୍ୟରଞ୍ଜନ ଉଠିଯିବାରୁ ତାଙ୍କୁ ହତ୍ୟା କରିଛନ୍ତି ୪ ଜଣ ଅନ୍ତେବାସୀ ।
ଏଥିସହ ପଢ଼ନ୍ତୁ: ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା
ଏନେଇ କଟକ ସଦର ଥାନାରେ ମୃତ ସୌମ୍ୟରଞ୍ଜନଙ୍କ ବାପା ଏତଲା ଦେଇଛନ୍ତି । ନିଶାମୁକ୍ତି କେନ୍ଦ୍ରର ୪ ସଦସ୍ୟଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ । ଅଟକ ଥିବା ଯୁବକମାନଙ୍କ ମଧ୍ୟରେ ବଡମ୍ବା ଅଞ୍ଚଳର ରାଜା ବାଟୁଳା, ଧର୍ମଶାଳ ଅଞ୍ଚଳର ରୋହିତ ରଞ୍ଜନ ସାମଲ, ଅଡ଼ଶପୁର ଅଞ୍ଚଳର ଆଶୁତୋଷ ଦାସ ଓ ରମାକାନ୍ତ ସ୍ଵାଇଁଙ୍କୁ ଅଟକ ରଖି ପୋଲିସ ତନାଘନା କରୁଛି ।
ଆଶ୍ରମରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଜବତ କରି ପୋଲିସ ତଦନ୍ତ କରୁଛି । ତେବେ ସୌମ୍ୟଙ୍କ ପରିବାରର ଅଭିଯୋଗ ହେଲା, ପୁଅକୁ ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି । ନିଶାମୁକ୍ତି କେନ୍ଦ୍ରର ଅନ୍ୟ ଅନ୍ତେବାସୀ ମଧ୍ୟ ସେଠାକାର ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଏଥିସହ ପଢ଼ନ୍ତୁ: ମାଂସ ଦୋକାନୀ ରିହାତି ଦେଲା ବୋଲି ସ୍ତ୍ରୀକୁ ଛୁରି ଭୁସିଦେଲା ସ୍ଵାମୀ
ସେମାନେ କହିଛନ୍ତି, "ମାସକୁ ନିଶାମୁକ୍ତି କେନ୍ଦ୍ର ଜଣଙ୍କ ପିଛା ୧୦ ହଜାର ଟଙ୍କା ନେଉଥିବା ବେଳେ ସେହି ଅନୁସାରେ ସେବା ଦେଉ ନାହାନ୍ତି । ଖାଦ୍ୟ ମଧ୍ୟ ଠିକ୍ ଭାବେ ଦିଆଯାଏ ନାହିଁ । ଔଷଧ ମଧ୍ୟ ନିୟମିତ ଦିଅନ୍ତି ନାହିଁ ।" ସମ୍ପର୍କ ନିଶାମୁକ୍ତି କେନ୍ଦ୍ରର ଲାଇସେନ୍ସ ଅଛି ନା ନାହିଁ ସେ ଦିଗରେ ବି ପୋଲିସ ତଦନ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: