Pitabash Panda Murder Case / ପୀତବାସ ପଣ୍ଡା ହତ୍ୟା ମାମଲା: FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ
·8 months ago·2 min read

Key Points
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୋଳତାଡ଼ ଜାରି । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । SFSLକୁ ପଠାଗଲା ଜବତ ଦୁଇ ବନ୍ଧୁକ ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । ଗତ ମଙ୍ଗଳବାର ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।
ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପର୍ଯ୍ୟାୟକ୍ରମେ ୧୬ ଜଣଙ୍କୁ ଗିରଫ କରି ଦୁଇଟି ବନ୍ଧୁକ ଜବତ କରିଥିଲା I ଜବତ ବନ୍ଧୁକର ତଥ୍ୟକୁ ପୋଲିସ ମଙ୍ଗଳବାର ସ୍ଥାନୀୟ ଏସଡିଜେଏମ୍ଙ୍କ କୋର୍ଟରେ ଦାଖଲ କରିଛି । ଏଥିସହ ବାଲାଷ୍ଟିକ୍ ଟେଷ୍ଟ ପାଇଁ ବନ୍ଧୁକକୁ ଭୁବନେଶ୍ଵର ଏସ୍ଏଫ୍ଏସ୍ଏଲକୁ ପଠାଯାଇଛି । ଜବତ ବନ୍ଧୁକ, ଉଦ୍ଧାର ହୋଇଥିବା ଖୋକା ଏବଂ ପୋଷ୍ଟମୋର୍ଟମ୍ ସମୟରେ ପୀତବାସଙ୍କ ଶରୀରରୁ ଉଦ୍ଧାର ହୋଇଥିବା ଗୁଳିକୁ ବାଲାଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଛି । ପୂର୍ବରୁ ଜବତ ବନ୍ଧୁକ ଦୁଇଟି ୯ ଏମ୍ ଏମ୍ ବୋଲି ସ୍ପଷ୍ଟ ହୋଇଥିବାରୁ ପୀତବାସଙ୍କୁ ଏହି ପିସ୍ତଲରୁ ହିଁ ଗୁଳି କରାଯାଇଥିବା ପୋଲିସ ଦାବି କରିଛି ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା: ଜାନୁୟାରୀ ୨୬ରେ ହୋଇଥାନ୍ତା ବଡ଼ ଆକ୍ରମଣ
ସେପଟେ ଜେଲରେ ଥିବା ବିଜେଡି ନେତା ବିକ୍ରମ ପଣ୍ଡା ଏବଂ କର୍ପୋରେଟର ମଳୟ ବିଶୋଇଙ୍କୁ ଘର ଖାଦ୍ୟ ଯୋଗାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ । ପରେ ଏସଡିଜେଏମ୍ ଏହାର ଶୁଣାଣି କରି ବିକ୍ରମ ଓ ମଳୟଙ୍କୁ ଜେଲ ଭିତରେ ଆବଶ୍ୟକସ୍ଥଳେ ଘର ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ବାହାରର କୌଣସି ଖାଦ୍ୟ ଯୋଗାଣର ଆବଶ୍ୟକତା ନ ଥିବା ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଜଣାଇଛନ୍ତି ।
ସେହିପରି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁନୀଲ ହୋତାଙ୍କୁ ଚିକିତ୍ସା ପାଇଁ ବୁଧବାର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି ।
ସେପଟେ ବହୁଚର୍ଚ୍ଚିତ ବ୍ରହ୍ମପୁରର ପୀତବାସ ପଣ୍ଡା ହତ୍ୟା ମାମଲା । ପୀତବାସ ପଣ୍ଡାଙ୍କ ପାଇଁ ଲଢିବେ ୨୦୯ ଆଇନଜୀବୀ । ପୀତବାସ ପଣ୍ଡା ହତ୍ୟା ଘଟଣାରେ ତାଙ୍କ ତରଫରୁ ୨୦୯ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି ।
ସୂଚନା ଅନୁସାରେ, କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories