|
logo
Live
Argus News App
GET APP

Argus News - ପୀତବାସ ପଣ୍ଡା ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍

Crime

Pitabash Panda Murder Mystery / ପୀତବାସ ପଣ୍ଡା ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୀତବାସ ପଣ୍ଡା ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍

Key Points

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ତନାଘନା । ୩ ଜଣଙ୍କୁ ଉଠାଇ ଆଣି ପୋଲିସର ଜେରା । ଜୈନିକ କର୍ପୋରେଟରଙ୍କୁ ଥାନାରେ ପଚରାଉଚରା ।

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୋଲିସ୍ ତନାଘନା ଜାରି ରଖିଛି । ବିଭିନ୍ନ ସ୍ଥାନରୁ ୩ ଜଣଙ୍କୁ ଉଠାଇ ଆଣି ଜେରା କରୁଛି ପୋଲିସ । ଜୈନିକ କର୍ପୋରେଟରଙ୍କୁ ଥାନାରେ ପଚରାଉଚରା କରିଛି ପୋଲିସ । ଶନିବାର ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରିଛି ପୋଲିସ । ଗତ ଦୁଇ ଦିନ ଭିତରେ ପୋଲିସର ୩ଟି ଟିମ୍ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା ।


ଚଢ଼ାଉ ସମୟରେ କିଛି ଲୋକଙ୍କୁ ପଚରାଉଚୁରା କରିବା ସହ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଖଲ୍ଲିକୋଟରୁ ଜଣେ ଅପରାଧୀଙ୍କୁ ପୋଲିସ ଉଠାଇ ଆଣିଥିବାବେଳେ ଆଜି ବ୍ରହ୍ମପୁର ଉପକଣ୍ଠରୁ ଆଉ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି ।
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬୦ରୁ ଅଧିକ CCTV ଯାଞ୍ଚ କରୁଛି ପୋଲିସ । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍‌ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଉପରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ, ୧୨ ପାକିସ୍ତାନୀ ସୈନିକ ମୃତ

ତେବେ ଏ ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କ'ଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ'ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ହତ୍ୟାକାଣ୍ଡର ମୂଳକୁ କେବେ ପହଞ୍ଚିବ ପୋଲିସ ? ଏମିତି ଅନେକ ପ୍ରଶ୍ନ ସାମନାକୁ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏସବୁ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଥିଲେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ବାଲାଜୀ ଦୋରା । ସେ କହିଥିଲେ, ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛରେ ରହିଛି ପଲଟିକାଲ୍ ଲିଙ୍କ୍ । ତେବେ ବାଲାଜୀଙ୍କ ବିସ୍ପୋରକ ବୟାନ୍ ପରେ ଘଟଣାକୁ ନେଇ ଉଠିଲା ପ୍ରଶ୍ନ ? କାହିଁକି ବାଲାଜୀଙ୍କ ସନ୍ଦେହ ଆସିଲା ରାଜନୀତିର ପ୍ରେସର ଉପରେ ? କେଉଁ ରାଜନୈତିକ ନେତାଙ୍କ ସହ ପୀତାବାସଙ୍କର ରହିଥିଲା କି ଶତ୍ରୁତା ? କାହା ସହ ପୀତବାସଙ୍କର ହୋଇଥିଲା କି ତୁତୁ ମେଁ ମେଁ ? ରାଜନୈତିକ ନେତାଙ୍କ ପ୍ରରୋଚନାରେ ଲାଗିଥିଲା କି ସୁପାରୀ କିଲର ?


ସେହିପରି ଅର୍ଗସ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ପୀତବାସଙ୍କ ପୁଅ ସୌରଭ ପଣ୍ଡା । ଆଉ ସେ କହିଛନ୍ତି, ମୋ ବାପାଙ୍କୁ ନ୍ୟାୟ ଦିଅନ୍ତୁ । ଏହାକୁ ସାଧାରଣ ଘଟଣା ଭାବେ ଗ୍ରହଣ କରନ୍ତୁ ନାହିଁ । ମୋ ବାପା ଜଣେ ଭଲ ଲୋକ, ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ସ୍ବାଭାବିକ ଭାବେ ଜଣେ ଘରୁ ଯେପରି ଯାଆନ୍ତି, ଘଟଣାଦିନ ବାପା ସେମିତି ଯାଇଥିଲେ । ତା ଭିତରେ ଏଭଳି ଘଟିଗଲା, ଆମେ ବିଶ୍ବାସ କରିପାରୁନୁ । ରାଜ୍ୟ ସରକାରଙ୍କ ପାଖରେ ନ୍ୟାୟ ପାଇଁ ଅନୁରୋଧ କରୁଛି । ଘଟଣାକୁ ସରକାର ହାଲୁକା ଭାବରେ ନ ନେବାଲାଗି ଅନୁରୋଧ । ଅଭିଯୁକ୍ତକୁ ଧରି ଉଚିତ୍‌ ଦଣ୍ଡ ଦିଅନ୍ତୁ ବୋଲି ପୀତବାସ ପଣ୍ଡାଙ୍କ ପୁଅ କହିଛନ୍ତି ।

Related Topics

Explore more stories

Sponsored
Pitabash Panda Murder Mystery: ପୀତବାସ ପଣ୍ଡା ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍ | Argus News