|
logo
Live

Argus News - ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି

Technology

AI Crime / ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି

Sushanta Sahoo
Browse all articles by Sushanta Sahoo
·3 months ago·2 min read
ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି
ChatGPT Linked to US Murder-Suicide, Family Sues OpenAI

Key Points

ମାଆ ଉପରେ ହାତ ଉଠାଇଲା, ତଣ୍ଟି ଟିପି ଜୀବନ ନେଇଗଲା । ମାଆକୁ ମାରିବା ପରେ ମନ ଭରିଲାନି, ନିଜେ ହାରିଦେଲା ନିଜ ଜୀବନ । ଗୋଟିଏ ଘରେ ଏଭଳି ୨ଟି ମୁଣ୍ଡ ଗଡ଼ିବା ପରେ ବିବାଦକୁ ଆସିଛି AI Chatbot- ChatGPT ।
ନୂଆଦିଲ୍ଲୀ: ୮୬ ବର୍ଷୀୟ ବୁଢ଼ୀ ମାଆ । ୫୬ ବର୍ଷର ପୁଅ । ମାଆ ଉପରେ ହାତ ଉଠାଇଲା, ତଣ୍ଟି ଟିପି ଜୀବନ ନେଇଗଲା । ମାଆକୁ ମାରିବା ପରେ ମନ ଭରିଲାନି, ନିଜେ ହାରିଦେଲା ନିଜ ଜୀବନ । ଗୋଟିଏ ଘରେ ଏଭଳି ୨ଟି ମୁଣ୍ଡ ଗଡ଼ିବା ପରେ ବିବାଦକୁ ଆସିଛି AI Chatbot- ChatGPT ।

ଅଭିଯୋଗ ଅନୁସାରେ, ChatGPT ଏତେ ଡରାଇଲା ଓ ଉସୁକାଇଲା ଯେ- ପୁଅ ପ୍ରଥମେ ମାଆର ହତ୍ୟା କଲା । ପରେ ନିଜେ ଆତ୍ମହତ୍ୟା କରି ଜୀବନ ହାରିଦେଲା । ଏବେ ମୃତ ମହିଳାଙ୍କ ସମ୍ପର୍କୀୟ ChatGPT ତିଆରି କରିଥିବା OpenAIକୁ କୋର୍ଟକୁ ଟାଣିଛନ୍ତି ।

ଏଥିସହ ପଢ଼ନ୍ତୁ: ବିଷ ଦେଇ ବାଘକୁ ମାରିଦେଲେ... ବଳଦକୁ ମାରିବାରୁ ପ୍ରତିଶୋଧ !

କେମିତି ଉସୁକାଇଲା ChatGPT ?

ୟେ ମାମଲା ହେଉଛି ଆମେରିକା ସାନ ଫ୍ରାନ୍ସିସ୍କୋର । କାର୍ଲିଫର୍ଣ୍ଣିଆର ସୁପିରିୟର୍ କୋର୍ଟରେ ହୋଇଥିବା ଅଭିଯୋଗ ଅନୁସାରେ, ୮୩ ବର୍ଷୀୟ ବୃଦ୍ଧ ମାଆ ସୁଜୈନ ଏଡମ୍ସଙ୍କୁ ୫୬ ବର୍ଷୀୟ ପୁଅ ଷ୍ଟିନ୍-ଏରିକ୍ ସୋଏଲବର୍ଗ ହତ୍ୟା କରିଛି । ଅଗଷ୍ଟ ୩ରେ ଘର ଭିତରେ ମାଆକୁ ପ୍ରଥମେ ପିଟିବା ସହ ତଣ୍ଟି ଚିପି ଜୀବନ ନେଇଛି ପୁଅ । ହତ୍ୟା ପରେ ନିଜେ ଛୁରି ଭୁସି ଦେଇ ଆତ୍ମହତ୍ୟା କରିଛି ।

ଅଭିଯୋଗ ଅନୁସାରେ, OpenAI ଏକ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ତିଆରି କରି ବିକ୍ରି କରିଛି । ଯାହାକି ବ୍ୟବହାରକାରୀ (ପୁଅ) ମନରେ ମାଆକୁ ନେଇ ଭ୍ରମ ସୃଷ୍ଟି କରିଥିଲା । ଚ୍ୟାଟିଂ ବେଳେ ChatGPT ଏକ ବିପଜ୍ଜନକ ମେସେଜ ଦେଇଥିଲା । ଯାହାପରେ ସୋଏଲବର୍ଗ ତା ଜୀବନରେ ChatGPT ଛଡ଼ା ଆଉ କାହାକୁ ଭରସା କରୁନଥିଲା ।
ଏପରିକି AI ସୋଏଲବର୍ଗଙ୍କ ଆଖପାଖର ଲୋକଙ୍କୁ ତାର ଶତ୍ରୁ ଭାବେ ଚିତ୍ରଣ କରୁଥିଲା । ଭାବନାତ୍ମକ ଭାବେ ସୋଏଲବର୍ଗଙ୍କୁ ଆକର୍ଷିତ କରିଥିଲା । ChatGPT ବତାଇ ଥିଲା କି ତାଙ୍କ ମାଆ ସୋଏଲବର୍ଗଙ୍କ ଉପରେ ନଜର ରଖୁଛନ୍ତି । ଏପରିକି ଡେଲିଭରି କରୁଥିବା ଡ୍ରାଇଭର, ଦୋକାନୀ, ପୋଲିସ ଏବଂ ବନ୍ଧୁ ସମସ୍ତେ ତାଙ୍କ ବିରୋଧରେ କାମ କରୁଥିବା ଜଣେ ଜଣେ ଏଜେଣ୍ଟ ।

ଏଥିସହ ପଢ଼ନ୍ତୁ: ୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ କଲେ କମାଲ

ତେବେ ChatGPT ସହ ଜଡ଼ିତ ଆତ୍ମହତ୍ୟା ଓ ହତ୍ୟା ନେଇ ଏହା ପ୍ରଥମ ମାମଲା ନୁହେଁ । ଏଭଳି ଆଉ ୭ଟି ମାମଲାକୁ ଏବେ ChatGPT କୋର୍ଟରେ ଲଢ଼ୁଛି । ଯେଉଁଥିରେ ଦାବି କରାଯାଇଛି ChatGPT ଲୋକଙ୍କୁ ଆତ୍ମହତ୍ୟା ଓ ପ୍ରାଣଘାତୀ ଆକ୍ରମଣ ପାଇଁ ଉସୁକାଉଛି । ଯେତେବେଳେ କି ପୂର୍ବରୁ ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ସମସ୍ୟା ନଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
AI Crime: ChatGPT ପଢ଼ାଇଲା ଏମିତି ପାଠ; ଜୀବନ ହାରିବା ପୂର୍ବରୁ ପୁଅ ଚିପିଦେଲା ମାଆର ତଣ୍ଟି | Argus News