Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

BSF Recruitment / ଦେଶ ସେବା କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ଦେଶ ସେବା କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର !

Key Points

ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧୬ ଅକ୍ଟୋବର ୨୦୨୫ରୁ ଆରମ୍ଭ ହେବ ।

ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି ।

ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ ।

ବିଏସ୍‌ଏଫ୍‌ରେ ବାହାରିଲା ଚାକିରି । ତୁରନ୍ତ କରନ୍ତୁ ଆବେଦନ । ଯେଉଁମାନେ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ଚାହୁଁଥିବେ ସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । BSFରେ ଜେଡି ଅର୍ଥାତ୍ ଜେନେରାଲ ଡ୍ୟୁଟି ପାଇଁ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିରେ ଖାଲି ପଡ଼ିଥିବା ୩୯୧ ପଦବୀ ପାଇଁ ବୋର୍ଡ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧୬ ଅକ୍ଟୋବର ୨୦୨୫ରୁ ଆରମ୍ଭ ହେବ । ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ପ୍ରଥମେ ଏହାର ଅଫିସିଆଲ ଓ୍ୱେବ୍‌ସାଇଟ୍‌ rectt.bsf.gov.inକୁ ଯିବାକୁ ପଡ଼ିବ । ତାପରେ ଓ୍ୱେବ୍‌ସାଇଟ୍‌ରେ ନିଜ ନାଁ ରେଜିଷ୍ଟ୍ରେସନ କରିବେ ।


ଏହାସହ ପଢ଼ନ୍ତୁ:- IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-ଏହି ସରକାରୀ rectt.bsf.gov.in ଓ୍ୱେବ୍‌ସାଇଟ୍‌କୁ ଯିବା ପରେ “BSF GD Constable Recruitment 2025” ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ।
-ତାପରେ “Apply Online” ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।
-ସେଠାରେ ମାଗିଥିବା ସମସ୍ତ ତଥ୍ୟ ଓ ପ୍ରମାଣ ଅପଲୋଡ୍‌ କରନ୍ତୁ ଓ ସବ୍‌ମିଟ୍‌ କରନ୍ତୁ ।
-ଅପ୍‌ଲୋଡ୍‌ କରିବା ପରେ ଦେୟ ପୈଠ କରନ୍ତୁ ।
-ଶେଷରେ ଆବେଦନର ଫର୍ମକୁ ପ୍ରିଣ୍ଟ କରି ସୁରକ୍ଷିତ ରଖନ୍ତୁ ।

ଯୋଗ୍ୟତା

BSF GD କନେଷ୍ଟବଳ ନିଯୁକ୍ତି (BSF ନିଯୁକ୍ତି 2025) ପାଇଁ ଆଶାୟୀ ପ୍ରାର୍ଥୀ ଅନ୍ୟୁନ ଦଶମ ପାସ୍ ହୋଇଥିବା ଆବଶ୍ୟକ। ଏହାସହ ଶାରୀରିକ ସୁସ୍ଥତା ମଧ୍ୟ ଜରୁରୀ, କାରଣ BSF ନିଯୁକ୍ତିରେ ଶାରୀରିକ ସୁସ୍ଥତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଗୁଡ଼ିକୁ ବୟସ ସୀମାରେ କୋହଳ ମଧ୍ୟ କରାଯିବାର ବ୍ୟବସ୍ଥା ରହିଛି ।

