Videos
|
National

Gold Necklace Donation / ସାଇବାବାଙ୍କ ଦରବାରରେ କୋଟି କୋଟି ଟଙ୍କାର ଦାନ; ୧.୧୬ କୋଟିର ସୁନା ହାର ଚଢ଼ାଇଲେ ଭକ୍ତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସାଇବାବାଙ୍କ ଦରବାରରେ କୋଟି କୋଟି ଟଙ୍କାର ଦାନ; ୧.୧୬ କୋଟିର ସୁନା ହାର ଚଢ଼ାଇଲେ ଭକ୍ତ
Siridi Sai Baba Gold Necklace Donation

Key Points

ସାଇବାବାଙ୍କୁ କୋଟି କୋଟି ଟଙ୍କାର ଦାନ
୧.୧୬ କୋଟିର ସୁନା ହାର ଚଢ଼ାଇଲେ ଭକ୍ତ
୨ କିଲୋ ରୁପା ବିସ୍କୁଟ୍ ମଧ୍ୟ ଅର୍ପଣ
ପୁଣେ: ଶିରିଡ଼ି ସାଇବାବାଙ୍କ ଦରବାରରେ ପୁଣି ଏକ ବଡ଼ ଦାନକୁ ନେଇ ଚର୍ଚ୍ଚା । ମୁମ୍ବାଇର ଜଣେ ଭକ୍ତ ବାବାଙ୍କୁ ଅର୍ପଣ କରିଛନ୍ତି ପ୍ରାୟ ୧ କିଲୋ ଓଜନର ସୁନା ହାର, ଯାହାର ମୂଲ୍ୟ ୧ କୋଟି ୧୬ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ସେହି ଦିନ ଅନ୍ୟ ଜଣେ ଭକ୍ତ ୨ କିଲୋ ରୁପା ବିସ୍କୁଟ୍ ଦାନ କରିଛନ୍ତି । ଉଭୟ ଭକ୍ତ ନିଜ ନାମ ଗୋପନ ରଖିବାକୁ ମନ୍ଦିର ଟ୍ରଷ୍ଟକୁ ଅନୁରୋଧ କରିଛନ୍ତି ।

  • ହୀରା ଖଚିତ ସୁନା ହାର, ‘ଓଁ’ ଚିହ୍ନର ସ୍ୱତନ୍ତ୍ର ଡିଜାଇନ୍
ମୁମ୍ବାଇର ଭକ୍ତ ଅର୍ପଣ କରିଥିବା ଏହି ସୁନା ହାରରେ ମୂଲ୍ୟବାନ ପଥର ସହ ହୀରା ମଧ୍ୟ ଖଚିତ ହୋଇଛି। ହାରରେ ‘ଓଁ’ ଚିହ୍ନର ଡିଜାଇନ୍ ରହିଥିବା ବେଳେ, ଏହାର ନିର୍ମାଣ ଶୈଳୀ ମନ୍ଦିରରେ ପୂର୍ବରୁ ଥିବା ହାରଠାରୁ ଭିନ୍ନ । ମନ୍ଦିର ଟ୍ରଷ୍ଟର CEO ଗୋରକ୍ଷ ଗାଡ଼ିଲକରଙ୍କ ସୂଚନା ଅନୁସାରେ, ମଧ୍ୟାହ୍ନ ଆରତି ସମୟରେ ସାଇବାବାଙ୍କୁ ଏହି ହାର ପିନ୍ଧାଯାଇଥିଲା । ଏହାର ମୂଲ୍ୟ ପ୍ରାୟ ୧.୧୬ କୋଟି ଟଙ୍କା ଆକଳନ କରାଯାଇଛି ।

