Murder / ୪ ବର୍ଷର ସମ୍ପର୍କର ରକ୍ତାକ୍ତ ଅନ୍ତ; ଛୁଆ ପାଇଁ ମାଆ ନେଲା ଚରମ ନିଷ୍ପତ୍ତି
·6 months ago·2 min read

Key Points
ଜୀବନରେ ଘୋଟି ଆସିଥିବା ଅନ୍ଧକାର ଭିତରେ ଆଶ୍ରା ଖୋଜୁଥିବା ବେଳେ ମହିଳାଙ୍କ ଭେଟ ହୁଏ ଗୌରଲାଲ୍ଙ୍କ ସହ । ଆଉ ଏହା ପରେ ଆଗକୁ ବଢ଼େ ସମ୍ପର୍କ ।
ଲକ୍ଷ୍ନୌ: ଅସହାୟ ବିଧବା ମହିଳା । ସ୍ଵାମୀ ଚାଲିଯିବା ପରେ ୪ ଝିଅ ଓ ଏକମାତ୍ର ପୁଅକୁ ନେଇ ଭାଙ୍ଗି ପଡ଼ିଥିଲେ । ଜୀବନରେ ଘୋଟି ଆସିଥିବା ଅନ୍ଧକାର ଭିତରେ ଆଶ୍ରା ଖୋଜୁଥିବା ବେଳେ ମହିଳାଙ୍କ ଭେଟ ହୁଏ ଗୌରଲାଲ୍ଙ୍କ ସହ । ଆଉ ଏହା ପରେ ଆଗକୁ ବଢ଼େ ସମ୍ପର୍କ । ଅସହାୟ ମହିଳାଙ୍କ ପୁଅଝିଅ ଗୌରଲାଲ୍ଙ୍କୁ ବାପା ଭଳି ସମ୍ମାନ ବି ଦିଅନ୍ତି ।
ଶ୍ରଦ୍ଧା ସମ୍ପର୍କରେ ପୁଣି ଲାଗେ ପାପ ନଜର । ଆଉ ବଦଳିଯାଏ ସବୁ କିଛି । ଯାହା ହାତ ଧରି ୫ ଛୁଆ ନିଜକୁ ସୁରକ୍ଷିତ ମଣୁଥିଲେ । ସେହି ଛାଇ ଦେଖିଲେ ମାଆ ବି ଡରିବାକୁ ଲାଗିଲା । ଅପରାଧର ଏ ରକ୍ତିମ କାହାଣୀ ଘଟିଛି ଉତ୍ତରପ୍ରଦେଶର କାନପୁରର ଚୌବେପୁର ଥାନା ରୌତାପୁର ଗାଁରେ ।
ଏଥିସହ ପଢ଼ନ୍ତୁ: ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା
୧୩ ବର୍ଷର ଝିଅ ଉପରେ ଆଖି
ମହିଳା ଓ ଗୌରଲାଲଙ୍କ ସମ୍ପର୍କରେ ସେତେବେଳେ ଫାଟ ଆସିଲା, ଯେତେବେଳେ ଗୌରଲାଲଙ୍କ ନଜର ପଡ଼ିଲା ୧୩ ବର୍ଷର ଝିଅ ଉପରେ । ନାବାଳିକା ଝିଅକୁ ଗୌରଲାଲଙ୍କ ହାତକୁ ଟେକି ଦେବା ପାଇଁ ସେ ମହିଳାଙ୍କ ଉପରେ ଚାପ ପକାଇଥିଲେ । ଆଉ ବିଧବା ଜଣଙ୍କ ବିରୋଧ କରିବା ପରେ ଆରମ୍ଭ ହୋଇଥିଲା ଝଗଡ଼ା ।
ଗୌରଲାଲ ନିଜର ହିତାହିତ ଜ୍ଞାନ ଭୁଲି ମହିଳାଙ୍କ ଏକମାତ୍ର ପୁଅକୁ ହତ୍ଯା କରିବାକୁ ଧମକ ଦେଇଥିଲା । କହିଥିଲା, "ଯଦି ତୁ ଝିଅକୁ ନ ଦେବୁ ତାହେଲେ ତୋ ପୁଅକୁ ମାରି ଦେବି ।"
