Crime In India / ଆଙ୍ଗୁଠି କାଟିଦେଲେ, ଛୁରୀରେ ଭୁସିଲେ, ନାବାଳକ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା

Key Points
ଇମ୍ରାନ ନିଜର ଦୁଇ ପୁଅଙ୍କୁ ଧରି ବୁଲିବାକୁ ଆସିଥିଲେ । ଏହି ସମୟରେ ତାଙ୍କର ଅଟୋ ସାମ୍ନାରେ ଅଟକିଥିଲା ତାଙ୍କର କାର୍ । ସିଲ୍କ ମିଲ୍କ କଲୋନୀ ଅଞ୍ଚଳରେ ଅଟକିଥିଲା କାର ।
୨ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା । ଜଣେ ଥିଲେ ନାବାଳକ ଆଉ ଜଣେ ୧୩ ବର୍ଷର ପୁଅ । ସେମାନଙ୍କ ସାମ୍ନାରେ ବାପାକୁ ଅତି ଘୃଣ୍ୟଭାବେ ଆକ୍ରମଣ କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀ ନଗରରେ ଥିବା ରେଲୱେ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି । ମୃତକ ବ୍ୟକ୍ତି ସାୟଦ ଇମ୍ରାନ ସଫିକ୍ ହେଉଛନ୍ତି ଜଣେ ଅଟୋ ଡ୍ରାଇଭର ।
ଇମ୍ରାନ ନିଜର ଦୁଇ ପୁଅଙ୍କୁ ଧରି ବୁଲିବାକୁ ଆସିଥିଲେ । ଏହି ସମୟରେ ତାଙ୍କର ଅଟୋ ସାମ୍ନାରେ ଅଟକିଥିଲା ତାଙ୍କର କାର୍ । ସିଲ୍କ ମିଲ୍କ କଲୋନୀ ଅଞ୍ଚଳରେ ଅଟକିଥିଲା କାର । ଏହି ସମୟରେ କାର ଭିତରୁ ୫ରୁ ୬ ଜଣ ବାହାରିଥିଲେ ଆଉ ସେହି ଅଟୋ ଡ୍ରାଇଭରଙ୍କୁ ଜୋର ଜବରଦସ୍ତ ଅଟୋରୁ ବାହାର କରିଥିଲେ । ଏକଦମ ଫିଲ୍ମ ଷ୍ଟାଇଲରେ ସେମାନେ କାରରୁ ବାହାରି ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରିବାକୁ ଲାଗିଥିଲେ ।
ପରେପରେ ତାଙ୍କୁ ତାଙ୍କ ପିଲାଙ୍କ ଆଗରେ ପିଟିବାକୁ ଲାଗିଥିଲେ । ନିଜକୁ ରକ୍ଷା କରିବା ପାଇଁ ଡ୍ରାଇଭର ସେମାନଙ୍କ ହାତରେ ଥିବା ଅସ୍ତ୍ର ଛଡାଇବାକୁ ଲାଗିଥିଲେ । ହେଲେ ସେହି ଦୁର୍ବୃତ୍ତମାନେ ଜୋର ଜବରଦସ୍ତ ଡ୍ରାଇଭରର ହାତ ଆଙ୍ଗୁଠିକୁ କାଟି ଦେଇଥିଲେ । ହାତର ପାପୁଲିକୁ କାଟି ଦେଇଥିଲେ । ଆଉ ବାରମ୍ବାର ତାଙ୍କର ମୁଣ୍ଡ ଆଉ ବେକରେ ଦେଇଥିଲେ ଗଭୀର ପାହାର ।
ଅଧିକ ପଢନ୍ତୁ : ମିଛ କେସ୍ରେ ଫସାଇଲେ, ପୁଣି ପିଟିଲେ, ଡିଭୋର୍ସ ନଦେଇ ଝିଅକୁ କରାଇଲେ ଦ୍ଵିତୀୟ ବିବାହ
📱 Get Argus News App
✨ତାପରେ ତାଙ୍କୁ ବାରମ୍ବାର ଛୁରୀ ଭୁସି ଓଭର ବ୍ରିଜ ତଳେ ଫୋପାଡି ଚାଲି ଯାଇଥିଲେ । ତେବେ ଘଟଣା ପୋଲିସ ଅଧିନରେ ରହିଛି । ପୋଲିସ ମୁତାବକ, କୌଣସି ପୂର୍ବ ଶତ୍ରୁତାକୁ ନେଇ ସେମାନେ ଏପରି ଆକ୍ରମଣ କରିଛନ୍ତି । ତେବେ ଘଟଣା ଘଟିବାର ୯ ଘଣ୍ଟା ମଧ୍ୟରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି ।
ଆହୁରି ମଧ୍ୟ ପୋଲିସ କହିଛି ଯେ, ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ମୁଜୀବଙ୍କ ଭାଇ ସଦ୍ଦାମ ହୁସେନ ମୋଇନୁଦ୍ଦିନ ଏବଂ ତାଙ୍କ ଶଳା ଶେଖ ଇରଫାନ ଶେଖ ସୁଲେମାନ।
Related Topics
Explore more stories