|
logo
Live
Argus News App
GET APP

Argus News - ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍‌ମା ନିହତ; ସୁକ୍‌ମା ଏନ୍‌କାଉଣ୍ଟରରେ ୬ ନକ୍ସଲ ସଫା

Crime

Naxalite Hidma Killed / ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍‌ମା ନିହତ; ସୁକ୍‌ମା ଏନ୍‌କାଉଣ୍ଟରରେ ୬ ନକ୍ସଲ ସଫା

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍‌ମା ନିହତ; ସୁକ୍‌ମା ଏନ୍‌କାଉଣ୍ଟରରେ ୬ ନକ୍ସଲ ସଫା

Key Points

ଟଳିଲା ହାର୍ଡକୋର୍ ନକ୍ସଲ ମାଡଭୀ ହିଡ୍‌ମା । ମାଲକାନଗିରି ସୀମାନ୍ତ ସୁକମା ଏରାବୋର ଜଙ୍ଗଲରେ ହିଡ୍‌ମା ସହ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।
ମାଲକାନଗିରି: ନକ୍ସଲ ବିରୋଧୀ ଅପରେସନ୍‌କୁ ସଫଳତା । ଟଳିଲା ହାର୍ଡକୋର୍ ନକ୍ସଲ ମାଡଭୀ ହିଡ୍‌ମା । ମାଲକାନଗିରି ସୀମାନ୍ତ ସୁକମା ଏରାବୋର ଜଙ୍ଗଲରେ ହିଡ୍‌ମା ସହ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

୪୩ ବର୍ଷୀୟ ହିଡ୍‌ମା ୨୦୧୩ ଦରଭା ଘାଟି ନରସଂହାର ଓ ୨୦୧୭ ସୁକ୍‌ମା ଆକ୍ରମଣରେ ୨୬ ସଶସ୍ତ୍ର ଯବାନ ସହିଦ୍ ପଛର ଷଡ଼ଯନ୍ତ୍ରକାରୀ । ଏବେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ହିଡ୍‌ମା, ତା ପତ୍ନୀ ଅନ୍ୟ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ନକ୍ସଲମୁକ୍ତ ଭାରତ ଗଠନ, ମୋଦି ସରକାରଙ୍କ ସଂକଳ୍ପ ଦିଗରେ ବିରାଟ ପଦକ୍ଷେପ

ଛତିଶଗଡ଼-ଆନ୍ଧ୍ରପ୍ରଦେଶ ସୀମାର ସୀତାରାମ ଜିଲ୍ଲାର ଜଙ୍ଗଲରେ ବଡ଼ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଗ୍ରେହାଉଣ୍ଡସ୍ ଯବାନଙ୍କ ସର୍ଚ୍ଚ ଅପରେସନ୍‌କୁ ସଫଳତା ମିଳିଛି । ଏବେ ବି ଜାରି ରହିଛି କମ୍ବିଂ ଅପରେସନ୍ ।

ହିଡ୍‌ମା କିଏ ?

ଛତିଶଗଡ଼ ସୁକମାର ପୂବର୍ତିରେ ୧୯୮୧ରେ ଜନ୍ମ ହୋଇଥିଲା ହିଡମା । PLGA ବାଟାଲିୟନ୍ ୧ର ମୁଖ୍ୟ ଥିଲା । ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟିର ସବୁଠୁ ଯୁବ ସଦସ୍ୟ ଥିଲା । ବସ୍ତର ଅଞ୍ଚଳରେ କେନ୍ଦ୍ରୀୟ କମିଟିରେ ଏକମାତ୍ର ଆଦିବାସୀ ଭାବେ ସାମିଲ୍ ହୋଇଥିଲା । ହିଡ୍‌ମାଙ୍କ ମୁଣ୍ଡରେ କୋଟିଏ ଓ ଦ୍ଵିତୀୟ ପତ୍ନୀ ରାଜେ (ରାଜକ୍କା)ଙ୍କ ମୁଣ୍ଡରେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ହିଡ୍‌ମାର ପ୍ରକୃତ ନାମ ହେଉଛି ସନ୍ତୋଷ ।

ହିଡ୍‌ମା ଓ ହିଂସା

୨୦୧୦- ଦନ୍ତେୱାଡ଼ା ହିଂସା- ୭୬ ସିଆର୍‌ପିଏଫ୍ ଯବାନ ସହିଦ
୨୦୧୩- ଝିରମ ଘାଟି ଆକ୍ରମଣ- ବରିଷ୍ଠ କଂଗ୍ରେସ ନେତାଙ୍କ ସହ ୨୭ ଜଣଙ୍କ ମୃତ୍ୟୁ
୨୦୨୧- ସୁକମା-ବିଜାପୁର ଗୁଳିବିନିମୟ- ୨୨ ସୁରକ୍ଷାକର୍ମୀ ସହିଦ

ଏଥିସହ ପଢ଼ନ୍ତୁ: ବିକାଶରେ ଯୋଡ଼ିହେବେ ମାଓବାଦୀ; ୧୫ ସୁଦ୍ଧା ଅସ୍ତ୍ର ଛାଡ଼ିବାକୁ ମାଡ଼ ଡିଭିଜନର ଘୋଷଣା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆଉ ତା' ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ଜାରି ରଖିଥିବା ବେଳେ ଭୁଶୁଡ଼ିବାରେ ଲାଗିଛି ମାଓ ଗଡ଼ । ବିଗତ ୨୦ ମାସ ମଧ୍ୟରେ ୪୦୦ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naxalite Hidma Killed: ପତ୍ନୀ ସହ ନକ୍ସଲ କମାଣ୍ଡର ହିଡ୍‌ମା ନିହତ; ସୁକ୍‌ମା ଏନ୍‌କାଉଣ୍ଟରରେ ୬ ନକ୍ସଲ ସଫା | Argus News