ତଣ୍ଟି ଚିପି ଜଙ୍ଗଲରେ ପୋତିଦେଲେ
ଆଉ ଏହି ଧମକ ପରେ ସଜାଗ ହୋଇଥିଲା ମାଆ । ପାଞ୍ଚ ସନ୍ତାନ ପ୍ରତି ଥିବା ମମତା, ପ୍ରେମିକ ପ୍ରତି ଘୃଣାରେ ପରିଣତ ହୋଇଥିଲା । ଆଇନ୍କୁ ହାତକୁ ନେବା ପାଇଁ ଭାବିଥିଲେ ମହିଳା ଓ ରଚିଥିଲେ ଷଡ଼ଯନ୍ତ୍ର । ବିବାହ ପ୍ରଲୋଭନ ଦେଖାଇ ମହିଳା ଜଣଙ୍କ ଗୌରଲାଲଙ୍କୁ ଅକ୍ଟୋବର ୩୧ ରାତିରେ ତାଙ୍କ ବାପଘରକୁ ଡାକିଥିଲେ ।
ସେଠାରେ ଗୌରଲାଲଙ୍କୁ ପ୍ରଚୁର ମଦ ପିଆଇଥିଲେ ।
ଗୌରଲାଲ ଅଣାୟତ୍ତ ସ୍ଥିତିକୁ ଆସିବା ପରେ ମହିଳା ଜଣଙ୍କ ତାଙ୍କ ଭଣଜାଙ୍କ ସହ ମିଳି ତଣ୍ଟି ଚିପି ହତ୍ଯା କରିଥିଲେ । ଏହାପରେ ମୃତଦେହକୁ ଫିଙ୍ଗିବା ଲାଗି ଜଣେ ବନ୍ଧୁଙ୍କ ସହାୟତା ନେଇଥିଲେ । ଜଙ୍ଗଲରେ ଗଭୀର ଗାତ ଖୋଳି ପୋତି ଦେଇଥିଲେ ଗୌରଲାଲଙ୍କ ମୃତଦେହ ।
ଏଥିସହ ପଢ଼ନ୍ତୁ: ଗିଲ୍ ଆଉଟ୍, ଇଷାନ ଇନ୍; ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
୫୦ ଦିନ ପରେ ମିଳିଲା କଙ୍କାଳ
ନଭେମ୍ବର ୨ ତାରିଖରେ ଗୌରଲାଲ ନିଖୋଜ ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ପୋଲିସ ପ୍ରାଥମିକ ଯାଞ୍ଚରୁ କିଛି ଟେର୍ ପାଇ ନଥିଲା । କିନ୍ତୁ ଗୌରଲାଲ ନିଖୋଜ ହେବା ପରେ ମହିଳାଙ୍କ ଚାଲିଚଳଣୀରେ କୌଣସି ପରିବର୍ତ୍ତନ ନ ହେବାରୁ ସନ୍ଦେହ କରିଥିଲା ପୋଲିସ ।
ଆଉ ଏହା ପରେ ପୋଲିସ ମହିଳାଙ୍କୁ ପଚରାଉଚରା କରିଥିଲା । ମହିଳା ସବୁ ସତ ମାନିଥିଲେ । ପୋଲିସ ଗିରଫ କରିବା ପରେ ମହିଳାଙ୍କ ମନରେ କୌଣସି ପଶ୍ଚାତାପ ନଥିଲା । ବରଂ ଗୌରଲାଲଙ୍କ ମନରେ ଥିବା କୁକର୍ମ ଭାବନା ପାଇଁ ତାଙ୍କ ପାଖରେ କୌଣସି ରାସ୍ତା ନଥିଲା ବୋଲି କହିଥିଲେ । ପୋଲିସ କଙ୍କାଳ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories