Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

Cheat In Exam / ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ କପି କରୁଥିଲେ ଛାତ୍ର, ଧରାପଡ଼ିଲା ପରେ ଏମିତି ହେଲା...

Banajyotshna Ray
Browse all articles by Banajyotshna Ray
·4 months ago·2 min read
ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ କପି କରୁଥିଲେ ଛାତ୍ର, ଧରାପଡ଼ିଲା ପରେ ଏମିତି ହେଲା...
Cheat In Exam

Key Points

ସିବିଏସ୍ଇ ଦ୍ବାଦଶ ପରୀକ୍ଷାରେ କପି
ଧରାପଡ଼ିଗଲେ ଛାତ୍ର, ଆଉ ତା'ପରେ
ପରୀକ୍ଷାରେ କପି କରୁଥିଲେ ଛାତ୍ର। ଧରି ପକାଇଲେ ଶିକ୍ଷକ। ସେ ପୁଣି ChatGPTରୁ । ଟେକ୍ନୋଲୋଜିର ଯୁଗରେ ଠକିବାକୁ ବି ସାହାଯ୍ୟ କରୁଛି ଟେକ୍ନୋଲୋଜି । AIର କିପରି ପ୍ରଭାବ ଓ ତାହାକୁ କିପରି ଦୁରୁପଯୋଗ କରାଯାଇପାରେ ତାହାର ନମୁନା ସିବିଏସଇ ପରୀକ୍ଷାରେ ଦେଖାଯାଇଛି । ସ୍କୁଲ ଶିକ୍ଷକ ସୁଶୀଲ ଲାଞ୍ଜେୱାର,ପରୀକ୍ଷା କେନ୍ଦ୍ର କଣ୍ଡକ୍ଟର ମହେନ୍ଦ୍ର ବର୍ଲେୱାର,ଅନ୍ୟ ଜଣେ ପିଅନ ସୂରଜ କେଲଜାରକର ନାଁ ରହିଛି । ଶିକ୍ଷକ ସୁଶୀଲ ଲାଞ୍ଜେୱାରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଅନ୍ୟମାନଙ୍କ ବିରୋଧରେ ଖୁବ ଶୀଘ୍ର ଆକ୍ସନ ନିଆଯିବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ଅଧିକାରୀ ଭୁସେ ।

କାର୍ଯ୍ୟନିର୍ବାହୀ ଅଧିକାରୀ ଗାଡେ କହିଛନ୍ତି ଯାଞ୍ଚ ସମୟରେ ଅନିୟମିତତା ସ୍ପଷ୍ଟ ହୋଇଥିଲା । ଶିକ୍ଷା ଅଧିକାରୀଙ୍କ ଅଧୀନରେ ତଦନ୍ତ କମିଟି ଗଠନ କରାଯାଇଛି। ୪ ଜଣଙ୍କୁ ନିଲମ୍ବନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମାଧ୍ୟମିକ ଶିକ୍ଷା ଅଧିକାରୀ ବାସୁଦେବ ଭୁସେ କହିଛନ୍ତି ଏହି ମାମଲା HSC ବୋର୍ଡକୁ ରିପୋର୍ଟ କରାଯାଇଛି । ଟେକ୍ନୋସାଭି ମାନେ ଏଆଇର ଉପଯୋଗ କରି ପରୀକ୍ଷାରେ କପି କରି ଧରାପଡିଛନ୍ତି । ଏପରି କପି କରିବାକୁ ନେଇଛନ୍ତି ChatGPTର ସହାୟତା । ରିୟଲ ଟାଇମରେ ଅର୍ଥାତ ଶୀଘ୍ର ଉତ୍ତର ଲେଖିବାକୁ ଚାଟ୍‌ ଜିଟିପିକୁ ବ୍ୟବହାର କରିଛନ୍ତି ଛାତ୍ର ଏବଂ ତାଙ୍କୁ ସାହାଯ୍ୟ କରିଥିବା ସହଯୋଗୀମାନେ ।

ମହାରାଷ୍ଟ୍ର ଗଡଚିରୋଲିରୁ ଆସିଛିଏହି ଚିନ୍ତାଜନକ ଖବର । ଦ୍ବାଦଶ ପରୀକ୍ଷାରେ ChatGPT ଜରିଆରେ ଠକେଇ କରୁଥିବା ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଏହି ମାମଲାରେ ୪ ଜଣ ଧରାପଡିଛନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଉଛି ଅଭିଯୁକ୍ତମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଶିକ୍ଷକ । ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି ଡିଭାଇସର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ପ୍ରଶ୍ନପତ୍ର ଗୁଡିକ ସ୍କୁଲର ଶିକ୍ଷକ ମହେନ୍ଦ୍ର କିର୍ମେଙ୍କ ନିକଟକୁ ପଠାଯାଇଥିଲା ।

ଏଥିସହ ପଢ଼ନ୍ତୁ: ମାର୍ଚ୍ଚ ୧୯ରୁ ହେବ ଖାତା ଦେଖା, ଜଣାପଡ଼ିବ କିଏ ରଖିଛି କେତେ ମାର୍କ ?

ଫେବ୍ରୁଆରୀ ୧୮ର ଘଟଣା । ଗଡଚିରୋଲି ସ୍ଥିତ ଏକ ସ୍କୁଲରେ ଚାଲିଥିଲା CBSE ଦ୍ବାଦଶ ପରୀକ୍ଷା । ଗଡଚିରୋଲି ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁହାସ ଗାଡେଙ୍କ ନେତୃତ୍ବରେ ଏକ ଫ୍ଲାଇଂ ସ୍କ୍ବାଡ ଅଚାନକ ଚଢାଉ କରିଥିଲା । ହଲ୍‌ ପରିସରରେ ଏମିତି କିଛି ଉତ୍ତର ଚିଟ୍ ମିଳିଥିଲା ଯାହା ChatGPT ମାଧ୍ୟମରେ ଜେନେରେଟ୍‌ କରାଯାଇଥିବା ଚିହ୍ନଟ ହୋଇଥିଲା । ସ୍କ୍ବାଡ ଯେତେବେଳେ ପରୀକ୍ଷା ହଲ୍‌ରେ ବିଛାଇ ହୋଇଥିବା ସ୍ଲିପ ସଂଗ୍ରହ କରୁଥିଲେ ସେତେବେଳେ ସନ୍ଦେହଜନକ ଅବସ୍ଥାରେ ଜଣେ ପିଅନ ପ୍ରବେଶ କରୁଥିବାର ଦେଖିଥିଲେ । ତୁରନ୍ତ ତାଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର: ଆଜିଠୁ ସିବିଏସ୍‌ଇ ପରୀକ୍ଷା,ଦେଶ ଓ ଦେଶ ବାହାରେ ୪୫ ଲକ୍ଷରୁ ଅଧିକ ପିଲା ଦେବେ ପରୀକ୍ଷା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cheat In Exam | ChatGPT used to cheat in Class 12 exams in Maharashtra’s Gadchiroli | Argus News | Argus News