Beaten To Death With Bat / ବାହାହେବାକୁ ଡାକିଲା ପ୍ରେମିକା; ପୁଣି ବ୍ୟାଟ୍ରେ ପିଟି ପିଟି ମାରିଦେଲେ ପରିବାର ଲୋକ
·3 months ago·2 min read

Key Points
ବିବାହ ବିଷୟରେ କଥା ହେବାକୁ ଡାକି ଝିଅର ପ୍ରେମିକଙ୍କୁ ହତ୍ୟା କରିଛନ୍ତି ପରିବାର ଲୋକେ । କ୍ରିକେଟ୍ ବ୍ୟାଟରେ ପିଟି ପିଟି ନେଇ ଯାଇଛନ୍ତି ଦ୍ଵିତୀୟ ବର୍ଷ ଇଞ୍ଜିନିୟରିଂ ପଢ଼ୁଥିବା ଛାତ୍ରଙ୍କ ଜୀବନ ।
ହାଇଦ୍ରାବାଦ: ପ୍ରେମିକା ଡାକିଲା, ମାଆ ବ୍ୟାଟରେ ପିଟିଲା... ଆଉ ଚାଲିଗଲା ବି.ଟେକ୍ ଛାତ୍ରଙ୍କ ଜୀବନ । ବିବାହ ବିଷୟରେ କଥା ହେବାକୁ ଡାକି ଝିଅର ପ୍ରେମିକଙ୍କୁ ହତ୍ୟା କରିଛନ୍ତି ପରିବାର ଲୋକେ । କ୍ରିକେଟ୍ ବ୍ୟାଟରେ ପିଟି ପିଟି ନେଇ ଯାଇଛନ୍ତି ଦ୍ଵିତୀୟ ବର୍ଷ ଇଞ୍ଜିନିୟରିଂ ପଢ଼ୁଥିବା ଛାତ୍ରଙ୍କ ଜୀବନ ।
ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ । ଯେଉଁଠି ବିବାହ ପାଇଁ ଆଲୋଚନା କରିବା ଲାଗି ପ୍ରେମିକାଙ୍କ ଘରକୁ ଆସିଥିଲେ ଇଞ୍ଜିନିୟରିଂ ପଢ଼ୁଥିବା ପ୍ରେମିକ । ଆଉ ଘରେ ପହଞ୍ଚିବା ପରେ ପ୍ରେମିକାଙ୍କ ମାଆ ଯୁବକଙ୍କୁ ବ୍ୟାଟ୍ରେ ପ୍ରହାର ପରେ ପ୍ରହାର କରି ଚାଲିଥିଲେ ।
ଏଥିସହ ପଢ଼ନ୍ତୁ: କଲେଜ କ୍ଲାସ୍ ବେଳେ ଭିଡିଓ କଲ୍, ପୁଣି ପ୍ରେମ ନିବେଦନ; ଗିରଫ ହେଲେ ପ୍ରିନ୍ସିପାଲ୍
ମୃତକ ଜଣଙ୍କ ଜ୍ୟୋତି ଶ୍ରବଣ ସାଏ, ସେ ଦ୍ଵିତୀୟ ବର୍ଷର ବି.ଟେକ୍ ଛାତ୍ର । କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ଜ୍ୟୋତି ବି.ଟେକ୍ କରୁଥିଲେ । କଲେଜ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ ଜ୍ୟୋତି । ସେ ବୀରାମଗୁଡ଼ାର ୧୯ ବର୍ଷୀୟ ଶ୍ରୀଜାଙ୍କୁ ଭଲ ପାଉଥିଲେ ।
ହେଲେ ଜ୍ୟୋତିଙ୍କ ସହ ସମ୍ପର୍କକୁ ପସନ୍ଦ କରୁନଥିଲେ ଶ୍ରୀଜାଙ୍କ ପରିବାର । ଯାହାକୁ ନେଇ ଶ୍ରୀଜାଙ୍କ ଘର ଲୋକ ଜ୍ୟୋତିଙ୍କୁ ଅନେକ ଥର ତାଗିଦ୍ ମଧ୍ୟ କରିଥିଲେ । ଘଟଣା ଦିନ ଶ୍ରୀଜାଙ୍କ ପରିବାର ଲୋକେ ଜ୍ୟୋତିଙ୍କୁ ବିବାହ ନେଇ ଆଲୋଚନା ପାଇଁ ଘରକୁ ଡାକିଥିଲେ ।
କିନ୍ତୁ ଶ୍ରୀଜାଙ୍କ ଘରେ ଜ୍ୟୋତି ପହଞ୍ଚିବା ପରେ ତାଙ୍କ ମାଆ ଓ ପରିବାରର ଅନ୍ୟ ସଦସ୍ୟ ଅଚାନକ ଆକ୍ରମଣ କରିଥିଲେ । ଏକ କ୍ରିକେଟ ବ୍ୟାଟରେ ଜ୍ଯୋତି ଶ୍ରବଣଙ୍କୁ ପିଟି ଚାଲିଥିଲେ ଶ୍ରୀଜାଙ୍କ ମାଆ । ଜ୍ୟୋତିଙ୍କ ମୁଣ୍ଡରେ ଘଭୀର ଆଘାତ ଲାଗିବା ସହ ଘୋଡ଼ ଓ ହାତ କହୁଣୀ ଭାଙ୍ଗି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ମନା କରିବା ପରେ ବି ସବୁବେଳେ ଶୀଘ୍ର ଆସୁଥିଲେ ଅଫିସ୍; ଚାକିରି ଯିବା ପରେ କୋର୍ଟ ବି ଦେଲେନି ସାଥ୍
ପରେ ଜ୍ୟୋତି ଶ୍ରବଣଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜ୍ୟୋତିଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଅମୀନପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ହତ୍ୟାରେ ବ୍ୟବହୃତ ବ୍ୟାଟ୍ ଜବତ କରିଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: