|
logo
Live
Argus News App
GET APP

Argus News - ସ୍ଵାମୀ ପରିତ୍ୟକ୍ତାଙ୍କୁ ପ୍ରେମରେ ଫସାଇଲା; ବିବାହର ଲୋଭ ଦେଖାଇ ଜଙ୍ଗଲରେ ତଣ୍ଟି ଚିପିଦେଲା ହୋମଗାର୍ଡ

Crime

Crime In Odisha / ସ୍ଵାମୀ ପରିତ୍ୟକ୍ତାଙ୍କୁ ପ୍ରେମରେ ଫସାଇଲା; ବିବାହର ଲୋଭ ଦେଖାଇ ଜଙ୍ଗଲରେ ତଣ୍ଟି ଚିପିଦେଲା ହୋମଗାର୍ଡ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସ୍ଵାମୀ ପରିତ୍ୟକ୍ତାଙ୍କୁ ପ୍ରେମରେ ଫସାଇଲା; ବିବାହର ଲୋଭ ଦେଖାଇ ଜଙ୍ଗଲରେ ତଣ୍ଟି ଚିପିଦେଲା ହୋମଗାର୍ଡ

Key Points

ନିସ୍ତବ୍ଧ ଜଙ୍ଗଲରେ, ଅନ୍ଧାର ରାତିରେ ପ୍ରତିମାର ତଣ୍ଟି ଚିପି ହତ୍ୟା କରିଥିଲା ଶ୍ରୀକର । ପ୍ରତିମାଙ୍କୁ ମାରିବା ପରେ ତାର ଫୋନ୍‌କୁ ତାଙ୍କ ଘର ଭାଡ଼ିରେ ରଖି ଦେଇ ଖସି ପଳାଇଥିଲା ।
ଦେବଗଡ଼: ଏକାନ୍ତର ସୁଯୋଗ ନେଲା । ଏକାକୀ ଥିବା ଜାଣି ମନ ଜିଣିଲା । ପୁଣି ଏକୁଟିଆ ଡାକି ଜଙ୍ଗଲରେ ଜୀବନ ନେଇଗଲା । ଚତୁର ହୋମଗାର୍ଡ ବେଶ ଚାଲାକର ସହ ଏଭଳି ଖେଳ ଖେଳିଥିବା ବେଳେ ପୋଲିସ ଜାଲରୁ ଖସି ପାରିନି । ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରେମ କରି ହତ୍ୟା ଅଭିଯୋଗରେ ହୋମଗାର୍ଡଙ୍କ ହାତରେ ହାତକଡ଼ି ପିନ୍ଧାଇଛି ପୋଲିସ ।

ଗତ ୨୧ ତାରିଖ ରାତିରେ ଦେବଗଡ଼ ଜିଲ୍ଲା ଲଇମୁରା ଥାନା କଦଳୀମୁଣ୍ଡା ଗାଁରେ ହତ୍ୟାକାଣ୍ଡ ଘଟିଥିଲା । ସ୍ଵାମୀଠାରୁ ଅଲଗା ପରେ ବାପଘରେ ରହୁଥିବା ଝିଅର ମୃତଦେହ ଘରଠୁ ଦୂରରେ ଥିବା ଜଙ୍ଗଲରୁ ମିଳିଥିଲା । ଯାହାକୁ ନେଇ ପୋଲିସରେ ନଭେମ୍ବର ୨୨ରେ ଅଭିଯୋଗ କରିଥିଲେ ମୃତ ପ୍ରତିମାଙ୍କ ବାପା କେସନ ମାଝୀ ।

ଏଥିସହ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

ଏତଲା ପରେ ଛାନଭିନ୍ ଆରମ୍ଭ କରିଥିଲା ଲଇମୁରା ପୋଲିସ । ଜଙ୍ଗଲରୁ ପ୍ରତିମାର ଶବ ଜବତ ସହ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲା । ମୃତଦେହ ମିଳିଥିବା ସ୍ଥାନରୁ ପୋଲିସ ପାଇଥିଲା ମଦ ବୋତଲ ଏବଂ ମାଂସ ତରକାରୀ ଥିବା ଟିଫିନ୍ । ଏହି କ୍ଲୁକୁ ନେଇ ପୋଲିସ ଆଗକୁ ବଢ଼ିଥିଲା । ଆଉ ଶେଷରେ ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ ପ୍ରେମିକ ଶ୍ରୀକର ସୁନାନି ।

ସୂଚନା ଅନୁସାରେ, ଶ୍ରୀକର ସୁନାନି ଲଇମୁରା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରେ । ଶ୍ରୀକର ପୂର୍ବରୁ ବିବାହ କରିଥିବା ବେଳେ ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇଛି । ଏପଟେ ପ୍ରତିମା ସ୍ଵାମୀଙ୍କୁ ଛାଡ଼ି ବାପଘରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଏଥିସହ ପଢ଼ନ୍ତୁ: ଶିବକୁମାର ହେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ? ବିବାଦ ଭିତରେ ବଡ଼ କଥା କହିଦେଲେ ଖଡ଼ଗେ...

ଶ୍ରୀକରଙ୍କୁ ଭଲ ପାଇ ବସିଥିବା ପ୍ରତିମା ମଧ୍ୟ ବିବାହ ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ପ୍ରତିମାଙ୍କ ସହ ଭଲ ପାଇବାର ଛଳନା କରୁଥିଲେ ଶ୍ରୀକର । ୬ ମାସ ତଳେ ଦ୍ଵିତୀୟ ବିବାହ କରିଥିଲେ ବି ପ୍ରତିମାଙ୍କୁ ଲୁଚାଇ ତାଙ୍କ ସହ ପ୍ରେମ ସମ୍ପର୍କ ରଖି ଆସୁଥିଲେ ।

ଆଉ ନଭେମ୍ବର ୨୧ ସନ୍ଧ୍ୟାରେ ଫୋନ୍ କରି ଘରଠୁ ଦୂର ଜଙ୍ଗଲକୁ ଶ୍ରୀକର, ପ୍ରତିମାଙ୍କୁ ଡାକିଥିଲେ । ଶ୍ରୀକର ଦ୍ଵିତୀୟ ବିବାହ କରି ଲୁଚାଇ ରଖିଥିବାରୁ ଦୁହିଁଙ୍କ ଝଗଡ଼ା ହୋଇଥିଲା । ଆଉ ନିସ୍ତବ୍ଧ ଜଙ୍ଗଲରେ, ଅନ୍ଧାର ରାତିରେ ପ୍ରତିମାର ତଣ୍ଟି ଚିପି ହତ୍ୟା କରିଥିଲା ଶ୍ରୀକର । ପ୍ରତିମାଙ୍କୁ ମାରିବା ପରେ ତାର ଫୋନ୍‌କୁ ତାଙ୍କ ଘର ଭାଡ଼ିରେ ରଖି ଦେଇ ଖସି ପଳାଇଥିଲା । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଦେବଗଡ଼ ଏସ୍‌ପି ଅନୀଲ କୁମାର ମିଶ୍ର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime In Odisha: ସ୍ଵାମୀ ପରିତ୍ୟକ୍ତାଙ୍କୁ ପ୍ରେମରେ ଫସାଇଲା; ବିବାହର ଲୋଭ ଦେଖାଇ ଜଙ୍ଗଲରେ ତଣ୍ଟି ଚିପିଦେଲା ହୋମଗାର୍ଡ | Argus News