Odisha Research Conclave / ଆରମ୍ଭ ହେଲା ରାଜ୍ୟ ଗବେଷଣାର ମହାକୁମ୍ଭ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫
·7 months ago·3 min read

Key Points
ଓଡ଼ିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣ ଆଜିଠାରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଛି । ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ୧୭ଟି ବିଶ୍ଵବିଦ୍ୟାଳୟରୁ ୬୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ ଯୋଗ ଦେଇଛନ୍ତି ।
ବ୍ରହ୍ମପୁର: ରାଜ୍ୟ ଗବେଷଣା ମହାକୁମ୍ଭ କୁହାଯାଉଥିବା ଓଡ଼ିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣ ଆଜିଠାରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଛି । ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ୧୭ଟି ବିଶ୍ଵବିଦ୍ୟାଳୟରୁ ୬୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ ଯୋଗ ଦେଇଛନ୍ତି । ଆଜି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ସମ୍ମିଳନୀର ଉଦଘାଟନୀ ଉତ୍ସବ ଆୟୋଜନ ହୋଇଛି ।

ଏଥିରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଗବେଷଣାକୁ ଉତ୍ସର୍ଗୀକୃତ କରିବା ପାଇଁ ଗବେଷକଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ଦେଶରେ ଅଧିକ ସୃଜନଶୀଳ ଓ ନବୀନତମ ଗବେଷଣାର ଆବଶ୍ୟକତା ରହିଛି, ଯାହାକି ଭାରତକୁ ବିଶ୍ୱଗୁରୁ ଭାବେ ପରିଚତ କରାଇପାରିବ ତଥା ସମଗ୍ର ବିଶ୍ୱ ଓ ମାନବଜାତିକୁ ଦିଗଦର୍ଶନ ଦେଇପାରିବ ବୋଲି ସେ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫; ଯୋଗ ଦେବେ ୧୭ ବିଶ୍ଵବିଦ୍ୟାଳୟରୁ ୬୫୭ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ

ସମ୍ମିଳନୀରେ ଭାରତୀୟ ସମାଜ ବିଜ୍ଞାନ ଗବେଷଣା ପରିଷଦର ସଦସ୍ୟ ସଚିବ ପ୍ରଫେସର ଧନଞ୍ଜୟ ସିଂହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଭାରତରେ ଗବେଷଣାକୁ ପ୍ରୋତ୍ସାହନ ଦେବାରେ ICSSRର ଭୂମିକା ଏବଂ ଗବେଷଣାକୁ ପ୍ରତ୍ସାହନ ଦେବା ପାଇଁ ସ୍ନାତକ (UG) ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ଅନୁଦାନ ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି । ଏହାସହ ସମ୍ମିଳନୀ ମାଧ୍ୟମରେ ବିଶ୍ୱବିଦ୍ୟାଳୟରେ ଗବେଷଣାର ମାନବୃଦ୍ଧି କରିବାକୁ ରାଜ୍ୟରେ ଏକ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଗବେଷଣା ସନ୍ଦର୍ଭ ସଂକଳିତ ପୁସ୍ତକ ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପକ୍ଷରୁ ପ୍ରକାଶିତ ରିସର୍ଚ୍ଚ ଜର୍ଣ୍ଣାଲ ଆରଜେବିୟୁ, ସାହିତ୍ୟିକ ପତ୍ରିକା ଭଞ୍ଜଜ୍ୟୋତି ଓ ବିଶ୍ୱବିଦ୍ୟାଳୟର ମାସିକ ପତ୍ରିକା ଭଞ୍ଜବାଣିକୁ ଉନ୍ମଚୋନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷକଙ୍କ ପକ୍ଷରୁ ପ୍ରସ୍ତୁତ ନାନୋ ପଦାର୍ଥ ସଂପର୍କିତ ପ୍ରୋଟୋଟାଇପ ସହ ବିଭିନ୍ନ ଗବେଷଣା ପ୍ରକଳ୍ପରୁ ପ୍ରସ୍ତୁତ ନୂତନ ପ୍ରଟୋଟାଇପର ମଧ୍ୟ ଉଦଘାଟନ କରାଯାଇଛି ।
ଉଦ୍ଘାଟନୀ ଉତ୍ସବର ପ୍ରାରମ୍ଭରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ୱବିଦ୍ୟାଳୟର ଗବେଷଣାର ଦିଗ, ଗବେଷଣା ପାଇଁ ମିଳିଥିବା ରାଜ୍ୟ ତଥା କେନ୍ଦ୍ରୀୟ ଅନୁଦାନ ଓ ଗବେଷଣାରୁ ଉପଲବ୍ଧ ଜ୍ଞାନକୌଶଳ ଉପରେ ଏକ ବିସ୍ତୃତ ରିପୋର୍ଟ ପାଠ କରିଥିଲେ । ଏହାପରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଧନ୍ୟବାଦ ଦେଇ ଉଦ୍ଘାଟନୀ ଉତ୍ସବକୁ ସମାପନ କରିଥିଲେ । ଉଦ୍ଘାଟନୀ ଉତ୍ସବ ପରେ ରାଜ୍ୟର ପ୍ରମୁଖ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ରାଉଣ୍ଡଟେବଲ୍ ବୈଠକର ଆୟୋଜନ ହୋଇଛି ।

ଯେଉଁଥିରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ତଥା ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ବିଜ୍ଞାନ ଓ ନବୀନ ଜ୍ଞାନ କୌଶଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟର ଅଫିସର ଅନ ସ୍ପେସାଲ ଡ୍ୟୁଟି (ଓଏସଡି) ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ ।

ଚଳିତବର୍ଷ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ଗବେଷକ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ବିଜ୍ଞାନ ବିଷୟ ଆଧାରିତ ଗବେଷଣା ସାରାଂଶକୁ ନେଇ ବିଶ୍ୱବିଦ୍ୟାଳୟର ଷ୍ଟାଡିୟମରେ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା । ତିନି ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀର ଦ୍ୱିତୀୟ ଦିନରେ ଆସନ୍ତାକାଲି ପ୍ରବନ୍ଧନ ତଥା ସାମାଜିକ ବିଜ୍ଞାନ ବିଷୟ ସହ ଜଡ଼ିତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ରାଉଣ୍ଡ ଟେବୁଲ ବୈଠକ ସହ ଶିଳ୍ପ ସଂସ୍ଥାର ବିଶେଷଜ୍ଞ ଓ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ଆସୁଛନ୍ତି ଶବ୍ଦର ଯାଦୁକର ଜାଭେଦ ଅଖତର; ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ
ଏହାସହ ଦ୍ୱିତୀୟାର୍ଦ୍ଧରେ ସାମାଜିକ ବିଜ୍ଞାନ ସମ୍ପର୍କିତ ଗବେଷଣା ସାରାଂଶଙ୍କୁ ନେଇ ପୋଷ୍ଟର ପ୍ରଦର୍ଶନ କରାଯିବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଗବେଷକଙ୍କ ପାଇଁ ବିଶ୍ୱବିଦ୍ୟାଳୟ ସହ ପାରଳା ମହାରାଜା ବୈଷୟିକ କଲେଜରେ ରହିବା ଖାଇବା ବ୍ୟବସ୍ଥାର କରାଯାଇଛି । ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories