Cricket News / ଗିଲ୍ ଆଉଟ୍, ଇଷାନ ଇନ୍; ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା
·6 months ago·2 min read

Key Points
ଶୁବମନ ଗିଲ୍ କେବଳ ଟି-ଟ୍ଵେଣ୍ଟି ଦଳର ଉପଅଧିନାୟକ ପଦରୁ ବାଦ୍ ପଡ଼ିଛନ୍ତି ତା ନୁହେଁ । ଗିଲ୍ଙ୍କ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଟି-ଟ୍ଵେଣ୍ଟି ସ୍କ୍ଵାଡ୍ରୁ ବାଦ୍ ଦିଆଯାଇଛି ।
ମୁମ୍ବାଇ: ଫେବ୍ରୁଆରୀ ୭ରୁ ଆରମ୍ଭ ହେଉଥିବା ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ବିସିସିଆଇ ଘୋଷଣା କରିଛି ୧୫ ଜଣିଆ ଟିମ୍ । ଭାରତୀୟ ଟି-ଟ୍ଵେଣ୍ଟି ଦଳରୁ ଶୁବମନ୍ ଗିଲ୍ ବାଦ୍ ପଡ଼ିଥିବା ବେଳେ ଇଷାନ କିଶାନଙ୍କୁ ସ୍ଥାନ ମିଳିଛି । ଶୁବମନ ଗିଲ୍ କେବଳ ଟି-ଟ୍ଵେଣ୍ଟି ଦଳର ଉପଅଧିନାୟକ ପଦରୁ ବାଦ୍ ପଡ଼ିଛନ୍ତି ତା ନୁହେଁ । ଗିଲ୍ଙ୍କ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଟି-ଟ୍ଵେଣ୍ଟି ସ୍କ୍ଵାଡ୍ରୁ ବାଦ୍ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ୨୦୨୬ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପୂର୍ବରୁ ଗିଲ୍ଙ୍କୁ ନେଇ ଚିନ୍ତାରେ BCCI, ହରାଇବେ କି ଉପଅଧିନାୟକ ପଦ ?
ସେହିଭଳି ୱିକେଟ ରକ୍ଷକ-ବ୍ୟାଟର୍ ଜିତେଶ ଶର୍ମା ଟି-ଟ୍ଵେଣ୍ଟି ଦଳରୁ ବାଦ୍ ପଡ଼ିଛନ୍ତି । ରିଙ୍କୁ ସିଂହ ଓ ୱାଶିଂଟନ ସୁନ୍ଦରଙ୍କୁ ଦଲରେ ସାମିଲ୍ କରାଯାଇଛି । ଜିତେଶ ଶର୍ମାଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂହ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଭାରତ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବ । ଟି-ଟ୍ଵେଣ୍ଟି ଦଳରେ ଗିଲ୍ଙ୍କ ସ୍ଥାନରେ ଅକ୍ଷର ପଟେଲ ଉପଅଧିନାୟକ ହୋଇଛନ୍ତି ।
ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଜାନୁଆରୀରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ ଖେଳାଯିବ ।
ଇଷାନ କିଶାନଙ୍କୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଦଳରେ ସାମିଲ୍ କରାଯାଇଛି । ଇଷାନ ଶେଷଥର ପାଇଁ ଭାରତ ପକ୍ଷରୁ ଦୁଇ ବର୍ଷ ତଳେ ଟି-ଟ୍ଵେଣ୍ଟି ମ୍ଯାଚ୍ ଖେଳିଥିଲେ । ସଞ୍ଜୁ ସାମସନଙ୍କୁ ପ୍ରଥମ ୱିକେଟ୍ ରକ୍ଷକ-ବ୍ୟାଟର ଭାବେ ସ୍ଥାନ ମିଳିଛି । ତେବେ ୧୫ ଜଣିଆ ଦଳରେ କୌଣସି ଷ୍ଟାଣ୍ଡବାଏ ଖେଳାଳି ନାହାନ୍ତି ।
ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ୱାଶିଂଟନ ସୁନ୍ଦର, ଇଷାନ କିଶାନ, ରିଙ୍କୁ ସିଂହ ।
ସୂର୍ଯ୍ୟକୁମାରଙ୍କୁ ନେଇ ଚିନ୍ତା
ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ନେଇ ମଧ୍ୟ ବିସିସିଆଇ ଚିନ୍ତାରେ ପଡ଼ିଛି । ହେଲେ ଖୋଲାଖୋଲି କେହି ମୁହଁ ଖୋଲୁ ନାହାନ୍ତି । ଏପରିକି ଭାରତରେ ଆୟୋଜନ ହେବାକୁ ଥିବା ଏହି ବିଶ୍ଵସ୍ତରୀୟ ଇଭେଣ୍ଟରେ ସୂର୍ଯ୍ୟକୁମାର ଶେଷ ଥର ପାଇଁ ଟି-ଟ୍ଵେଣ୍ଟି ଦଳର ନେତୃତ୍ଵ ନେଇପାରନ୍ତି ।
ଏବେ ସୂର୍ଯ୍ୟକୁମାରଙ୍କୁ ୩୫ ବର୍ଷ ବୟସ ହୋଇଥିବା ବେଳେ ସେ ବିଗତ ବର୍ଷେ ହେଲା ଫର୍ମରେ ନାହାନ୍ତି । ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବଡ଼ ରନ୍ ଦେଖିବାକୁ ମିଳୁନି । ବିଗତ ୧୪ ମାସରେ ୨୪ଟି ମ୍ୟାଚ୍ରେ ସେ ସେଭଳି ବଡ଼ ସ୍କୋର୍ କରିନାହାନ୍ତି । କେବଳ ଦଳର ଅଧିନାୟକ ଥିବାରୁ ରହିଛନ୍ତି ।

🚨India’s squad for ICC Men’s T20 World Cup 2026 announced 🚨
— BCCI (@BCCI) December 20, 2025
Let's cheer for the defending champions 💪#TeamIndia | #MenInBlue | #T20WorldCup pic.twitter.com/7CpjGh60vk
ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଜାନୁଆରୀରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟି-ଟ୍ଵେଣ୍ଟି ସିରିଜ୍ ଖେଳାଯିବ ।
ଇଷାନ କିଶାନଙ୍କୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଦଳରେ ସାମିଲ୍ କରାଯାଇଛି । ଇଷାନ ଶେଷଥର ପାଇଁ ଭାରତ ପକ୍ଷରୁ ଦୁଇ ବର୍ଷ ତଳେ ଟି-ଟ୍ଵେଣ୍ଟି ମ୍ଯାଚ୍ ଖେଳିଥିଲେ । ସଞ୍ଜୁ ସାମସନଙ୍କୁ ପ୍ରଥମ ୱିକେଟ୍ ରକ୍ଷକ-ବ୍ୟାଟର ଭାବେ ସ୍ଥାନ ମିଳିଛି । ତେବେ ୧୫ ଜଣିଆ ଦଳରେ କୌଣସି ଷ୍ଟାଣ୍ଡବାଏ ଖେଳାଳି ନାହାନ୍ତି ।
ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ୱାଶିଂଟନ ସୁନ୍ଦର, ଇଷାନ କିଶାନ, ରିଙ୍କୁ ସିଂହ ।
ସୂର୍ଯ୍ୟକୁମାରଙ୍କୁ ନେଇ ଚିନ୍ତା
ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ନେଇ ମଧ୍ୟ ବିସିସିଆଇ ଚିନ୍ତାରେ ପଡ଼ିଛି । ହେଲେ ଖୋଲାଖୋଲି କେହି ମୁହଁ ଖୋଲୁ ନାହାନ୍ତି । ଏପରିକି ଭାରତରେ ଆୟୋଜନ ହେବାକୁ ଥିବା ଏହି ବିଶ୍ଵସ୍ତରୀୟ ଇଭେଣ୍ଟରେ ସୂର୍ଯ୍ୟକୁମାର ଶେଷ ଥର ପାଇଁ ଟି-ଟ୍ଵେଣ୍ଟି ଦଳର ନେତୃତ୍ଵ ନେଇପାରନ୍ତି ।
ଏବେ ସୂର୍ଯ୍ୟକୁମାରଙ୍କୁ ୩୫ ବର୍ଷ ବୟସ ହୋଇଥିବା ବେଳେ ସେ ବିଗତ ବର୍ଷେ ହେଲା ଫର୍ମରେ ନାହାନ୍ତି । ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବଡ଼ ରନ୍ ଦେଖିବାକୁ ମିଳୁନି । ବିଗତ ୧୪ ମାସରେ ୨୪ଟି ମ୍ୟାଚ୍ରେ ସେ ସେଭଳି ବଡ଼ ସ୍କୋର୍ କରିନାହାନ୍ତି । କେବଳ ଦଳର ଅଧିନାୟକ ଥିବାରୁ ରହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories