Crime In Odisha / ବାଂଲାଦେଶୀଙ୍କ ସର୍ଦ୍ଦାର ସାଜିଥିଲା ସିକନ୍ଦର; ଜଗତସିଂହପୁର ଆଣି କରୁଥିଲା ଥଇଥାନ
·4 months ago·2 min read

Key Points
ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏସଓପି ଅନୁସାରେ ପୋଲିସ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତି ସିକନ୍ଦର ଫେରାର୍ ଥିବା ବେଳେ ପୋଲିସ ତା'ର କାର ସହ ପାସପୋର୍ଟ ଜବତ କରିଛି ।
ଜଗତସିଂହପୁର: ସରକାରୀ ଜାଗା, ବେଆଇନ୍ ମଦ୍ରାସା, ନକଲି ଆଧାର କାର୍ଡ । ବାଂଲାଦେଶୀଙ୍କ ସର୍ଦ୍ଦାର ସାଜିଥିଲା ସିକନ୍ଦର ଆଲାମ । ବାଂଲାଦେଶରୁ ଗଳା ବାଟରେ ଲୋକଙ୍କୁ ଭାରତ ଆଣୁଥିଲା, ଜଗତସିଂହପୁରରେ ଥଇଥାନ କରୁଥିଲା ।
ବେହେରାମପୁର ଓ ସାତପୁରା ଧନିପୁରରେ ସୋମବାର ପ୍ରଶାସନ ଚଢ଼ାଉ କରି ବେଆଇନ୍ ନିର୍ମାଣ ଭାଙ୍ଗିଛି । ହେଲେ ଖସି ପଳାଇଛି କାର୍ପଟଦାର ସିକନ୍ଦର ଆଲାମ । ପୂର୍ବରୁ ମର୍ଚ୍ଚାଣ୍ଟ ନ୍ୟାଭିରେ ଥିବା ସିକନ୍ଦର ୫ଟି ଦେଶରୁ ଆଣି ସେଠାରେ ମଦ୍ରାସା ଚଳାଉଥିଲା । ଏବେ ସେ ଫେରାର୍ ଥିବାବେଳେ ପୋଲିସ ତାକୁ ଧରିବାକୁ ଆରମ୍ଭ କରିଛି ଚଢ଼ାଉ ।
ଏଥିସହ ପଢ଼ନ୍ତୁ: ବାଂଲାଦେଶୀଙ୍କ ୧୭ ବେଆଇନ୍ ନିର୍ମାଣ ଭାଙ୍ଗିଲା ପ୍ରଶାସନ; ମୁଖ୍ୟ ଅଭିଯୁକ୍ତ ସିକନ୍ଦର ସହ ୩୦ ଫେରାର୍
ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା କହିଛନ୍ତି, "କିଛି ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏସଓପି ଅନୁସାରେ ପୋଲିସ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତି ସିକନ୍ଦର ଫେରାର୍ ଥିବା ବେଳେ ପୋଲିସ ତା'ର କାର ସହ ପାସପୋର୍ଟ ଜବତ କରିଛି ।"
ମୁଖ୍ୟ କାର୍ପଟଦାର ସିକନ୍ଦରକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିଛି । ଏକାଧିକ ଟିମ୍ ଗଠନ ହୋଇଛି ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଧରିବାକୁ । ସିକନ୍ଦରର ପାସପୋର୍ଟ ବାତିଲ୍ ସହ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିବାକୁ ପୋଲିସ ପଦକ୍ଷେପ ନେଉଥିହା କହିଛନ୍ତି ଏସ୍ପି ।
ସେହିଭଳି ବାଂଲାଦେଶରୁ ବାଂଲାଦେଶୀ କେଉଁ ରାସ୍ତାରେ ଆସୁଥିଲେ । ଜଳପଥରେ ନା ସ୍ଥଳ ପଥରେ ସେମାନଙ୍କୁ ଜଗତସିଂହପୁର ଅଣାଯାଇଛି ସେନେଇ ତଦନ୍ତ ଚାଲିଛି । ନକଲି ଆଧାର କାର୍ଡ ନେଇ ତନାଘନା ଚଳାଇଛି ପୋଲିସ । ପଶ୍ଚିମବଙ୍ଗରେ ନାଁ ଓଡ଼ିଶାର କେଉଁଠି ନକଲି ଆଧାର ତିଆରି ହୋଇଛି ସେ ନେଇ ଛାନଭିନ୍ କରାଯାଉଥିବା ଏସ୍ପି କହିଛନ୍ତି । ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇପାରେ ।
ଏଥିସହ ପଢ଼ନ୍ତୁ: ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍ମା ନିହତ; ସୁକ୍ମା ଏନ୍କାଉଣ୍ଟରରେ ୬ ନକ୍ସଲ ସଫା
ଧନିପୁରରେ ବେଆଇନ ଭାବେ ରହୁଥିବା ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ସେମାନେ କେଉଁଠି ନକଲି ଆଧାର କାର୍ଡ ପ୍ରସ୍ତୁତ କରିଥିଲେ ସେନେଇ ପଚରାଉଚରା କରାଯାଉଛି । ସୂଚନା ମିଳିବା ପରେ ପୋଲିସ ସେଠାରେ ବି ରେଡ୍ କରିବ ବୋଲି ଜଣାପଡ଼ିଛି ।
ସୋମବାର ବେହେରାମପୁର ବସ୍ତିରେ ମାଟିରେ ମିଶିଥିଲା ବାଂଲାଦେଶୀଙ୍କ ମଦ୍ରାସା । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି ୧୦ ବଖରା ଘର । ସେପଟେ ସାତପୁରା ଧନିପୁରରେ ବାଂଲାଦେଶୀଙ୍କ ୭ ବେଆଇନ୍ ନିର୍ମାଣ ଉପରେ ବୁଲଡୋଜର ବୁଲିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories