Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Killer Escaped on Parole / ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍‌ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର

Sushanta Sahoo
Browse all articles by Sushanta Sahoo
·7 months ago·2 min read
ହତ୍ୟା ଦୋଷୀ ସାବ୍ୟସ୍ତ ପରେ ପାରୋଲ୍‌ରେ ଯାଇ ହୋଇଥିଲା ଫେରାର୍; ୩ ଦଶନ୍ଧି ପରେ ଖୋଲିଲା ଗୁମର

Key Points

ପୋଲିସ ପ୍ରଦୀପର ଅନ୍ୟ ଜଣେ ଭାଇ ସୁରେଶକୁ ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା ଅସଲ ସତ । ପ୍ରଦୀପ ନିଜ ନାଁ ସହ ଧର୍ମ ଓ ପରିଚୟ ବଦଳାଇ ଅନ୍ୟତ୍ର ରହୁଥିବା କହିଥିଲା ସୁରେଶ ।
ଲକ୍ଷ୍ନୌ: ଭାଇକୁ ମାରିଲା, ବେଶ ବଦଳାଇ ଲୁଚିଲା । ୩୬ ବର୍ଷ ପରେ ସାମ୍ନାକୁ ଆସିଲା ସତ । ନିଜ ଭାଇକୁ ହତ୍ୟା ପରେ କୋର୍ଟ ଶୁଣାଇଥିଲେ ଆଜୀବନ କାରାଦଣ୍ଡ । ହେଲେ ହତ୍ୟା ଦୋଷୀ ପାରୋଲ୍‌ରେ ଜେଲ୍‌ରୁ ବାହାରିବା ପରେ ଫେରାର୍ ହୋଇଗଲା । ଜେଲ୍‌ରୁ ରକ୍ଷା ପାଇବା ପାଇଁ ଧର୍ମ ବି ବଦଳାଇଦେଲା । ହିନ୍ଦୁରୁ ହୋଇଗଲା ମୁସଲମାନ । ନାଁ ସହ ପରିବର୍ତ୍ତନ କରିଦେଲା ବେଶଭୂଷା । କୁହାଯାଏ ଅପରାଧୀ ଯେତେ ଚାଲାକ୍ ହେଲେ ବି ଆଇନ୍‌ର ହାତ କିନ୍ତୁ ଲମ୍ବା ।

ଶେଷରେ ୩ ଦଶନ୍ଧି ଅର୍ଥାତ୍ ୩୬ ବର୍ଷ ପରେ ପୁଣି ପୋଲିସ ହାତରେ ଧରାପଡ଼ିଛି ହତ୍ୟା ଅଭିଯୁକ୍ତ । ଉତ୍ତରପ୍ରଦେଶ ବରେଲିର ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସେତେବେଳର ପ୍ରଦୀପ ସକ୍ସେନା ଏବେ ଅବ୍ଦୁଲ୍ ରହିମ ନାଁରେ ପରିଚିତ ଥିବା ବେଳେ ପୋଲିସ ତାକୁ ଧରିବାରେ ସଫଳ ହୋଇଛି ।

ଏଥିସହ ପଢ଼ନ୍ତୁ: ଦୋକାନ ଗଣ୍ଡଗୋଳରୁ ଗାଁ ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା; ୨ ଦଶନ୍ଧି ହେଲା ସୁରତରେ ଛପିଥିଲା ମୁଖ୍ୟ ଅଭିଯୁକ୍ତ

ପୋଲିସ ଅନୁସାରେ, ୧୯୮୭ରେ ତା ଭାଇକୁ ହତ୍ୟା ଅଭିଯୋଗରେ ପ୍ରଦୀପ ଧରାପଡ଼ିଥିଲା । ୧୯୮୯ରେ କୋର୍ଟ ତାକୁ ଆଜୀବନ ସଜ୍ଜା ଶୁଣାଇବା ପରେ ପାରୋଲ୍‌ରେ ଜେଲ୍‌ରୁ ବାହାରି ଖସି ଯାଇଥିଲା ପ୍ରଦୀପ । ମୋରଦାବାଦ ଯାଇ ସେଠାରେ ଧର୍ମ ସହ ଚେହେରା ବଦଳାଇ ଦେଇଥିଲା । ଲମ୍ବା ଦାଢ଼ି ରଖି ଅଟୋ ଚଳାଉଥିଲା । ନାଁ ସହ ଧର୍ମ ବଦଳାଇ ଦେଇଥିଲା ହେଲେ ତା' କଲା କର୍ମ ପୁଣି ଥରେ ତାକୁ ହାତ କଡ଼ି ପିନ୍ଧାଇଛି ।

କେମିତି ଧରିଲା ପୋଲିସ ?

ଗତ ଅକ୍ଟୋବର ୧୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ ୪ ସପ୍ତାହ ଭିତରେ ପ୍ରଦୀପ ସକ୍ସେନାକୁ ହାଜର କର । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ପୋଲିସ ଖୋଲିଥିଲା ୩୬ ବର୍ଷ ତଳର ଫାଇଲ୍ । ଆଉ ଫେରାର୍ ପ୍ରଦୀପ ସକ୍ସେନାକୁ ଧରିବା ଲାଗି ଘଠନ କରିଥିଲା ସ୍ଵତନ୍ତ୍ର ଟିମ୍ ।

ଏଥିସହ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

ପୋଲିସ ପ୍ରଦୀପର ଅନ୍ୟ ଜଣେ ଭାଇ ସୁରେଶକୁ ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା ଅସଲ ସତ । ପ୍ରଦୀପ ନିଜ ନାଁ ସହ ଧର୍ମ ଓ ପରିଚୟ ବଦଳାଇ ଅନ୍ୟତ୍ର ରହୁଥିବା କହିଥିଲା ସୁରେଶ । ପରେ ପୋଲିସ ଆଗକୁ ବଢ଼ିଥିଲା, ବେଶ ବଦଳାଇ ଅବ୍ଦୁଲ୍ ପାଲଟିଥିବା ପ୍ରଦୀପ କାମରେ ବରେଲି ଆସୁଥାଏ । ଭାବୁଥାଏ ପୋଲିସ ସବୁ ଭୁଲି ଯାଇଛି । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ତାକୁ ହିଁ ଖୋଜୁଥିଲା । ଆଉ ବରେଲି ଆସିବା ମାତ୍ରେ ମାଡ଼ି ବସିଥିଲା ।

ଗିରଫ ପରେ ପ୍ରଦୀପ ସବୁ ସତ ମାନିଛି । ସ୍ଵୀକାର କରିଛି ସେ ୧୯୮୯ରେ ପାରୋଲ୍‌ରେ ଯାଇ ମୋରଦାବାଦରେ ଲୁଚିଥିଲା । ସେଠାରେ ୨୦୦୨ରେ କୋର୍ଟଙ୍କ ଦଣ୍ଡରୁ ବଞ୍ଚିବା ପାଇଁ ଦର୍ମ ପରିବର୍ତ୍ତନ କରିଥିଲା । ଏବେ ଗିରଫ ପରେ ପ୍ରଦୀପ ସକ୍ସେନାକୁ ପୋଲିସ କୋର୍ଟ ଚାଲାଣ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fugitive Murder Convict Arrested After 36 Years on the Run | Argus News | Argus News