|
logo
Live

Argus News - ଗୁଜରାଟରୁ ୩ ISIS ଆତଙ୍କବାଦୀ ଗିରଫ, ଦେଶବ୍ୟାପି ଆକ୍ରମଣ ପାଇଁ କରିଥିଲେ ଯୋଜନା

Crime

ISIS Terrorists / ଗୁଜରାଟରୁ ୩ ISIS ଆତଙ୍କବାଦୀ ଗିରଫ, ଦେଶବ୍ୟାପି ଆକ୍ରମଣ ପାଇଁ କରିଥିଲେ ଯୋଜନା

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଗୁଜରାଟରୁ ୩ ISIS ଆତଙ୍କବାଦୀ ଗିରଫ, ଦେଶବ୍ୟାପି ଆକ୍ରମଣ ପାଇଁ କରିଥିଲେ ଯୋଜନା

Key Points

ବିଗତ ବର୍ଷେ ହେଲା ଗୁଜରାଟ ଏଟିଏଏସ୍ ୩ ଆତଙ୍କବାଦୀଙ୍କ ଉପରେ ନଜର ରଖିଥିଲା । ପଚରାଉଚରା ବେଳେ ଜଣାପଡ଼ିଛି, ୩ ଜଣ ଆତଙ୍କବାଦୀ ISIS ସହ ଜଡ଼ିତ ଏବଂ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଗତିବିଧିକୁ ପୁରା କରିବା ଲାଗି ପ୍ରସ୍ତୁତି ଚଳାଇଥିଲେ ।
 
ନୂଆଦିଲ୍ଲୀ: ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ । ୩ ଆତଙ୍କବାଦୀଙ୍କୁ ଧରିଲା ଗୁଜରାଟ ଏଟିଏଏସ୍ । ଧରାପଡ଼ିଥିବା ୩ ISIS ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ଜଣେ ହାଇଦ୍ରାବାଦର ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ହୋଇଥିବା ISISର ୩ ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଦେଣନେଣ କରିବାକୁ ଗୁଜରାଟ ପହଞ୍ଚିଥିଲେ । ସେମାନଙ୍କ ଯୋଜନା ଥିଲେ ଦେଶବ୍ୟାପି ଆତଙ୍କବାଦୀ ଆକ୍ରମଣ କରିବା ।

ଏଥିସହ ପଢ଼ନ୍ତୁ: ୩ ଜୀବନ ଯିବା ପରେ ଚେତିଲା ପ୍ରଶାସନ; କଟକରେ ଭଙ୍ଗାଯିବ ଅସୁରକ୍ଷିତ କୋଠା

ବିଗତ ବର୍ଷେ ହେଲା ଗୁଜରାଟ ଏଟିଏଏସ୍ ୩ ଆତଙ୍କବାଦୀଙ୍କ ଉପରେ ନଜର ରଖିଥିଲା । ପଚରାଉଚରା ବେଳେ ଜଣାପଡ଼ିଛି, ୩ ଜଣ ଆତଙ୍କବାଦୀ ISIS ସହ ଜଡ଼ିତ ଏବଂ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଗତିବିଧିକୁ ପୁରା କରିବା ଲାଗି ପ୍ରସ୍ତୁତି ଚଳାଇଥିଲେ ।

ଗିରଫ ପରେ ଗୁଜରାଟ ଏଟିଏଏସ୍ ୩ ଆତଙ୍କବାଦୀଙ୍କୁ ପଚରାଉଚରା କରୁଛି । ଗିରଫଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ଲାଗି ଏଟିଏଏସ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି । ଧରାପଡ଼ିଥିବା ଆତଙ୍କବାଦୀ ୨ଟି ଭିନ୍ନ ମଡ୍ୟୁଲ୍ୟର ବୋଲି ସନ୍ଦେହ କରାଯାଉଛି । ସେମାନେ କେଉଁ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରିଥିଲେ ତା'ର ତଦନ୍ତ କରୁଛି ଏଟିଏଏସ୍ ।

ଏବେ ବି ମାମଲାର ତଦନ୍ତ ଜାରି ରହିଥିବା କହିଛି ଗୁଜରାଟ ଏଟିଏଏସ୍ । ଏହା ପୂର୍ବରୁ ଗୁଜରାଟ ଏଟିଏଏସ୍ ଏଲ୍-କାଏଦାର ସହଯୋଗୀ AQISର ୫ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ବେଙ୍ଗାଳୁରୁର ଜଣେ ମହିଳା ଥିଲା । ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଦ୍ଵାରା ଅନଲାଇନ୍ ଆତଙ୍କୀ ମଡ୍ୟୁଲ୍ ଚଳାଇଥିଲେ ।

ଏଥିସହ ପଢ଼ନ୍ତୁ: ଫଟୋରେ ଲଙ୍ଗ୍ ପ୍ରେସ୍‌ କଲେ ପ୍ରସ୍ତୁତ ହୋଇଯିବ ଭିଡିଓ; ଦେଖନ୍ତୁ ଏଲନ୍ ମସ୍କଙ୍କ ଭାଇରାଲ୍ ପୋଷ୍ଟ

ଗିରଫ ହୋଇଥିବା ଆତଙ୍କବାଦୀ ମାନେ ଥିଲେ ଫରଦିନ ଶୈଖ, ସୈଇଫୁଲା କ୍ୟୁରେସି, ମହମ୍ମଦ ଫୈକ ଏବଂ ଜୀଶନ ଅଲୀ । ଏମାନଙ୍କୁ ଜୁଲାଇ ୨୨ରେ ଗିରଫ କରା ଯାଇଥିଲା । ସୋସିଆଲ୍ ମିଡିଆରେ ଏମାନେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିଲେ ।

ଗିରଫ ଜୀଶନ ଅଲୀ ଠାରୁ ବେଆଇନ୍ ସେମି-ଅଟୋମେଟିକ୍ ପିସ୍ତଲ ସହ ଗୁଳିଗୋଳା ଜବତ ହୋଇଥିଲା । ଉକ୍ତ ଗ୍ୟାଙ୍ଗର ନାଁ ଥିଲା "ଘଜୱା-ଇ-ହିନ୍ଦ" । ସେମାନଙ୍କ ଟାର୍ଗେଟରେ ଥିଲେ ସରକାର ଓ ଅଣ-ମୁସଲିମ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ISIS Terrorists : ଗୁଜରାଟରୁ ୩ ISIS ଆତଙ୍କବାଦୀ ଗିରଫ, ଦେଶବ୍ୟାପି ଆକ୍ରମଣ ପାଇଁ କରିଥିଲେ ଯୋଜନା | Argus News