Income Tax / ୧୦୫୦ ପୋଲିସ କର୍ମଚାରୀଙ୍କୁ IT ନୋଟିସ୍; ଆୟକର ଦାଖଲରେ ଦେଇଛନ୍ତି ମିଥ୍ୟା ତଥ୍ୟ
·4 months ago·2 min read

Key Points
ମହାରାଷ୍ଟ୍ର ବୁଲଢାଣା ଜିଲ୍ଲା ପୋଲିସର ୧୦୫୦ ଜଣ କର୍ମଚାରୀଙ୍କୁ ଆୟକର ବିଭାଗ ନୋଟିସ୍ ପଠାଇଛି । ଆଉ ଆୟକର ବିଭାଗର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନକୁ ଦେଖି ମହାରାଷ୍ଟ୍ର ପୋଲିସର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ମୁମ୍ବାଇ: ତଥ୍ୟ ଲୁଚାଉଛନ୍ତି ପୋଲିସ ବାବୁ । ଆୟକର ରିଟର୍ଣ୍ଣ ଦାଖଲ ବେଳେ ଦେଇନାହାନ୍ତି ସଠିକ୍ ତଥ୍ୟ । ନିବେଶ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି । ଯାହା ଜଣାପଡ଼ିବା ପରେ ମହାରାଷ୍ଟ୍ର ବୁଲଢାଣା ଜିଲ୍ଲା ପୋଲିସର ୧୦୫୦ ଜଣ କର୍ମଚାରୀଙ୍କୁ ଆୟକର ବିଭାଗ ନୋଟିସ୍ ପଠାଇଛି ।
ଆଉ ଆୟକର ବିଭାଗର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନକୁ ଦେଖି ମହାରାଷ୍ଟ୍ର ପୋଲିସର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଆୟକର ବିଭାଗ ପକ୍ଷରୁ କେବଳ ବୁଲଢାଣା ଜିଲ୍ଲାର ହଜାରେରୁ ଅଧିକ ପୋଲିସ କର୍ମୀଙ୍କୁ ନୋଟିସ୍ ପଠାଇଛି ଆୟକର ବିଭାଗ ।
ଏଥିସହ ପଢ଼ନ୍ତୁ: ଗୁଜରାଟରୁ ୩ ISIS ଆତଙ୍କବାଦୀ ଗିରଫ, ଦେଶବ୍ୟାପି ଆକ୍ରମଣ ପାଇଁ କରିଥିଲେ ଯୋଜନା
ପୋଲିସ କର୍ମଚାରୀଙ୍କ ଉପରେ ଟିକସ ଚୋରି ନେଇ ସାଂଘାତିକ ଅଭିଯୋଗ ଲାଗିଛି । ଖବର ଅନୁସାରେ, ବିଗତ ତିନିରୁ ୩ ବର୍ଷର ଆୟକର ରିଟର୍ଣ୍ଣ ଯାଞ୍ଚ ପରେ ଏହି ନୋଟିସ୍ ଜାରି କରାଯାଇଛି । ମାମଲାର ଯାଞ୍ଚ ବେଳେ ଜଣାପଡ଼ିଛି ଏହି ପୋଲିସ କର୍ମଚାରୀମାନେ ଧାରା ୮୦ସି ଓ ଗୃହ ଋଣ ଉପରେ ସୁଧ ରିହାତି ପ୍ରକାରେ ମିଥ୍ୟା ନିବେଶ ଓ ଡିଡକ୍ସନ୍ ଦେଖାଇ ଟିକସ ଛାଡ଼ ପାଇଛନ୍ତି ।
ଏହି ମାମଲାରେ ଆଉ ଏକ ଚକିତ କଲା ଭଳି କଥା ହେଲା, ସମସ୍ତ ପୋଲିସଙ୍କ ଆୟକର ରିଟର୍ଣ୍ଣ ଜଣେ ଚାର୍ଟର୍ଜ ଆକାଉଣ୍ଟାଣ୍ଟଙ୍କ ଜରିଆରେ ଦାଖଲ କରାଯାଇଛି । ଆଶଙ୍କା କରାଯାଉଛି, ସମସ୍ତେ ମିଳିମିଶି ଏଭଳି କରିଛନ୍ତି । ଆୟକର ବିଭାଗର ଯାଞ୍ଚରୁ ଜଣାପଡ଼ିଛି ବୀମା, ପିପିଏଫ୍, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଗୃହ ଋଣ ଆଦି ନନେଇ ଅନେକ ମିଥ୍ୟା ତଥ୍ୟ ଦେଇ ଟିକସ ଛାଡ଼ର ଲାଭ ଉଠାଇଛନ୍ତି ।
ଏଥିସହ ପଢ଼ନ୍ତୁ: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ ବୁଲୁଛି କଲରାପତରିଆ, ଭୟଭୀତ ଲୋକେ
ମିଥ୍ୟା ନିବେଶ ଦର୍ଶାଇ ଟିକସରୁ ଠକିଛନ୍ତି ବିପୁଳ ପରିମାଣର ଅର୍ଥ । ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ବୁଲଢାଣା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଲେଶ ତାମ୍ବେ କଠୋର ହେବା ସହ ସମସ୍ତ ପୋଲିସ କର୍ମଚାରୀଙ୍କୁ ଆୟକର ରିଟର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏସ୍ପି କହିଛନ୍ତି, "ଯଦି କୌଣସି ଅଧିକାରୀ ଅଥବା ପୋଲିସ କର୍ମଚାରୀ ଭୁଲ କରିଛନ୍ତି ତ ତ୍ରୁଟି ସୁଧାରି ନିଅନ୍ତୁ । ନଚେତ ବିଭାଗୀୟ ତଦନ୍ତ ଆରମ୍ଭ ହେବ । ଆୟକର ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ସମ୍ପୃକ୍ତ କର୍ମଚାରୀ ସେଥିପାଇଁ ଦାୟୀ ରହିବେ ।" ମାମଲାରେ ଆୟକର ବିଭାଗ ପକ୍ଷରୁ ଜିଲ୍ଲା ଏସ୍ପି ଅଫିସକୁ ମଧ୍ୟ ଏନେଇ ନୋଟିସ୍ ପଠା ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories