Kabaddi Player Murder / ୧୧ ଦିନ ତଳେ ହୋଇଥିଲା ବିବାହ; ଖେଳ ବେଳେ ସେଲ୍ଫି ପାଇଁ କହି ଗୁଳି ମାରିଦେଲେ
·3 months ago·2 min read

Key Points
ଅଜଣା ଦୁର୍ବୃତ୍ତ ଏକ ବାଇକ୍ରେ ଆସି କବାଡ଼ି ଖେଳାଳି ରାଣାଙ୍କ ସହ ସେଲ୍ଫି ନେବାକୁ କହି ଗୁଳି କରିଥିଲେ । ହତ୍ୟା ପାଇଁ ବାମ୍ବିହା ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି ।
ନୂଆଦିଲ୍ଲୀ: କବାଡ଼ି କପ୍ରେ ହତ୍ୟା । ଗୁଳି ମାରି ନେଇଗଲେ କବାଡ଼ି ଖେଳାଳିଙ୍କ ଜୀବନ । ମ୍ୟାଚ୍ ଖେଳୁଥିବା ବେଳେ ଆସିଲେ, ସେଲ୍ଫି ପାଇଁ ଖେଳାଳିଙ୍କୁ କହିଲେ । ଆଉ ଫଟୋ ଉଠାଇବା ବାହାନାରେ ସିଧା ମୁଣ୍ଡକୁ ଗୁଳି କରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ମୋହାଲିରେ ।
ସୋମବାର କବାଡ଼ି ମ୍ୟାଚ୍ ଖେଳା ଯାଉଥିବା ବେଳେ ଗୁଳିମାଡ଼ରେ ରାଣା ବଲାଚୌରିଆଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଅଜଣା ଦୁର୍ବୃତ୍ତ ଏକ ବାଇକ୍ରେ ଆସି କବାଡ଼ି ଖେଳାଳି ରାଣାଙ୍କ ସହ ସେଲ୍ଫି ନେବାକୁ କହି ଗୁଳି କରିଥିଲେ । ହତ୍ୟା ପାଇଁ ବାମ୍ବିହା ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି । କହିଛି, ପଞ୍ଜାବୀ ଗାୟକ ସିଧୁ ମୁସେୱାଲା ହତ୍ୟାକାରୀଙ୍କୁ ରାଣା ଆଶ୍ରୟ ଦେଇଥିଲା ।
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ମ୍ୟାଚ୍ ବେଳେ ରାଣାଙ୍କୁ ଗୁଳି ପରେ ତାଙ୍କୁ ତୁରନ୍ତ ମୋହାଲିର ଫର୍ଟିସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ରାଣାଙ୍କୁ ୫ ରାଉଣ୍ଡ ଗୁଳି କରାଯାଇଛି । ସବୁ ଗୁଳି ରାଣାଙ୍କ ମୁହଁ ସହ ଶରୀରର ଉପରି ଭାଗରେ ବାଜିଛି ।
ମୋହାଲି ଏସଏସପି ହର୍ମନଦୀପ ହଂସଙ୍କ ଅନୁସାରେ, "ଦୁଇରୁ ୩ ଜଣ ଦୁର୍ବୃତ୍ତ ଆସି ରାଣାଙ୍କୁ ଫଟୋ ଉଠାଇବା ପାଇଁ କହି ଗୁଳି ମାରିଛନ୍ତି । ଆମେ ଆତତାୟୀଙ୍କୁ ଖୋଜୁଛି । ବର୍ତ୍ତମାନ ସମୟରେ କହି ହେବ ନାହିଁ କାହିଁକି ସେମାନେ ଗୁଳି କରି ହତ୍ୟା କଲେ ।" ତେବେ ପୋଲିସ ହତ୍ୟାରେ ଗ୍ୟାଙ୍ଗଷ୍ଟର ଲିଙ୍କ୍ ଥିବା ସନ୍ଦେହରେ ତଦନ୍ତ କରୁଛି ।
ଏଥିସହ ପଢ଼ନ୍ତୁ: ବାଲେଶ୍ଵରରୁ ଆସି ଭଦ୍ରକରେ ଡକାୟତି ଯୋଜନା; ବୁଦ୍ଧିଆକୁ ଗୁଳି କଲା ପୋଲିସ
କବାଡ଼ି ଖେଳାଳି ରାଣା ପୂର୍ବରୁ କୁସ୍ତି ଖେଳୁଥିଲେ । ପରେ କବାଡ଼ି ଖେଳିବା ସହ ଗଢ଼ିଥିଲେ ଟିମ୍ । ମାତ୍ର ୧୧ ଦିନ ତଳେ ରାଣା ଡେରାଡୁନ୍ର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ୧୧ ଦିନରେ ତାଙ୍କ ମଥା ସିନ୍ଦୂର ପୋଛି ହୋଇ ଯାଇଛି । ରାଣାଙ୍କ ପରିବାର ମୂଳତଃ ହିମାଚଳ ପ୍ରଦେଶର ବାସିନ୍ଦା । କିନ୍ତୁ ସେମାନେ ଦୀର୍ଘ ବର୍ଷରୁ ବଲାଚୌରରେ ରହି ଆସୁଛନ୍ତି । ଡିସେମ୍ବର ୪ ତାରିଖରେ ରାଣାଙ୍କ ବିବାହ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories