Midday Meal Rice / ସ୍କୁଲ୍ ଆଗରେ କଳା ରଙ୍ଗର କାର୍... ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ
·3 months ago·2 min read

Key Points
କାର୍ ଲଗାଇ ଚାଉଳ କରୁଥିଲେ ଚୋରା ଚାଲାଣ । ଧରିଦେଲେ ଗ୍ରାମବାସୀ । ନିଲମ୍ବିତ ହେଲେ ପ୍ରଧାନଶିକ୍ଷଯିତ୍ରୀ ।
ଆଠଗଡ଼ (କଟକ): ଛଅଗାଁ ସ୍କୁଲ୍ରୁ ଚାଉଳ ଚୋରି । କାର୍ ଲଗାଇ ଚାଉଳ କରୁଥିଲେ ଚୋରା ଚାଲାଣ । ଧରିଦେଲେ ଗ୍ରାମବାସୀ । ନିଲମ୍ବିତ ହେଲେ ପ୍ରଧାନଶିକ୍ଷଯିତ୍ରୀ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛଅଗାଁର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କୁ ନିଲମ୍ବିତ କରିଛି ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ ।
ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ କାର୍ ଲଗାଇ ଚାଉଳ ନେଉଥିଲେ । ୫ ବସ୍ତା ପ୍ରାୟ ଅଢ଼େଇ କ୍ଵିଣ୍ଟାଲ୍ ଚାଉଳ ଯାହା ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିଲା କାର୍ରେ ରଖିବା ବେଳେ ଧରିଥିଲେ ଗ୍ରାମବାସୀ ।
ଏଥିସହ ପଢ଼ନ୍ତୁ: ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !
ଯାହା ପରେ ସ୍କୁଲ୍ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକଙ୍କ ବିରୋଧ ପରେ ସେଠାରୁ ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇ ପଳାଇଥିଲେ । ଖବର ପାଇ ଆଠଗଡ଼ ବିଇଓ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ତେବେ ପ୍ରଥମଥର ରିନା ଦେଇ ଏଭଳି ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳକୁ ଚାଲାଣ କରୁଥିଲେ କି ? ନା ଆଗରୁ ଏଭଳି ବାରମ୍ବାର ଚାଉଳ ଚୋରି କରୁଥିବା ବେଳେ ଧରାପଡ଼ୁ ନଥିଲେ । ଏବେ ପ୍ରଧାନଶିକ୍ଷୟିତ୍ରୀ ରିନା ଦେଇଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
ଏଥିସହ ପଢ଼ନ୍ତୁ: ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି
ତେବେ ସ୍କୁଲ୍ ଆଗରେ କଳା ରଙ୍ଗର କାର୍ ଲଗାଇ ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ରୋକିବାକୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିକୁ ଅବଗତ କରାଇ କାର୍ରେ ଚାଉଳ ନେଉଥିଲେ କି ପ୍ରଧାନଶିକ୍ଷୟିତ୍ରୀ ? ତାକୁ ନେଇ ବି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories