Odisha Research Conclave / ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫; ଯୋଗ ଦେବେ ୧୭ ବିଶ୍ଵବିଦ୍ୟାଳୟରୁ ୬୫୭ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ
·9 months ago·3 min read

Key Points
ନଭେମ୍ବର ୨୭ ତାରିଖଠାରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିବ ଓଡ଼ିଶା ଗବେଷଣା ସମ୍ମିଳନୀ । ଏଥିରେ ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟର ୬୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ ଯୋଗ ଦେବେ ।
ବ୍ରହ୍ମପୁର: ରାଜ୍ୟ ଗବେଷଣା ମହାକୁମ୍ଭ କୁହାଯାଉଥିବା ଓଡ଼ିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣକୁ ଚିଳତବର୍ଷ ଆୟୋଜନ କରୁଛି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ । ନଭେମ୍ବର ୨୭ ତାରିଖଠାରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିବ ଏହି ସମ୍ମିଳନୀ । ଏଥିରେ ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟର ୬୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ ଯୋଗ ଦେବେ ।
ଏହାପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଚଳିତବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏହି ସମ୍ମିଳନୀକୁ ଆୟୋଜନ କରୁଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ସମ୍ମିଳନୀରେ ଯୋଗଦେଉଥିବା ଗବେଷକଙ୍କ ସଂଖ୍ୟା ସର୍ବାଧିକ । ଯାହାକି ଓଡ଼ିଶା ଗବେଷଣା ସମ୍ମିଳନୀର ଏକ ସର୍ବକାଳୀନ ରେକର୍ଡ ।
ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଏଣ୍ଡ ଇନୋଭେସନ ଫେଲୋସିପ ପ୍ରୋଗ୍ରାମ ଅଧିନରେ ଗବେଷଣା ବୃତ୍ତି ପାଉଥିବା ୨୫୭ ଜଣ ଗବେଷକଙ୍କ ସହ ଡିଏସଟି, ଏସଇଆରବି, ଆଇସିଏସଏସଆର, ବିଆରଏନଏସ, ଡିଏଇ, ଡିବିଟି ଆଦି ପ୍ରମୂଖ ଅନୁଷ୍ଠାନରୁ ଗବେଷଣା ବୃତ୍ତି ପାଉଥିବା ୪ଶହ ଗବେଷକ ଓ ଅଧ୍ୟାପକ ଯୋଗ ଦେବେ ।
ଏଥିସହ ପଢ଼ନ୍ତୁ: ପୋଖରୀରେ କାର୍, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ମିଳନୀରେ ଗବେଷଣା ସାରାଂଶ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଏହାର ଉବଲବ୍ଧତା ସଂପର୍କରେ ବିସ୍ତୃତ ଆଲୋଚନା ସହ ବିଭିନ୍ନ ପେଟେଣ୍ଟ, ଷ୍ଟାର୍ଟଅପ ଇନୋଭେସନର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗବେଷଣାତ୍ମକ ସମ୍ମିଳନୀରେ ୮ଟି ବୈଷୟିକ ଅଧିବେଶନ ସହ ରାଜ୍ୟରେ ଗେବଷଣାର ଅଗ୍ରଗତି ସଂପର୍କରେ ସବିଶେଷ ଆଲୋଚନା ହେବ ।
ଏହାସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଗବେଷଣାର ଦିଗ ଓ ଏହାର ସଫଳ ରୂପାୟନ ସଂପର୍କରେ ଶିକ୍ଷାବିତ, ବୈଜ୍ଞାନିକ, ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ବିଶେଷଜ୍ଞମାନେ ମିଳିତ ଭାବେ ବିଚାରବିମର୍ଶ କରିବେ । ଏଥିରେ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟର କାର୍ଯ୍ୟରତ କୁଳପତି, ପୂର୍ବତନ କୁଳପତି, ଜାତୀୟସ୍ତର ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ପ୍ରମୂଖ ଶିଳ୍ପ ସଂସ୍ଥାର ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ମାନେ ଯୋଗ ଦେଉଛନ୍ତି ।
ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଉଭୟ ଉଦଘାଟନୀ ଓ ସମାପନ ଉତ୍ସବ ସହ ବିଭିନ୍ନ ବୈଷୟିକ ଅଧିବେଶନ ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଷ୍ଟାଡିୟମରେ ଗବେଷଣା ସାରାଂଶକୁ ନେଇ ପୋଷ୍ଟର ପ୍ରଦର୍ଶନ କରାଯିବ । ସମ୍ମିଳନୀର ଉଦଘାଟନୀ ତଥା ସମାପନ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବାଣିଜ୍ୟ, ପରିବହନ, ଷ୍ଟିଲ ଓ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଛି । ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଭାରତୀୟ ସମାଜ ବିଜ୍ଞାନ ଗବେଷଣା ପରିଷଦର ସଦସ୍ୟ ସଚିବ ପ୍ରଫେସର ଧନଞ୍ଜୟ ସିଂହ ପ୍ରମୂଖ ଯୋଗ ଦେବା ପାଇଁ ସମ୍ମତି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅସୁସ୍ଥ ବେଳେ ବଞ୍ଚିବାକୁ ଚାହୁଁନଥିବା କହୁଥିଲେ ହ୍ୟୁମାନ, ପ୍ରମାଣ ଦେଖାଇଲେ ଶ୍ରୀକାନ୍ତ
ସେହିପରି ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପରାମର୍ଶଦାତା ପଦ୍ମଶ୍ରୀ ଏ.ପି. ଦାଶ ଯୋଗ ଦେବା ପାଇଁ ସମ୍ମତି ଜଣାଇଛନ୍ତି । ସମ୍ମିଳନୀର ସଫଳ ରୂପାୟନ କରିବା ପାଇଁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତା ୧୧ଟି କମିଟି ଗଠନ କରାଯାଇଛି ।
ଏଥିରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦନନ୍ଦ ନାୟକ, ବିତ୍ତିୟ ନିୟନ୍ତ୍ରକ ଅଶୋକ ଧାଙ୍ଗଡମାଝୀ ପ୍ରମୁଖ ଅଛନ୍ତି । ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କୁ ସମ୍ମିଳନୀର ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ଦିଆଯାଇଛି । ତାଙ୍କୁ ସହଯୋଗ କରିବା ପାଇଁ ବରିଷ୍ଠ ପ୍ରଧ୍ୟାପକମାନଙ୍କୁ ନେଇ ବିଭିନ୍ନ ଟିମ ଗଠନ କରାଯାଇଛି ।

ଓଡ଼ିଶା ଗବେଷଣା ସମ୍ମିଳନୀରେ ରାଜ୍ୟର କୋଣଅନୁକୋଣରୁ ଗବେଷକମାନେ ଯୋଗ ଦେଉଥିବାରୁ ସେମାନଙ୍କ ରହଣି, ଖାଦ୍ୟପେୟ, ଗମନାଗମନ, ସୁରକ୍ଷା ଆଦି ପାଇଁ ବ୍ରହ୍ମପୁର ବିଶ୍ଵବଦ୍ୟାଳୟ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଗବେଷକମାନେ ନଭେମ୍ବର ୨୭ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପହଞ୍ଚି ପଞ୍ଜିକରଣ କରିବା ପରେ ବିଭିନ୍ନ ଅଧିବେଶନ ତଥା ପୋଷ୍ଟର ପ୍ରଦର୍ଶନ କରିବା ପାଇଁ ସୂଚନା ପାଇପାରିବେ । ସନ୍ଧ୍ୟାରେ ଅଂଶଗ୍ରହଣକାରୀଙ୍କ ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯକ୍ରମର ବ୍ୟବସ୍ଥା କରାଯାଇଛି ।
Related Topics
Explore more stories