Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime Against Women / ରେପ୍‌ କରିବା ପରେ ମୃତ୍ୟୁର ନାଟକ ରଚିଥିଲା, ଏବେ ଧରାପଡ଼ିଲା !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ରେପ୍‌ କରିବା ପରେ ମୃତ୍ୟୁର ନାଟକ ରଚିଥିଲା, ଏବେ ଧରାପଡ଼ିଲା !

Key Points

ଆମେରିକାର ରୋଡ୍‌ ଆଇଲ୍ୟାଣ୍ଡର ୩୮ ବର୍ଷୀୟ ନିକୋଲାସ ରୋସିକୁ ୨୦୦୮ ମସିହାରେ ଉତ୍ତର ଉଟାହରେ ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା।

ଆମେରିକାରେ ଜଣେ ବ୍ୟକ୍ତି ବିରୁଦ୍ଧରେ ଦୁଇଜଣ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଜେଲ ଦଣ୍ଡରୁ ମୁକ୍ତି ପାଇବା ପାଇଁ ଉକ୍ତ ବ୍ୟକ୍ତି ଜଣକ ପ୍ରଥମେ ନିଜ ମୃତ୍ୟୁର ମିଛ ଖବର ପ୍ରଚାର କରିଥିଲା । ତାପରେ ଆଉ ଦେଖାଦେଇନଥିଲା । କିନ୍ତୁ କିଛି ବର୍ଷ ପରେ ତାକୁ ସ୍କଟଲ୍ୟାଣ୍ଡର ଏକ ହସ୍ପିଟାଲରୁ ଗିରଫ କରାଯାଇଥିଲା । ଯେଉଁଠାରେ ସେ ନିଜର ନାଁ ବଦଳାଇ ରହୁଥିଲା।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକୋଲାସ୍ ରୋସି ହେଉଛି ସେହି ବ୍ୟକ୍ତି । ଯିଏ ଦୁଷ୍କର୍ମ ଅଭିଯୋଗରୁ ବର୍ତ୍ତିବା ପାଇବା ପାଇଁ ନିଜ ମୃତ୍ୟୁର ନାଟକ କରିଥିଲା । ତାପରେ ସ୍କଟଲ୍ୟାଣ୍ଡ ପଳାଇ ଯାଇଥିଲା। ସେ ଜେଲ୍ ଯିବାକୁ ଚାହୁଁ ନଥିଲା, ତେଣୁ ନାଁ ବଦଳାଇ ବିଦେଶରେ ରହୁଥିଲା। ହେଲେ ଏବେ ତାଙ୍କୁ ଗିରଫ କରାଯାଇଛି । କୋର୍ଟରେ ଶୁଣାଣି ପରେ ତାକୁ ଦଣ୍ଡାଦେଶ ମଧ୍ୟ ହୋଇଛି ।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ଆମେରିକାର ରୋଡ୍‌ ଆଇଲ୍ୟାଣ୍ଡର ୩୮ ବର୍ଷୀୟ ନିକୋଲାସ ରୋସିକୁ ୨୦୦୮ ମସିହାରେ ଉତ୍ତର ଉଟାହରେ ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା। ଅଗଷ୍ଟ ଏବଂ ସେପ୍ଟେମ୍ବରରେ ପ୍ରତ୍ୟେକ ଅପରାଧ ପାଇଁ ପୃଥକ ଭାବରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତାକୁ ନଭେମ୍ବରରେ ଆଉ ଏକ କେସ୍‌ରେ ପୁଣି ଦଣ୍ଡାଦେଶ କରାଯାଇଥାନ୍ତା।

ଉଟାହର ସଲ୍ଟ ଲେକ୍ ସିଟିରେ ଏକ ଶୁଣାଣିରେ, ତାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦଣ୍ଡାଦେଶ ଦିଆଯାଇଥିଲା। ଏହି ଦଣ୍ଡାଦେଶରେ କୌଣସି ସମୟ ସ୍ଥିର କରାଯାଇନଥାଏ । ତେଣୁ ତାର ଚୂଡ଼ାନ୍ତ ମୁକ୍ତି ତାରିଖ ରାଜ୍ୟ ପାରୋଲ ବୋର୍ଡ ଦ୍ୱାରା ନିର୍ଣ୍ଣୟ କରାଯାଏ । ଅନ୍ୟପଟେ ଏବେ ବି ତାକୁ ଆଜୀବନ କାରାଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ରସି, ଯାହାର ଆଇନଗତ ନାଁ ହେଉଛି ନିକୋଲାସ ଆଲାହଭର୍ଡିଆନ୍ । ୨୦୧୮ ମସିହାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପ୍ରଥମେ ତାର ନାଁ ସାମ୍ନାକୁ ଆସିଥିଲା । ଏହି ଅଭିଯୋଗ ସେତେବେଳେ ପ୍ରମାଣିତ ହେଲା, ଯେତେବେଳେ ଦଶନ୍ଧି ପୁରୁଣା ଡିଏନଏ ରେପ୍‌ କିଟ୍‌ର ତଦନ୍ତ କରାଯାଇଥିଲା । ଫେବୃଆରୀ ୨୦୨୦ରେ, ତାକୁ ଦ୍ୱିତୀୟ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ଦ୍ୱିତୀୟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କିଛି ମାସ ପରେ, ଏକ ଆର୍ଟିକିଲରେ ତାର ମୃତ୍ୟୁ ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ ତାର ଲିମ୍ଫୋମା ଯୋଗୁଁ ମୃତ୍ୟୁ ହୋଇଛି। ବାସ୍ତବରେ ସେ ଜୀବିତ ଥିଲା ଏବଂ ଆମେରିକାରୁ ଫେରାର ହୋଇ କିଛି ସମୟ ପାଇଁ ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର ବ୍ରିଷ୍ଟଲରେ ରହୁଥିଲା । କିନ୍ତୁ ସେ କେବେ ଆମେରିକାରୁ ବ୍ରିଟେନ ପଳାଇଥିଲା ତାହା ସ୍ପଷ୍ଟ ନୁହେଁ।

