Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୋକାନ ଗଣ୍ଡଗୋଳରୁ ଗାଁ ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା; ୨ ଦଶନ୍ଧି ହେଲା ସୁରତରେ ଛପିଥିଲା ମୁଖ୍ୟ ଅଭିଯୁକ୍ତ

Crime

Crime In Odisha / ଦୋକାନ ଗଣ୍ଡଗୋଳରୁ ଗାଁ ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା; ୨ ଦଶନ୍ଧି ହେଲା ସୁରତରେ ଛପିଥିଲା ମୁଖ୍ୟ ଅଭିଯୁକ୍ତ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଦୋକାନ ଗଣ୍ଡଗୋଳରୁ ଗାଁ ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା; ୨ ଦଶନ୍ଧି ହେଲା ସୁରତରେ ଛପିଥିଲା ମୁଖ୍ୟ ଅଭିଯୁକ୍ତ

Key Points

୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ସୁରତରେ ଛପିଥିବା ବେଳେ ମାଡ଼ି ବସିଲା ପୋଲିସ । ୨ ଦଶନ୍ଧି ତଳର ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି ପୋଲିସ ।
ଆସିକା (ଗଞ୍ଜାମ): ଗାଁରେ ହାଣିଲା, ସୁରତରେ ଲୁଚିଲା । ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ସୁରତରେ ଛପିଥିବା ବେଳେ ମାଡ଼ି ବସିଲା ପୋଲିସ । ୨ ଦଶନ୍ଧି ତଳର ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୋଲିସ ।

ଗୁଜରାଟର ସୁରତରୁ ଧରାପଡ଼ିଛି ୨୨ ବର୍ଷ ତଳେ ହୋଇଥିବା ବୀଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଚିନ୍ଦ୍ର ସାହାଣୀ । ସୂଚନା ଅନୁସାରେ, ୨୦୦୩ ମସିହା ମାର୍ଚ୍ଚ ୨୫ ତାରିଖର ଅପରାହ୍ଣରେ ଗଞ୍ଜାମ ଜିଲ୍ଲାର ତତ୍କାଳୀନ କବିସୂର୍ଯ୍ୟନଗର ଥାନା ପାଟିଗଡ଼ ଗାଁରେ ମୁଣ୍ଡ ଗଡ଼ିଥିଲା ।

ଏଥିସହ ପଢ଼ନ୍ତୁ: ସ୍ଵାମୀ ପରିତ୍ୟକ୍ତାଙ୍କୁ ପ୍ରେମରେ ଫସାଇଲା; ବିବାହର ଲୋଭ ଦେଖାଇ ଜଙ୍ଗଲରେ ତଣ୍ଟି ଚିପିଦେଲା ହୋମଗାର୍ଡ

ସେତେବେଳେ ପାଟିଗଡ଼ ଗାଁରେ ଦୋକାନ ଦେଇଥିଲେ ଉଭୟ ମୃତକ ଓ ମୁଖ୍ୟ ଅଭିଯୁକ୍ତ । ମୃତକ ଲିଙ୍ଗରାଜ ପାତ୍ର ଏବଂ ମୁଖ୍ୟ ଅଭିଯୁକ୍ତ ସଚିନ୍ଦ୍ର ସାହାଣୀଙ୍କ ଦୋକାନ ଥିଲା । କୌଣସି କଥାକୁ ନେଇ ଉଭୟ ମୁହାଁମୁହିଁ ହେବା ପରେ ୨୦୦୩ ମାର୍ଚ୍ଚ ୨୫ ଅପରାହ୍ଣରେ ଗାଁ ଦାଣ୍ଡରେ ଲିଙ୍ଗରାଜଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଥିଲେ ସଚିନ୍ଦ୍ର ଓ ତାର ୬ ସହଯୋଗୀ ।

ଗାଁ ଦାଣ୍ଡରେ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ସହଯୋଗୀମାନଙ୍କ ସହ ସଚିନ୍ଦ୍ର ଫେରାର୍ ହୋଇ ଯାଇଥିଲା । ହତ୍ୟାକାଣ୍ଡ ନେଇ ତତ୍କାଳୀନ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପୋଲିସ ମଧ୍ୟ ହତ୍ୟା ଅଭିଯୋଗରେ କିଛି ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଚିନ୍ଦ୍ର ଓ ଅନ୍ୟ ଜଣେ ସେବେଠୁ ଫେରାର୍ ଥିଲେ ।

ଏଥିସହ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

ଇତି ମଧ୍ୟରେ ଲିଙ୍ଗରାଜଙ୍କ ହତ୍ୟାକୁ ୨୨ ବର୍ଷ ବିତିଛି । ଫେରାର୍ ଅଭିଯୁକ୍ତଙ୍କୁ ଧରିବାକୁ ପୋଲସରା ଥାନାରେ ବାରମ୍ବାର ଗୁହାରି କରିଛନ୍ତି ଲିଙ୍ଗରାଜଙ୍କ ପରିବାର । ଶେଷରେ ପୋଲିସ ଫେରାର୍ ମୁଖ୍ୟ ଅଭିଯୁକ୍ତ ସଚିନ୍ଦ୍ରଙ୍କୁ ସୁରତରୁ ଗିରଫ କରିବାରେ ସଫଳ ହୋଇଛି ।

ଗୁଜରାଟରୁ ଗିରଫ ପରେ ସଚିନ୍ଦ୍ରକୁ ପୋଲସରା ଥାନାକୁ ଆଣି କୋର୍ଟ ଚାଲାଣ କରାଯାଇଛି । ଏବେବି ଏହି ହତ୍ୟା ମାମଲାର ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି । ଫେରାର୍ ଥିବା ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ମୃତ ଲିଙ୍ଗରାଜଙ୍କ ସମ୍ପର୍କୀୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
22-Year-Old Odisha Murder Case: Main Accused Held in Surat | Argus News | Argus News