Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Hindu Killed / ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା; ସାମ୍ବାଦିକଙ୍କୁ ଗୁଳି କଲେ, ବ୍ୟବସାୟୀଙ୍କୁ ହାଣିଦେଲେ
Hindu Journalist, Businessman Murdered in Bangladesh

Key Points

୨୪ ଘଣ୍ଟା ଭିତରେ ବାଂଲାଦେଶରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ସୋମବାର ସନ୍ଧ୍ୟାରେ ମଣିରାମପୁରର କୋପାଲିଆ ବଜାରରେ ଜଣେ ହିନ୍ଦୁ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଢାକା: ହିନ୍ଦୁଙ୍କ ବିରୋଧରେ ବାଂଲାଦେଶରେ ହିଂସା ଥମିବାର ନାଁ ନେଉନି । ୨୪ ଘଣ୍ଟା ଭିତରେ ବାଂଲାଦେଶରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ସୋମବାର ସନ୍ଧ୍ୟାରେ ମଣିରାମପୁରର କୋପାଲିଆ ବଜାରରେ ଜଣେ ହିନ୍ଦୁ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ସେହିଭଳି ସୋମବାର ରାତିରେ ନରସିନ୍ଦି ଜିଲ୍ଲାର ପୋଲାଶରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଭୀବତ୍ସ ହତ୍ୟା କରିଛନ୍ତି ବାଂଲାଦେଶୀ । ଗତ ୩ ସପ୍ତାହ ମଧ୍ୟରେ ବାଂଲାଦେଶରେ ୬ ଜଣ ହିନ୍ଦୁ ଆକ୍ରମଣର ଶିକାର ହୋଇ ଆଖି ବୁଜିଲେଣି ।

ଫଳରେ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ୧୮ ଦିନରେ ୬ ହିନ୍ଦୁଙ୍କୁ ହତ୍ୟା ସାର୍ବଜନୀନ ଭାବେ କରାଯାଉଛି । ନିୟମିତ ବ୍ୟବଧ୍ୟାନରେ ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି ।

ଏଥିସହ ପଢ଼ନ୍ତୁ: ଆମେରିକାର ଭେନେଜୁଏଲା ଆକ୍ରମଣ ପରେ କିମ୍ ଜୋଙ୍ଗ ଉନ୍‌ଙ୍କ ବଡ଼ ଘୋଷଣା

ସୋମବାର ସନ୍ଧ୍ୟାରେ ସାମ୍ବାଦିକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଖବର ଅନୁସାରେ, ବରଫ କଳ ବାହାରକୁ ରାଣାଙ୍କୁ କିଛି ଲୋକ ଡାକିଥିଲେ । ସେ ବାହାରକୁ ଆସିବା ମାତ୍ରେ ତାଙ୍କୁ ଗୁଳି କରି ପଳାଇଥିଲେ ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ଦୁର୍ବୃତ୍ତ ବାଇକ୍‌ରେ ଆସି ରାଣା ପ୍ରତାପଙ୍କ ସହ ଯୁକ୍ତିତର୍କ କରିଥିଲେ । ଝଗଡ଼ା ପରେ ଏକାଧିକ ରାଉଣ୍ଡ ଫାୟାରିଂ କରିଥିଲେ । ରାଣାଙ୍କ ତଣ୍ଟି ମଧ୍ୟ କାଟି ଦେଇଥିବା ଜଣାପଡ଼ିଛି । ରାଣାଙ୍କ ମୁଣ୍ଡକୁ ତିନିଥର ଗୁଳି କରାଯାଇଛି ।

ସୂଚନା ଅନୁସାରେ, ରାଣା ପ୍ରତାପ ସ୍ଥାନୀୟ ଏକ ଖବର କାଗଜର ସମ୍ପାଦକ ଥିଲେ । ଅନ୍ୟାୟ ବିରୋଧରେ ସେ ଲଢ଼େଇ କରୁଥିଲେ । ହୁଏତ ସେଥିପାଇଁ ଆକ୍ରୋଶ ରଖି ତାଙ୍କୁ ଗୁଳି କରାଯାଇଥାଇପାରେ ।

ସେହିଭଳି ଚୋରସିନ୍ଦୂର ବଜାରରେ ଜଣେ ଗ୍ରସରୀ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ଦୁର୍ବୃତ୍ତ ଅଚାନକ ଆସି ବ୍ୟବସାୟୀ ମୋନି ଚକ୍ରବର୍ତ୍ତୀଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ମୋନିଙ୍କୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲ୍ ନିଆ ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ; ଭିତରକୁ ଛାଡ଼ିଲେନି କି ଚେୟାର୍ ଦେଲେନି ଜିଲ୍ଲାପାଳ

ମାତ୍ର ୩ ସପ୍ତାହ ମଧ୍ୟରେ ବାଂଲାଦେଶରେ ଏଭଳି ଭାବେ ୬ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ଯେଉଁଥିରେ ରାଣା ପ୍ରତାପଙ୍କ ଦୀପୁ ଦାସ, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ଵାସ ଓ ଖୋକୋନ ଦାସଙ୍କ ଜୀବନ ଯାଇଛି । ଦୀପୁ ଦାସ ଓ ଖୋକୋନ ଦାସଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ବାଂଲାଦେଶୀ ।

ନିୟମିତ ଭାବେ ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି । ଯାହା ସେଠାକାର ହିନ୍ଦୁ ସମ୍ପ୍ରଦାୟ ଭିତରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଲୋକେ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରୁଛନ୍ତି । ୬ ହତ୍ୟାକାଣ୍ଡର ତଦନ୍ତ ପୋଲିସ କରୁଥିବା ବେଳେ ଏବେ ପର୍ଯ୍ୟନ୍ତ ସେଭଳି ବଡ଼ଧରଣର ଗିରଫଦାରୀ ହୋଇ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindus Killed Again in Bangladesh, Journalist Shot Dead | Argus News | Argus News