ବ୍ରିଷ୍ଟଲରୁ ସେ ସ୍କଟଲ୍ୟାଣ୍ଡକୁ ପଳାଇଥିଲା । ଯେଉଁଠାରେ ସେ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଅଜ୍ଞାତ ଭାବରେ ବାସ କରୁଥିଲା । ହେଲେ ଦୁର୍ଭାଗ୍ୟ ବସତଃ କୋଭିଡ୍‌ ୧୯ରେ ଅସୁସ୍ଥ ହୋଇ ସେ ଯେତେବେଳେ ଗ୍ଲାସଗୋର କୁଇନ୍ ଏଲିଜାବେଥ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ସେତେବେଳେ ତାକୁ ଗିରଫ କରାଯାଇଥିଲା। କାରଣ ସେଠାରେ କାମ କରୁଥିବା ଜଣେ ନର୍ସ ନିକୋଲାସର ଏକ ନିର୍ଦ୍ଧିଷ୍ଟ ଟାଟୁ ଦେଖି ଚିହ୍ନି ପାରିଥିଲା । ତାପରେ ସେ ତାର ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲା । ଖବର ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । କିନ୍ତୁ ରୋସି ଦାବି କରିଥିଲା ଯେ ତାଙ୍କୁ ଫସା ଯାଉଛି । ସେମାନେ ଯେଉଁ ବ୍ୟକ୍ତି ଭାବି ତାକୁ ଗିରଫ କରୁଛନ୍ତି ବାସ୍ତବରେ ସେ ନୁହେଁ । ତାକୁ ଗିରଫ କରି ପ୍ରଶାସନ ଭୁଲ କରୁଛି ବୋଲି ନିକୋଲାସ କହିଥିଲା । ଖାଲି ସେତିକି ନୁହେଁ ନିକୋଲାସ ନିଜକୁ ଆର୍ଥର୍ ନାଇଟ୍ ନାମକ ଜଣେ ଆଇରିଶ୍ ଅନାଥ ବୋଲି ପରିଚୟ ଦେଇଥିଲା ।

ନଭେମ୍ବର ୨୦୨୨ରେ ବ୍ୟାପକ ତଦନ୍ତ ପରେ ଏହା ନିଶ୍ଚିତ ହୋଇଥିଲା ଯେ ହସ୍ପିଟାଲରୁ ଗିରଫ ହୋଇଥିବା ବ୍ୟକ୍ତି ପ୍ରକୃତରେ ନିକୋଲାସ୍ ରୋସି । ଏକ ଲମ୍ବା ଆଇନଗତ ଲଢ଼େଇ ପରେ, ଶେଷରେ ଗତ ବର୍ଷ ଜାନୁଆରୀରେ ତାକୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା। କୋର୍ଟ ଶୁଣାଣିରୁ ଜଣାପଡ଼ିଥିଲା ​​ଯେ ସେ ବର୍ଷ ବର୍ଷ ଧରି ନିଜକୁ ଲୁଚାଇ ରଖିବା ପାଇଁ ଏକ ଡଜନରୁ ଅଧିକ ନାଁ ବ୍ୟବହାର କରିଥିଲା । ସେ ବିଭିନ୍ନ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲା । ଯେଉଁଥିରେ ଆର୍ଥର ବ୍ରାଉନ୍ ନାଁ ମଧ୍ୟ ସାମିଲ ଅଛି । ଏହି ନାଁ ସେ ସେତେବେଳେ ରଖିଥିଳା ଯେତେବେଳେ ବ୍ରିଟିଶ ମହିଳା ମିରାଣ୍ଡା ନାଇଟ୍‌ଙ୍କ ସହ ବିବାହ କରିଥିଲା ।

କୁହାଯାଏ ଯେ ସେମାନେ ବ୍ରିଷ୍ଟଲରେ ଭେଟ ହୋଇଥିଲେ । ତା’ପରେ ଗ୍ଲାସଗୋ ଚାଲିଯାଇଥିଲେ। ଅଗଷ୍ଟରେ ସାକ୍ଷ୍ୟ ଗ୍ରହଣ କଲାବେଳେ ଜଣେ ବ୍ୟକ୍ତି କହିଥିଲେ ନିକୋଲାସ ଭୟ, ଯନ୍ତ୍ରଣା ଏବଂ ବିନାଶର ଏକ ପଥ ଛାଡ଼ିଯାଇଛି । ପବ୍ଲିକ ପ୍ରସିକ୍ୟୁଟର ବ୍ରାଣ୍ଡନ ସିମନ୍ସ କହିଥିଲେ ଯେ ରୋସି ମହିଳାମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ସହ ଦୁଷ୍କର୍ମ କରୁଥିଲା ଏବଂ ସେ ଜାଣିଥିଲା ଏହା ତା'ପାଇଁ ବଡ଼ ବିପଦ । ଏହି ସମୟରେ, ରୋସି ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ, ତା ବିରୋଧରେ ମହିଳାମାନେ ମିଛ ଅଭିଯୋଗ କରିଛନ୍ତି ବୋଲି କହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime Against Women | US Man Who Faked Death, Fled To UK, Jailed For Raping Ex-Girlfriend In 2008 | Argus News