Murder / "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ

Key Points
ପ୍ରିନ୍ସ ଫେସବୁକ୍ ଷ୍ଟାଟସ୍ରେ ଦେଇଥିବା ଫଟୋରେ ତାଙ୍କ ଗାଁର ବିପିନ କୁମାର ରାଜିନ୍ଦର ଗଣ୍ଡ ଏକ ହସ ଇମୋଜି ଦେଇଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ପ୍ରିନ୍ସ ଓ ବିପିନ । ପ୍ରଥମେ ଇମୋଜିକୁ ନେଇ ଫୋନ୍ରେ କଥା କଟାକଟି ପରେ ଦୁହେଁ ହାତାହାତି ହୋଇଥିଲେ ।
ଅହମଦାବାଦ: ଫେସ୍ବୁକ୍ରେ ଗୋଟିଏ ଷ୍ଟାଟସ୍ ଆଉ ସେଥିରେ ହସ ଇମୋଜି । ଯାହା ଇମୋସନକୁ ଭାରି ପଡ଼ିଲା, ବେଶ ବାଧିଲା । ଇମୋଜିକୁ ନେଇ ବଚସା ଆଉ ଶେଷରେ ଛୁରି ଭୁସି ହତ୍ୟା । ଜେଜେଙ୍କୁ ମନେ ପକାଇ ତାଙ୍କ ଫଟୋ ପୋଷ୍ଟ ପାଇଁ ଶେଷରେ ଚାଲି ଯାଇଛି ନାତିର ଜୀବନ ।
ଏଭଳି ମାମଲା ଆସିଛି ଗୁଜରାଟର ରାଜକୋଟରୁ । ମୃତକ ବିହାରର ୨୦ ବର୍ଷୀୟ ପ୍ରିନ୍ସ । ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିନ୍ସ ଆଖି ବୁଜିଛନ୍ତି । ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଫେରାର୍ ରହିଛି ।
ବିହାରର ୨୦ ବର୍ଷୀୟ ପ୍ରିନ୍ସ ୩ ଜଣ ସମ୍ପର୍କୀୟଙ୍କ ସହ ଗୁଜରାଟ ରାଜକୋଟର ଏକ କାରଖାନାରେ କାମ କରୁଥିଲେ । ୪ ମାସ ତଳେ ପ୍ରିନ୍ସଙ୍କ ଜେଜେ ବାପା ରୂପନାରାୟଣ ଭିଣ୍ଡଙ୍କ ଦେହାନ୍ତ ହୋଇଥିଲା । ଆଉ ଜେଜେଙ୍କ କଥା ମନେ ପଡ଼ିବାରୁ ଫେସବୁକ୍ ଷ୍ଟାଟସରେ ରୂପନାରାୟଣଙ୍କ ଫଟୋ ରଖିଥିଲେ ପ୍ରିନ୍ସ ।
ଏଥିସହ ପଢ଼ନ୍ତୁ: ଶୁଭମିତ୍ରା ହତ୍ୟା ମାମଲାରେ ନୂଆ ଖୁଲାସା, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ
ଆଉ ପ୍ରିନ୍ସ ଫେସବୁକ୍ ଷ୍ଟାଟସ୍ରେ ଦେଇଥିବା ଫଟୋରେ ତାଙ୍କ ଗାଁର ବିପିନ କୁମାର ରାଜିନ୍ଦର ଗଣ୍ଡ ଏକ ହସ ଇମୋଜି ଦେଇଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ପ୍ରିନ୍ସ ଓ ବିପିନ । ପ୍ରଥମେ ଇମୋଜିକୁ ନେଇ ଫୋନ୍ରେ କଥା କଟାକଟି ପରେ ଦୁହେଁ ହାତାହାତି ହୋଇଥିଲେ ।
📱 Get Argus News App
✨
ପୋଲିସରେ ଏତଲା ଅନୁସାରେ, ସେପ୍ଟେମ୍ବର ୧୨ ତାରିଖ ରାତି ପ୍ରାୟ ୧୨ଟା ୩୦ ସମୟରେ କାରଖାନା ବାହାରେ ପ୍ରିନ୍ସ ଏକ ଅଟୋରେ ବସିଥିଲେ । ସେହି ସମୟରେ ବିପିନ ତାଙ୍କ ଆଡ଼କୁ ଆସୁଥିବା ପ୍ରିନ୍ସ ଦେଖିଥିଲେ । ବିପିନଙ୍କୁ ଦେଖି ପ୍ରିନ୍ସ କାରଖାନା ଭିତରକୁ ଯାଉଥିବା ବେଳେ ବାଟ ଜଗିଥିଲା ବିପିନଙ୍କ ସହଯୋଗୀ ବ୍ରିଜେଶ ଗଣ୍ଡ । ଆଉ ହତ୍ଯା ଧମକ ବି ଦେଇଥିଲା ।
ଆଉ ସେହି କାରଖାନା ବାହାରେ ହିଂ ବିପିନ, ପ୍ରିନ୍ସକୁ ଛୁରି ଭୁସି ଦେଇଥିଲା । ପ୍ରିନ୍ସଙ୍କ ଚିତ୍କାର ଶୁଣି କାରଖାନା କର୍ମଚାରୀ ଦଉଡ଼ି ଆସିବା ସହ ତାଙ୍କ ନିକଟସ୍ଥ ମେଡିକାଲ୍ ନେଇ ଯାଇଥିଲେ । ପରେ ପ୍ରିନ୍ସଙ୍କୁ ରାଜକୋଟ ସ୍ଥାନାନ୍ତର କରାଯାଇଥିଲା ।
ପୋଲିସ ଅନୁସାରେ, "ପ୍ରିନ୍ସଙ୍କ ପିଠିରେ ଆଘାତ ଲାଗିଥିଲା । ୨ ଇଞ୍ଚ୍ ଗଭୀରର କ୍ଷତ ହୋଇଥିଲା । ମେଡିକାଲ୍ରେ ଭର୍ତ୍ତି ସମୟରେ ପ୍ରିନ୍ସଙ୍କ ଚେତା ଥିଲା । ହସ୍ପିଟାଲ୍ରେ ପୋଲିସକୁ ବୟାନ ଦେଇଥିଲା ପ୍ରିନ୍ସ । ମେଡିକାଲରେ ୪ ଦିନର ଚିକିତ୍ସା ପରେ ପ୍ରିନ୍ସର ଅବସ୍ଥା ବିଗିଡ଼ିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୨୨ ସେପ୍ଟେମ୍ବର ରାତି ୨ଟା ୩୦ରେ ପ୍ରିନ୍ସର ମୃତ୍ୟୁ ହୋଇଛି ।"
ଏହି ମାମଲାରେ ପୋଲିସ ଭାରତୀୟ ନ୍ୟାୟ ସଂହିତା-୨୦୨୩ର ଧାରା ୧୦୩ (୧)ରେ ମାମଲା ରୁଜୁ କରିଛି । ସୋମବାର ରାତିରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବିପିନକୁ ଗିରଫ କରିଥିବା ବେଳେ ଫେରାର୍ ରହିଛି ସହଯୋଗୀ ବିଜେଶ । ପ୍ରିନ୍ସଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।
Related Topics
Explore more stories