Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିଛ କେସ୍‌ରେ ଫସାଇଲେ, ପୁଣି ପିଟିଲେ, ଡିଭୋର୍ସ ନଦେଇ ଝିଅକୁ କରାଇଲେ ଦ୍ଵିତୀୟ ବିବାହ

Crime

Crime In India / ମିଛ କେସ୍‌ରେ ଫସାଇଲେ, ପୁଣି ପିଟିଲେ, ଡିଭୋର୍ସ ନଦେଇ ଝିଅକୁ କରାଇଲେ ଦ୍ଵିତୀୟ ବିବାହ

Swoyang prajna Mishra
Browse all articles by Swoyang prajna Mishra
·6 months ago·2 min read
ମିଛ କେସ୍‌ରେ ଫସାଇଲେ, ପୁଣି ପିଟିଲେ, ଡିଭୋର୍ସ ନଦେଇ ଝିଅକୁ କରାଇଲେ ଦ୍ଵିତୀୟ ବିବାହ

Key Points

ବାରମ୍ଵାର ପିଟୁଥିଲେ, ଆଉ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜ ବାହାଘରର ଫଟୋ ଡିଲିଟ୍ କରିବାକୁ ବାଧ୍ୟ କରିଥିଲେ । ପିଟୁଥିବା ଲୋକାମାନେ ଥିଲେ କୁନାଲଙ୍କ ଶଶୁରଘର ଲୋକେ । ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାମ ସାରି ଘରକୁ ଫେରୁଥିଲେ କୁନାଲ । ହେଲେ ହଠାତ ତାଙ୍କୁ ଘେରି ଯାଇ ପିଟିବାକୁ ଲାଗିଥିଲେ କିଛିଲୋକେ । ଆଉ ତାଙ୍କର ହାତ ଗୋଡ ଭାଙ୍ଗିଯାଇଥିଲେ । ବାରମ୍ଵାର ପିଟୁଥିଲେ, ଆଉ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜ ବାହାଘରର ଫଟୋ ଡିଲିଟ୍ କରିବାକୁ ବାଧ୍ୟ କରିଥିଲେ । ପିଟୁଥିବା ଲୋକାମାନେ ଥିଲେ କୁନାଲଙ୍କ ଶଶୁରଘର ଲୋକେ । ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହରିୟାନାର କୁନାଲ ୨୬ ଜୁନ ୨୦୨୪ରେ ତାଙ୍କର ଗାର୍ଲଫ୍ରେଣ୍ଡ କୋମଲ ଗୋସ୍ଵାମୀକୁ ତାଙ୍କ (କୁନାଲ) ଶାଶୁଙ୍କ ଇଚ୍ଛା ବିରୋଧରେ ବିବାହ କରିଥିଲେ। ବିବାହର ୩ ରୁ ୪ ମାସ ପରେ କୋମଲ ନିଜ ସ୍ଵାମୀ କୁନାଲଙ୍କୁ ଛାଡି ତାଙ୍କ ନିଜ ବାପ ଘରକୁ ଚାଲିଗଲେ ।


କୁନାଲଙ୍କ ମତ ଅନୁଯାୟୀ , 'କୋମଲଙ୍କ ବାପା ମାଆ , ଆମ ବିବାହ ପରେ ମୋ ସହ ଅନେକ ଥର ଝଗଡା କରିଥିଲେ । ଆଉ ମିଛରେ କୋମଲର ଜେଜେମାଙ୍କ ଦେହ ଅସୁସ୍ଥ ଥିବା କହି ତାକୁ ମୋଠାରୁ ନେଇଗଲେ ' । ପରେ କୋମଲ କୁନାଲଙ୍କ ବିରୋଧରେ ଘରୋଇ ହିଂସାର ମାମଲା ରୁଜୁ କରି ତାଙ୍କୁ ମାସିକ ୩୦ ହଜାର ଟଙ୍କା ଭରଣପୋଷଣ ପାଇଁ ଦାବି କରିଥିଲେ, କିନ୍ତୁ ତାଙ୍କର ମାସିକ ଦରମା ୧୨ ହଜାର ଅଟେ ।

ଅଧିକ ପଢନ୍ତୁ : ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ସେପଟେ କୋମଲଙ୍କ ବିବାହ ତାଙ୍କ ପରିବାର ଲୋକେ ଅନ୍ୟ ଗୋଟେ ପୁଅ ସହ କରାଇଦେଇଥିଲେ । ଆଉ ୨୪ ସେପ୍ଟେମ୍ବରରେ କୁନାଲ ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ବାଇକରେ କୋମଲଙ୍କ ପରିବାର ଲୋକେ ଆସି ତାଙ୍କୁ ମାଡ ମାରିଥିଲେ । ଆଉ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କ ଫଟୋ ଡିଲିଟ୍ କରିବାକୁ କହିଥିଲେ । ଯାହାକୁ ନେଇ କୁନାଲ କହିଥିଲେ, କେମିତି ଡିଭୋର୍ସ ନଦେଇକି ଅନ୍ୟ କେଉଁ ପୁଅ ସହ ତାର ବିବାହ କରୁଛନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ : ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ


ହେଲେ ତାଙ୍କ ଶଶୁର ଘର ପରିବାର ଲୋକେ ତାଙ୍କ କଥା ଶୁଣିନଥିଲେ, ଆଉ ତାଙ୍କୁ ପିଟିଥିଲେ । ଯେଉଁଥିରେ କୁନାଲ ଗଭୀର ଆହତ ହେବାପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ତାଙ୍କର ମାମଲା କୋର୍ଟରେ ଶୁଣାଣି ଚାଲିଛି। ଆଗାମୀ ଶୁଣାଣୀ ୨୫ ଅକ୍ଟୋବରରେ ରହିଛି । କୁନାଲଙ୍କ ବାପାଙ୍କ ଅଭିଯୋଗ ପରେ କୋମଲଙ୍କ ପରିବାର ଲୋକଙ୍କ ନାଁ ଅଭିଯୋଗ ଦାଖଲ କରାଯାଇଛି ।

Related Topics

Explore more stories

Sponsored
His In-Laws Got His Wife Married Again without divorce | Argus News