|
logo
Live
Argus News App
GET APP

Argus News - ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ

Devotion

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ

Smruti Parija
Browse all articles by Smruti Parija
·6 months ago·2 min read
ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ

Key Points

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ

edistrict.odisha.gov.in ଅନଲାଇନ୍ ଲିଙ୍କରେ କରିପାରିବେ ଆବେଦନ

ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ

ପୁଣି ପୁରୀରେ ଲାଗିବ ଗହଳି ଚହଳି । ଅକ୍ଟୋବର 7 ରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏନେଇ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ । edistrict.odisha.gov.in ଅନଲାଇନ୍ ଲିଙ୍କରେ ଆବେଦନ କରିପାରିବେ । ଦିନ ୧୦ଟାରୁ ଆବେଦନ ପ୍ରକିୟା ଆରମ୍ଭ ହେବ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ବିବାହିତ ମହିଳାମାନେ ଆବେଦନ ପାଇଁ ଯୋଗ୍ୟ ହେବେ ।


ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜୀକୃତ ହୋଇଥିବା ମାଆମାନେ ହିଁ ହାବିଶ୍ୟାଳୀ ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର । ଶିବିରରେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ପ୍ରାୟ 2500 ହବିଶ୍ୟାଳିଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ନାମ ପଞ୍ଜିକରଣ କରିବାକୁ ତଥା ବ୍ରତ ପାଇଁ ଏବେଠାରୁ ପ୍ରସ୍ତୁତ ହେଲେଣି ହବିଶ୍ୟାଳି । ସରକାରୀ ହବିଶ୍ୟାଳି ଶିବିରରେ ନିଶୁଳ୍କ ରହଣି ସହ ମିଳିବ ଜଗନ୍ନାଥ ମହାପ୍ରସାଦ ସେବନ ସୁବିଧା । ଶ୍ରୀମନ୍ଦିର ଦର୍ଶନ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଆକାଶଦୀପ ପାଇଁ ମଧ୍ୟ ରହିବ ବ୍ୟବସ୍ଥା । ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ କୋଠା ସମେତ ବଗଲା ଧର୍ମଶାଳା ,ମୋଚି ସାହି କଲ୍ୟାଣ ମଣ୍ଡପରେ ହେବ ବ୍ୟବସ୍ଥା । ପଞ୍ଜିକରଣ ପରେ କେଉଁଠି ରହିବେ କେତେ ନମ୍ବର ରୁମ୍ ରେ ରହିବେ ଆଗୁଆ ସୂଚନା ଦିଆଯିବ । ପଞ୍ଜୀକୃତ ମାଆ ମାନେ ଫଟୋ ଆଧାର କାର୍ଡ ଅପଲୋଡ଼ କରିବା ପରେ ତାଙ୍କୁ ତଥ୍ୟ ଜଣାଇ ଦିଆଯିବ ।


ତେବେ ଏନେଇ ବାରମ୍ବାର ବୈଠକ ସହ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ହବିଷ୍ୟାଳୀ ଶିବିରର ମରାମତି ,ତଥା ଶୌଚାଳୟ ଇତ୍ୟାଦିର ସୁବିଧା ପାଇଁ ଆର୍ ଆଣ୍ଡ ବି ଦିଆଯାଇଛି ନିର୍ଦେଶ । 24 ଘଣ୍ଟିଆ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ନିୟୋଜିତ ରହି, କିଭଳି ମାଆ ମାନଙ୍କ କଥା ବୁଝିବେ ସେନେଇ ଦିଆଯାଇଛି ନିର୍ଦ୍ଦେଶ । ସେପଟେ ଶିବିରରୁ ମନ୍ଦିର ପର୍ଯ୍ୟନ୍ତ ନେଇଯିବାକୁ ଚଳିତ ଥର ପୂର୍ବାପେକ୍ଷା ଅଧିକ ବସ୍ ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସମସ୍ତ ସୁବିଧା ଓ ସୂଚନା ଯୋଗାଇ ଦେବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନୋଡାଲ ଅଫିସର୍ ନିୟୋଜିତ କରିଛି ଜିଲ୍ଲା ପ୍ରଶାସନ ।

Sponsored
ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ | Argus News