  • ମନୋକାମନା ପୂରଣ ପରେ ୨ କିଲୋ ରୁପା ଦାନ
ସେହି ଦିନ ଅନ୍ୟ ଜଣେ ସାଇ ଭକ୍ତ ୨ କିଲୋ ଓଜନର ରୁପା ବିସ୍କୁଟ୍ ବାବାଙ୍କୁ ଅର୍ପଣ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ୭ ହଜାର ଟଙ୍କା ବୋଲି କୁହାଯାଉ ଛି। ନିଜର ମନୋକାମନା ପୂରଣ ହେବା ପରେ ଭକ୍ତ ଏହି ରୁପା ଦାନ କରିଥିବା ସୂଚନା ମିଳିଛି । ଉଭୟ ଭକ୍ତ ନିଜ ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଥିବାରୁ ଟ୍ରଷ୍ଟ ସେମାନଙ୍କ ନାମ ଗୋପନ ରଖିଛି ।

ପଢନ୍ତୁ ଏହି ଖବର: ତିରୁପତି ବାଲାଜୀଙ୍କୁ ୧୬୦ କୋଟିର ସୁନା ଦାନ; ଚର୍ଚ୍ଚାରେ ବ୍ୟବସାୟୀ, ଟ୍ରକରେ ଆସି ପହଞ୍ଚିଲା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଦାନ ଅର୍ଥରେ ଚାଲୁଛି ହସ୍ପିଟାଲ୍
ମନ୍ଦିର ଟ୍ରଷ୍ଟର CEO ଗୋରକ୍ଷ ଗାଡ଼ିଲକର କହିଛନ୍ତି, "ଶିରିଡ଼ିରେ ସାଇବାବାଙ୍କ ଦର୍ଶନ ପାଇଁ ୬୩ଟି ଦେଶରୁ ଭକ୍ତ ଆସୁଛନ୍ତି । ଭକ୍ତମାନେ ବାବାଙ୍କୁ ନିଜ ଗୁରୁ ଭାବେ ମାନି ଶ୍ରଦ୍ଧା ଅନୁସାରେ ଦାନ କରନ୍ତି । ମନ୍ଦିରକୁ ମିଳୁଥିବା ଏହି ଦାନରାଶି କେବଳ ଧାର୍ମିକ କାର୍ଯ୍ୟରେ ନୁହେଁ, ଭକ୍ତଙ୍କ ସେବା ଓ ସାମାଜିକ କଲ୍ୟାଣ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହି ଅର୍ଥରେ ଦୁଇଟି ହସ୍ପିଟାଲ୍, ଭକ୍ତ ନିବାସ, ସାଇ ପ୍ରସାଦାଳୟ ଏବଂ ଶିକ୍ଷା କମ୍ପ୍ଲେକ୍ସ ଭଳି ସେବା ଚାଲିଛି ।"

  • ଶୀଘ୍ର ଆରମ୍ଭ ହେବ ଡେ-କେୟାର କ୍ୟାନ୍ସର ହସ୍ପିଟାଲ୍
ମନ୍ଦିର ସଂସ୍ଥାନ ପକ୍ଷରୁ ଖୁବଶୀଘ୍ର ଡେ-କେୟାର କ୍ୟାନ୍ସର ହସ୍ପିଟାଲ୍ ମଧ୍ୟ ଆରମ୍ଭ କରାଯିବାକୁ ଯୋଜନା ରହିଛି । ଭକ୍ତମାନଙ୍କ ଦାନରେ ଧାର୍ମିକ କାର୍ଯ୍ୟ ସହ ଚିକିତ୍ସା, ଶିକ୍ଷା ଓ ଆବଶ୍ୟକ ସେବାକୁ ଆଗକୁ ବଢ଼ାଯାଉଛି । ତେଣୁ ସାଇବାବାଙ୍କ ଦରବାରରେ ଅର୍ପଣ ହେଉଥିବା ଏହି ମହଙ୍ଗା ଭେଟ କେବଳ ଶ୍ରଦ୍ଧାର ପ୍ରତୀକ ନୁହେଁ, ବରଂ ଅନେକ ଲୋକଙ୍କ ସେବାରେ ମଧ୍ୟ ସହାୟକ ହେଉଛି ।