ଦରମା ଏବଂ ଗ୍ରେଡ୍ ପେ

ସିଲେକ୍ଟେଡ୍‌ ପ୍ରାର୍ଥୀମାନେ ପେ ଲେବୁଲ ୩ ଅନୁଯାୟୀ ବେତନ ପାଇବେ। ଏହି ପଦବୀ ପାଇଁ ବେସିକ୍‌ ପେ' ୨୧ ହଜାର ୭୦୦ ଟଙ୍କାରୁ ୬୯ ହଜାର ଶହେ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ବ୍ୟତୀତ ପ୍ରାର୍ଥୀମାନେ HRA, TA ଏବଂ ଅନ୍ୟାନ୍ୟ ସୁବିଧା ସମେତ ବିଭିନ୍ନ ଭତ୍ତା ମଧ୍ୟ ପାଇବେ। ଖାଲି ପଡ଼ିଥିବା ପଦବୀ ବିଷୟରେ ସବିଶେଷ ତଥ୍ୟ ପାଇଁ ଅଫିସିଆଲ ଓ୍ୱେବ୍‌ସାଇଟ୍‌ରେ ଥିବା ବିଜ୍ଞପ୍ତି ପଢ଼ନ୍ତୁ।

ବୟସ ସୀମା କେତେ?

BSF ରେ ଯୋଗ ଦେବା ପାଇଁ, ଜଣେ ପ୍ରାର୍ଥୀଙ୍କ ବୟସ ଅତି କମରେ ୧୮ ବର୍ଷ ଏବଂ ସର୍ବାଧିକ ୨୩ ବର୍ଷ ହୋଇଥିବା ଆବଶ୍ୟକ। ତଥାପି, ସରକାରୀ ନିୟମ ଅନୁଯାୟୀ SC, ST ଏବଂ OBC ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି। ତେବେ ବିଭିନ୍ନ ପଦବୀ ପାଇଁ ବୟସ ସୀମା ସାମାନ୍ୟ ଭିନ୍ନ ମଧ୍ୟ ହୋଇପାରେ।

BSFର ମୁଖ୍ୟ କାର୍ଯ୍ୟ କ’ଣ?

BSF ବା ସୀମା ସୁରକ୍ଷା ବଳ, ଭାରତର ସଶସ୍ତ୍ର ସୀମା ବାହିନୀ ମଧ୍ୟରୁ ଗୋଟିଏ। ଏହାକୁ ସାଧାରଣତଃ ସାମରିକ କିମ୍ବା ଅର୍ଦ୍ଧସାମରିକ ବାହିନୀ ଭାବରେ କୁହାଯାଏ। ଏହାର ପ୍ରାଥମିକ କାର୍ଯ୍ୟ ହେଉଛି ଦେଶର ସୀମାକୁ ସୁରକ୍ଷା ଦେବା ଏବଂ ସୀମାପାର ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ରୋକିବା।

BSFର ମୋଟ କେତେ ବାଟାଲିଅନ ?

BSFର ବର୍ତ୍ତମାନ ୧୯୦ରୁ ଅଧିକ ବାଟାଲିଅନ ରହିଛି, ଯେଉଁଥିରେ ମହିଳା ବାଟାଲିଅନ ମଧ୍ୟ ଅନ୍ତର୍ଭୁକ୍ତ। ଏହି ବାହିନୀ ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମା ଉପରେ ନଜର ରଖେ। BSF ହେଉଛି ଭାରତର ସର୍ବବୃହତ ସୀମା ସୁରକ୍ଷା ସଂସ୍ଥା । ଯିଏ କି ଦେଶ ଭିତରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା କାର୍ଯ୍ୟରେ ଅଂଶଗ୍ରହଣ କରେ।

ଦ୍ୱାଦଶ ପରେ BSF ରେ କିପରି ଯୋଗଦେବେ ?

ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି, ତେବେ ଆପଣ BSFରେ ହେଡ୍ କନଷ୍ଟେବଲ୍, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର କିମ୍ବା ସବ-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ। ତାପରେ ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଆବେଦନ ପ୍ରକ୍ରିୟା BSF ର ଅଫିସିଆଲ ୱେବସାଇଟ୍, rectt.bsf.gov.in ରେ ଅନଲାଇନରେ ପରିଚାଳିତ ହୁଏ।


ଏହାସହ ପଢ଼ନ୍ତୁ:- ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'

Related Topics

Explore more stories

Sponsored
BSF Recruitment | BSF Recruitment 2025 : Apply online for 391 vacancies | Argus News