Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେଉଁ ସମୟରେ ନବ ଦାସଙ୍କୁ ହୋଇଥିଲା ଗୁଳି ? ଦୀପାଳି ନା ଏତଲା... ସତ କ'ଣ ?

Crime

Naba Das / କେଉଁ ସମୟରେ ନବ ଦାସଙ୍କୁ ହୋଇଥିଲା ଗୁଳି ? ଦୀପାଳି ନା ଏତଲା... ସତ କ'ଣ ?

Sushanta Sahoo
Browse all articles by Sushanta Sahoo
·3 months ago·2 min read
କେଉଁ ସମୟରେ ନବ ଦାସଙ୍କୁ ହୋଇଥିଲା ଗୁଳି ? ଦୀପାଳି ନା ଏତଲା... ସତ କ'ଣ ?
What Is the Real Time of Naba Das Shooting? Big Mystery

Key Points

ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଦୀପାଳି ଦେଇଥିବା ବୟାନ ଏବେ ସନ୍ଦେହ ସୃଷ୍ଟି କରିଛି । ପୋଲିସ ଏତଲାରେ ଉଲ୍ଲେଖ ଥିବା ସମୟରେ ନବଙ୍କୁ ଗୁଳି ହୋଇଥିଲା ନା ଦୀପାଳି କହୁଥିବା କଥା ସତ ?
ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୩ ବର୍ଷ ପୁରିଛି । ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଦୀପାଳି ଦେଇଥିବା ବୟାନ ଏବେ ସନ୍ଦେହ ସୃଷ୍ଟି କରିଛି । ପୋଲିସ ଏତଲାରେ ଉଲ୍ଲେଖ ଥିବା ସମୟରେ ନବଙ୍କୁ ଗୁଳି ହୋଇଥିଲା ନା ଦୀପାଳି କହୁଥିବା କଥା ସତ ?

ଯାହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, "ନବ ଦାସଙ୍କ ପରିବାରର ଯାହା ସନ୍ଦେହ ରହିଛି । ତାକୁ ନେଇ ଆମେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛୁ । ଅନେକ ଗୁଡ଼ିଏ କଥା ତଦନ୍ତ ଭିତରେ ଆସୁଛି ।"

ଏଥିସହ ପଢ଼ନ୍ତୁ: ୮ ହଜାର ଶସ୍ତା ହେଲା ସୁନା; ଜାଣନ୍ତୁ କେତେ ରହିଛି ଆଜିର ଦର ?

ଆଇନ୍ ମନ୍ତ୍ରୀ ଆହୁରି କହିଛନ୍ତି, "ପରିବାର ଲୋକେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ପରିବାର ଲୋକଙ୍କ ସନ୍ଦେହକୁ ନେଇ ତଦନ୍ତ ଚାଲିଛି । ସତ୍ୟତା କଣ ? ବିଭିନ୍ନ ଦିଗରୁ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ । ଆଶା କରୁଛୁ... ଖୁବଶୀଘ୍ର ନବ ଦାସ ହତ୍ୟାର ଖୁଲାସା ହେବ ।"

ହତ୍ୟା ପଛରେ କିଏ ଅଛି ? କାହାର କାହାର ସମ୍ପୃକ୍ତି ରହିଛି ? ସବୁ ଦିଗରୁ ତଦନ୍ତ କରାଯାଉଛି । କାହିଁକି ଓ କିଏ ହତ୍ୟା କଲା ତାର ଖୁଲାସା ହେବ । ୭ରୁ ୮ ମାସ ତଳେ ପରିବାର ପୁନଃ ତଦନ୍ତ ଚାହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

ପୂର୍ବ ସରକାରରେ ତଦନ୍ତ ବନ୍ଦ କରିବାକୁ ପ୍ରଚେଷ୍ଟା କରାଯାଇଥିଲା । ଏବେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ କରୁଥିବା ବେଳେ ସନ୍ତୋଷଜନକ ରହିବ । ଆଶା କରୁଛୁ.. ସତ ନିହାତି ଉନ୍ମୋଚନ ହେବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।

ଏଥିସହ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା: ବିଜେଡି ନେତ୍ରୀ ଦୀପାଳିଙ୍କ ବୟାନକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ

ନବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ଦୀପାଳି ଦାସ କହିଥିଲେ, "୩ ବର୍ଷ ଆଗରୁ ୨୮ ତାରିଖରେ ବାପାଙ୍କ ମିସଡ୍ କଲ୍ ଥିଲା । ୨୯ ତାରିଖରେ ବାପା ୧୨ଟା ୨୭ରେ କଲ୍ କରିଥିଲେ । ୧୨ଟା ୪୫ରେ ବାପାଙ୍କୁ ଗୁଳି କରାଯାଇଥିଲା ।"

କିନ୍ତୁ ପୂର୍ବରୁ ପୋଲିସ ଦେଇଥିବା ଏତଲା ଅନୁସାରେ, ନବ ଦାସଙ୍କୁ ଦିନ ୧୨ଟା ୧୫ରେ ପୋଲିସ ଏସ୍‌ଆଇ ଗୋପାଳ ଗୁଳି କରିଥିଲେ । ପୋଲିସ ଏତଲାରେ ଦିନ ୧୨ଟା ୧୫ରେ ନବଙ୍କୁ ଗୁଳି ହେଲା, ତାହେଲେ ନବ କିଭଳି ୧୨ଟା ୨୭ରେ ଦୀପାଳିଙ୍କୁ କଲ୍ କଲେ । ଏବେ ଦୀପାଳିଙ୍କ ଏହି ମନ୍ତବ୍ୟ ଅଡ଼ୁଆ ସୃଷ୍ଟି କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naba Das Murder Timeline Under Scanner Again | Argus News