ଆପତ୍ତିଜନକ ଅବସ୍ଥାରେ ଦେଖିବାରୁ ୬ ବର୍ଷର ଝିଅକୁ ମାରିଦେଲେ ମହିଳା ଓ ନାବାଳକ ପ୍ରେମିକ

Key Points
୬ ବର୍ଷର ଝିଅକୁ ହତ୍ୟା । ବନ୍ଧାହେଲେ ମହିଳା, ନାବାଳକ ପ୍ରେମିକକୁ ଅଟକ ରଖି ପୋଲିସର ଜେରା । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶରେ ।
ଲକ୍ଷ୍ନୌ: ୬ ବର୍ଷର ଝିଅକୁ ହତ୍ୟା । ବନ୍ଧାହେଲେ ମହିଳା, ନାବାଳକ ପ୍ରେମିକକୁ ଅଟକ ରଖି ପୋଲିସର ଜେରା । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ସିକନ୍ଦ୍ରା ରାଉ ଥାନା ଅଞ୍ଚଳରେ । ଆଉ ନାବାଳିକାଙ୍କ ଦୋଷ ହେଲା ସେ ମହିଳା ଓ ତାଙ୍କ ନାବାଳକ ପ୍ରେମିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ ।
ସୂଚନା ଅନୁସାରେ, ମୃତକ ହେଉଛନ୍ତି ୬ ବର୍ଷର ଉର୍ଭି । ବୁଧବାର ଦିନ ତାଙ୍କ ଘରେ ଏକ ଫଙ୍କସନ ହେଉଥିଲା । ଆଉ ସକାଳ ୧୦ଟାରୁ ଉର୍ଭି ନିଖୋଜ ଥିଲେ । ଘର ଲୋକ ଉର୍ଭିଙ୍କୁ ଖୋଜାଖୋଜି କରୁଥିବା ବେଳେ ଦିନ ପ୍ରାୟ ସାଢ଼େ ଗୋଟାଏରେ ଏକ ପରିତ୍ୟକ୍ତ କୂଅରେ ଏକ ଅଖା ଦେଖିଥିଲେ । ଆଉ ଅଖା ଭିତରେ ଥିଲା ଉର୍ଭିଙ୍କ ମୃତଦେହ । ବେକକୁ ବନ୍ଧା ଯାଇଥିଲା କପଡ଼ାରେ ।
ଏଥିସହ ପଢ଼ନ୍ତୁ: ହତ୍ୟା ପରେ ସ୍ଵାମୀକୁ କୂଅରେ ଫିଙ୍ଗିଦେଲା ତୃତୀୟ ସ୍ତ୍ରୀ
📱 Get Argus News App
✨
ଆଉ ମୃତଦେହ ବ୍ୟବଚ୍ଛେଦ ପରେ ଜଣା ପଡ଼ିଲା ତଣ୍ଟିଚିପି ନାବାଳିକାଙ୍କୁ ହତ୍ୟା କରାଯାଇଛି । ମାମଲାର ତଦନ୍ତ କରୁଥିବା ଅତିରିକ୍ତ ଏସ୍ପି ଅଶୋକ ସିଂହ କହିଛନ୍ତି, ଘଟଣା ଦିନ ନାବାଳିକା ଜଣଙ୍କ ଚାଲିକରି ଯାଉଥିବା ବେଳେ ୩୦ ବର୍ଷୀୟ ମହିଳା ଓ ତାଙ୍କ ୧୭ ବର୍ଷର ପ୍ରେମିକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ।
ସେ ନେଇ ତାଙ୍କ ବାପାଙ୍କୁ ସବୁ କହିଦେବେ ବୋଲି କହିଥିଲେ । ନାବାଳିକା ସେଠାରୁ ପଳାଇବାକୁ ଉଦ୍ୟମ କରିବା ବେଳେ ମହିଳା ଓ ତାଙ୍କ ପ୍ରେମିକ ଉର୍ଭିଙ୍କୁ ଧରିବା ସହ ତଣ୍ଟିଚିପି ହତ୍ୟା କରିଥିଲେ । ଏହାପରେ ଅଖାରେ ବାନ୍ଧି ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ ।
ପୋଲିସ ଅନୁସାରେ, ମହିଳା ଜଣଙ୍କ ପ୍ରାୟ ୩ ମାସ ହେବ ନାବାଳକ ଜଣଙ୍କ ସହ ସମ୍ପର୍କରେ ଥିଲେ । ଘଟଣା ଦିନ ସ୍ଵାମୀ ଓ ଶାଶୂ ବାହାରକୁ ଯିବା ପରେ ସେ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ଆଉ ସେହି ସମୟରେ ନାବାଳିକା ଜଣଙ୍କ ଯିବାବେଳେ ଆପତ୍ତିଜନକ ଅବସ୍ଥାରେ ଦେଖି ନେଇଥିଲେ । ଯାହା ପରେ ଉର୍ଭିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ମହିଳା ଓ ତାଙ୍କ ନାବାଳକ ପ୍ରେମିକ ।
ଗିରଫ ମହିଳାଙ୍କ ହାତରେ କାମୁଡ଼ା ଚିହ୍ନ ମଧ୍ୟ ରହିଛି । ଏଥିରୁ ଜଣାପଡ଼ୁଛି ଉର୍ଭି ନିଜକୁ ବଞ୍ଚାଇବା ପାଇଁ ପୂରା ପ୍ରୟାସ କରିଥିଲା । ହେଲେ ଅପକର୍ମରେ ଲିପ୍ତ ମହିଳା ସମ୍ପର୍କ ଧରା ପଡ଼ିଯିବା ଭୟରେ ଝିଅଟିର ତଣ୍ଟି ନାବାଳକ ପ୍ରେମିକ ସହ ମିଶି ଚିପି ଦେଇଥିଲେ ।