|
logo
Live
Argus News App
GET APP

Argus News - ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ; ଭିତରକୁ ଛାଡ଼ିଲେନି କି ଚେୟାର୍ ଦେଲେନି ଜିଲ୍ଲାପାଳ

Odisha

Officials Denied Entry / ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ; ଭିତରକୁ ଛାଡ଼ିଲେନି କି ଚେୟାର୍ ଦେଲେନି ଜିଲ୍ଲାପାଳ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ; ଭିତରକୁ ଛାଡ଼ିଲେନି କି ଚେୟାର୍ ଦେଲେନି ଜିଲ୍ଲାପାଳ
No Entry for Late Officials

Key Points

ଜନ ଶୁଣାଣି ପାଇଁ ନିର୍ଦ୍ଧାରିତ ସମୟ ଦିନ ୧୦ଟାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚିଥିଲେ । ହେଲେ ଜିଲ୍ଲାପାଳ ପହଞ୍ଚିବା ବେଳକୁ ନଥିଲେ ଅଧିକାଂଶ ଜିଲ୍ଲାସ୍ତରୀୟ । ଫଳରେ ଅନେକ ଚେୟାର୍ ଫାଙ୍କା ପଡ଼ିଥିଲା ।
ରାୟଗଡ଼ା: ମାସର ପ୍ରଥମ ସୋମବାର । ଜିଲ୍ଲା ମୁଖ୍ୟାଳୟରେ ଥିଲା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି । ଶୀତୁଆ ସକାଳରେ ଅଭିଯୋଗ ନେଇ ଲୋକେ ଜିଲ୍ଲାପାଳଙ୍କ ପାଖକୁ ଧାଇଁ ଆସିଥିଲେ । ଅଭିଯୋଗ ଶୁଣିବା ପାଇଁ ଜିଲ୍ଲାପାଳ ବି ସମୟରେ ଆସିଲେ । ହେଲେ ଜିଲ୍ଲାର ଅନ୍ୟ ବିଭାଗର ଅଧିକାରୀ ଠିକ୍ ସମୟରେ ପହଞ୍ଚି ନଥିଲେ ।

ଯାହାକୁ ନେଇ ଖପ୍ପା ହୋଇଥିଲେ ରାୟଗଡ଼ା ଜିଲ୍ଲାପାଳ । ଆଉ ବିଳମ୍ବରେ ଜଣଶୁଣାଣିକୁ ଆସୁଥିବା ଅଧିକାରୀଙ୍କୁ ପ୍ରବେଶ ଲାଗି ଅନୁମତି ଦେଇନଥିଲେ । ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏଥିସହ ପଢ଼ନ୍ତୁ: ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା; ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାପାଳ ଅଭିଯୋଗ ଶୁଣାଣି କରୁଥିବା ବେଳେ ବାହାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ DRCS, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼ା ବିଡିଓ, ଜଙ୍ଗଲ ବିଭାଗର ଏସିଏଫ୍, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ ଅନ୍ୟ କିଛି ଅଧିକାରୀ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।

ଜନ ଶୁଣାଣି ପାଇଁ ନିର୍ଦ୍ଧାରିତ ସମୟ ଦିନ ୧୦ଟାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚିଥିଲେ । ହେଲେ ଜିଲ୍ଲାପାଳ ପହଞ୍ଚିବା ବେଳକୁ ନଥିଲେ ଅଧିକାଂଶ ଜିଲ୍ଲାସ୍ତରୀୟ । ଫଳରେ ଅନେକ ଚେୟାର୍ ଫାଙ୍କା ପଡ଼ିଥିଲା ।ଜନ ଶୁଣାଣି ପାଇଁ ନିର୍ଦ୍ଧାରିତ ସମୟ ଦିନ ୧୦ଟାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚିଥିଲେ । ହେଲେ ଜିଲ୍ଲାପାଳ ପହଞ୍ଚିବା ବେଳକୁ ନଥିଲେ ଅଧିକାଂଶ ଜିଲ୍ଲାସ୍ତରୀୟ । ଫଳରେ ଅନେକ ଚେୟାର୍ ଫାଙ୍କା ପଡ଼ିଥିଲା । ସଙ୍ଗେ ସଙ୍ଗେ ଜିଲ୍ଲାପାଳ ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ଡାକି ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ନ ଛାଡ଼ିବା ପାଇଁ ନିର୍ଦେଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

ଏପରିକି ରାୟଗଡ଼ା ଉପଜିଲ୍ଲାପାଳଙ୍କୁ ମଧ୍ୟ ଭିତରକୁ ଛଡ଼ା ଯାଇନଥିଲା । ଫଳରେ ସମସ୍ତ ଅଧିକାରୀ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲରେ ବସି ରହିଥିବା ଦେଖିବାକୁ ମିଳିଛି । ବିଳମ୍ବରେ ଆସିଥିବା ଜଣେ ଅଧିକାରୀ କହିଛନ୍ତି, "ଆମେ ୧୦ଟା ୧୫ରେ ପହଞ୍ଚିଥିଲୁ । ଜିଲ୍ଲାପାଳଙ୍କ ସୁରକ୍ଷା କର୍ମୀ ଆମକୁ ଭିତରକୁ ଯିବାକୁ ମନା କଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହୁଏତ ମନା କରିଥିବେ ।" ତେବେ ଗାଡ଼ି ପାର୍କିଂ ପାଇଁ ବିଳମ୍ବ ହୋଇଥିବା ଅଧିକାରୀ ଜଣଙ୍କ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Officials Denied Entry: ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ; ଭିତରକୁ ଛାଡ଼ିଲେନି କି ଚେୟାର୍ ଦେଲେନି ଜିଲ୍ଲାପାଳ | Argus News