Fired For Coming Early / ମନା କରିବା ପରେ ବି ସବୁବେଳେ ଶୀଘ୍ର ଆସୁଥିଲେ ଅଫିସ୍; ଚାକିରି ଯିବା ପରେ କୋର୍ଟ ବି ଦେଲେନି ସାଥ୍
·3 months ago·2 min read

Key Points
ଅଫିସ୍କୁ ଶୀଘ୍ର ଆସିବାରୁ ଚାକିରି ଚାଲିଯିବା ଭଳି ଅଜବ ଘଟଣା ଘଟିଛି । ଏମିତି ଘଟିଛି ସ୍ପେନ୍ର ଜଣେ ମହିଳାଙ୍କ ସହ ।
ନୂଆଦିଲ୍ଲୀ: ବିଳମ୍ବରେ କାର୍ଯ୍ୟାଳୟରେ ପହଞ୍ଚିବା । ବାରମ୍ବାର ସମାନ ଭୁଲ୍କୁ ଦୋହରାଇ ଅନେକ ଚାକିରି ହରାଇଥିବା ଜାଣିଥିବେ । କିନ୍ତୁ ଅଫିସ୍କୁ ଶୀଘ୍ର ଆସିବାରୁ ଚାକିରି ଚାଲିଯିବା ଭଳି ଅଜବ ଘଟଣା ଘଟିଛି । ଏମିତି ଘଟିଛି ସ୍ପେନ୍ର ଜଣେ ମହିଳାଙ୍କ ସହ ।
ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମହିଳା ଜଣଙ୍କର ଚାକିରି ଚାଲିଯିବା ପରେ କୋର୍ଟ ବି ସାଥ୍ ଦେଇ ନାହାନ୍ତି । ଜଣେ କର୍ମନିଷ୍ଠ ମହିଳା ୨ ବର୍ଷ ପର୍ଯ୍ୟନ୍ତ ସମୟ ପୂର୍ବରୁ ଆଗୁଆ ଅଫିସ୍ ଆସୁଥିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ବିଗତ ୧୬ ପାଳିରେ ଅର୍ଦ୍ଧଶତକ ମାରିବାରେ ଗିଲ୍ ବିଫଳ; ଚଣ୍ଡିଗଡ଼ରେ ଖେଳିବେ ତ ?
ସ୍ପେନ୍ର ୨୨ ବର୍ଷୀୟ ମହିଳା କର୍ମଚାରୀ ଜଣଙ୍କ ୨ ବର୍ଷ ଧରି ଶୀଘ୍ର ଅଫିସ୍ ପହଞ୍ଚୁ ଥିଲେ । ସକାଳ ୬ଟା ୪୫ରୁ ୭ଟା ଭିତରେ ସେ ଅଫିସ୍ ପହଞ୍ଚି ଯାଉଥିଲେ । ଯେତେବେଳେ କି ଅଫିସ୍ ସମୟ ଥିଲା ସକାଳ ସାଢ଼େ ୭ଟା ।
ପ୍ରତିଥର ମହିଳା ଜଣଙ୍କ ପ୍ରାୟ ୪୦ ମିନିଟ୍ ଆଗୁଆ କାର୍ଯ୍ୟାଳୟରେ ପହଞ୍ଚୁ ଥିଲେ । ଅନେକ ଥର ମହିଳାଙ୍କ ମ୍ୟାନେଜର ତାଙ୍କୁ ସମୟ ପୂର୍ବରୁ ନ ଆସିବା ଲାଗି କହିଥିଲେ । ମହିଳା ଜଣଙ୍କ ଶୀଘ୍ର ଆସୁଥିବାରୁ ତାଙ୍କ ପାଖରେ କୌଣସି କାମ କରିବା ଲାଗି ରହୁନଥିଲା ।
ଏଥିସହ ପଢ଼ନ୍ତୁ: ନିରବତା ଭାଙ୍ଗିଲେ ସ୍ମୃତି ମନ୍ଧାନା; କହିଲେ- 'କ୍ରିକେଟ୍ଠୁ ଅଧିକ କାହାକୁ ଭଲ ପାଏନି'
ନିଯୁକ୍ତିଦାତା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ବାରମ୍ବାର କହିବା ପରେ ମହିଳା ଜଣଙ୍କ ଆଗୁଆ କାର୍ଯ୍ୟାଳୟ ପହଞ୍ଚିବା ବନ୍ଦ କରି ନଥିଲେ । ଫଳରେ ମ୍ୟାନେଜର ମହିଳା କର୍ମଚାରୀଙ୍କୁ ଗମ୍ଭୀର ଅବମାନନା ଆଧାରରେ ଚାକିରିରୁ ବାହାର କରି ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ମହିଳା ଜଣଙ୍କ ଶୀଘ୍ର ଅଫିସ୍ ପହଞ୍ଚି କୌଣସି କାମ କରୁନଥିଲେ । ଗାଇଡଲାଇନ୍ ମାନୁ ନଥିଲେ । ଚାକିରି ହରାଇବା ପରେ କମ୍ପାନୀକୁ ମହିଳା କର୍ମଚାରୀ କୋର୍ଟକୁ ଟାଣିଥିଲେ । ହେଲେ କମ୍ପାନୀର ଭରସା ମହିଳା କର୍ମଚାରୀ ଭାଙ୍ଗିଥିବା କହିଛନ୍ତି କୋର୍ଟ । ଯାହାକି ସ୍ଥାନୀୟ ୱାକର୍ସ ଇନଷ୍ଟିଚ୍ୟୁଟର ଧାରା ୫୪ର ଉଲ୍ଲଂଘନ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories