Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶୁଭମିତ୍ରା ହତ୍ୟା ମାମଲାରେ ନୂଆ ଖୁଲାସା, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ

Crime

Subhamitra Murder Case / ଶୁଭମିତ୍ରା ହତ୍ୟା ମାମଲାରେ ନୂଆ ଖୁଲାସା, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଶୁଭମିତ୍ରା ହତ୍ୟା ମାମଲାରେ ନୂଆ ଖୁଲାସା, ପ୍ରଥମ ସ୍ତ୍ରୀଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ ଦୀପକ

Key Points

ମହିଳା ଟ୍ରାଫିକ୍ କନେଷ୍ଟବଳ ହତ୍ୟା ମାମଲାରୁ ହେଲା ନୂଆ ଖୁଲାସା । ଅଭିଯୁକ୍ତ ଦୀପକ ପ୍ରଥମ ସ୍ତ୍ରୀକୁ ବି କରିଥିଲା ହତ୍ୟା । ବିଜେଡିର ମୁଲତବୀ ପ୍ରସ୍ତାବରେ ଉତ୍ତର ରଖି ବଡ଼ ଖୁଲାସା କଲେ ଆଇନ ମନ୍ତ୍ରୀ।

ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରୁ ହେଲା ନୂଆ ଖୁଲାସା । ଅଭିଯୁକ୍ତ ଦୀପକ ପ୍ରଥମ ସ୍ତ୍ରୀକୁ ବି କରିଥିଲା ହତ୍ୟା । ବିଜେଡିର ମୁଲତବୀ ପ୍ରସ୍ତାବରେ ଉତ୍ତର ରଖି ବଡ଼ ଖୁଲାସା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୦୨୨ ମସିହାରେ ବୀମା ଟଙ୍କା ପାଇଁ ପ୍ରଥମ ସ୍ତ୍ରୀକୁ ହତ୍ୟା କରିଥିଲା ଦୀପକ । ଟ୍ରକ୍ ଧକ୍କାରେ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିବା କହିଥିଲା ଦୀପକ ।


କିନ୍ତୁ ଦୀପକ ଯେଉଁ ଟ୍ରକ ଦୁର୍ଘଟଣା ଘଟାଇଥିବା କହିଥିଲେ ବାସ୍ତବରେ ସେଦିନ ସେହି ଟ୍ରକଟି ରାଉରକେଲାରେ ଥିଲା । ବିଜେଡି ସରକାର ଅମଳରେ ହୋଇଥିବା ତଦନ୍ତରେ ଘୋର ଅବହେଳା ହୋଇଥିଲା । ତେବେ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏବେ ଶୁଭମିତ୍ରା ହତ୍ୟା ମାମଲାରେ ମାତ୍ର ୧୦ ଦିନ ଭିତରେ ଦୀପକ ଧରାହେଲା ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ, ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ହତ୍ୟା ପରେ ଦୀପକଙ୍କ ବିରୋଧରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ପରିବାର ଆଣିଥିଲେ ସାଂଘାତିକ ଅଭିଯୋଗ । ଶୁଭମିତ୍ରାଙ୍କ ପରି ଅପର୍ଣ୍ଣାଙ୍କୁ ହତ୍ୟା କରାଯାଇଛି । ଅଭିଯୋଗ ହୋଇଛି ଯେ ଦୁର୍ଘଟଣା ପୂର୍ବରୁ ଦୀପକଙ୍କ ସହ ବୁଲିବାକୁ ଯାଇଥିବା ନେଇ ଭଉଣୀକୁ ଫୋନ କରି ଜଣାଇଥିଲେ ଅପର୍ଣ୍ଣା । କିଛି ସମୟ ପରେ ଖୁଣ୍ଟୁଣୀ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଅପର୍ଣ୍ଣାଙ୍କ ଘରକୁ ଫୋନ କରିଥିଲା ଦୀପକ । ଘରଲୋକ ମେଡିକାଲରେ ପହଞ୍ଚିବା ବେଳକୁ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଯାଇଥିଲା ।


ସେପଟେ ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଅର୍ଗସ କ୍ୟାମେରାରେ ବଡ଼ ବୟାନ ଦେଇଥିଲେ ଶୁଭମିତ୍ରାଙ୍କ ବାପା । ୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଥିଲେ ଶୁଭମିତ୍ରାଙ୍କ ବାପା ।


ସେ ଆହୁରି କହିଥିଲେ, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ ଯୋଜନା କରିଥିଲେ ଦୀପକ ଓ ତା’ର ବଡ଼ ଭାଇ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ବି ବୀମା କରିଥିଲା ଦୀପକ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ଦୀପକ ଦେଢ଼ କୋଟି ଟଙ୍କାର ବୀମା କରିଥିଲା । ଆଉ ଅପର୍ଣ୍ଣାକୁ ମଧ୍ୟ ହତ୍ୟା କରିବା ପରେ ସେ ସେହି ଦେଢ଼ କୋଟି ଟଙ୍କା ହାତେଇଥିବା ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା । ଦୀପକ ହତ୍ୟା କରି ପାଉଥିବା ବୀମା ଟଙ୍କାକୁ ତା ଭାଇ ବ୍ୟବସାୟରେ ଲଗାଏ । ଅପର୍ଣ୍ଣା, ଶୁଭମିତ୍ରା ଭଳି ଆଉ କେତେ ଜଣଙ୍କୁ ଦୀପକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବ ବୋଲି ସେ ଅଭିଯୋଗ କରିଥିଲେ ।

Sponsored
Shubhamitra Murder Case Twist: Accused Deepak Also Killed First Wife for Insurance | Argus News