New Labour Codes / ଦିନକୁ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି... ଶ୍ରମ ମନ୍ତ୍ରଣାଳୟର ଟ୍ଵିଟ୍ ପରେ ବଢ଼ିଲା ଚର୍ଚ୍ଚା
·7 months ago·2 min read

Key Points
ସଂଶୋଧିତ ଶ୍ରମ ନୀତି ଅନୁସାରେ, ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ପାଇଁ ୧୨ ଘଣ୍ଟିଆ ଫ୍ଲେକ୍ସିବଲ ନିର୍ଘଣ୍ଟରେ କାମ କରି ୩ ଦିନ ଦରମା ସହ ଛୁଟି ନେଇହେବ ।
ନୂଆଦିଲ୍ଲୀ: ଏବେ ଭାରତରେ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡ଼ା, ବେଙ୍ଗାଳୁରୁ, ହାଇଦ୍ରାବାଦ, ପୁଣେ ଭଳି ଅଧିକାଂଶ ମେଟ୍ରୋ ସହର ଗୁଡ଼ିକରେ ଥିବା ଅଫିସ୍କୁ ସପ୍ତାହକୁ ୫ ଦିନ କର୍ମଚାରୀ ଆସୁଛନ୍ତି । କିନ୍ତୁ ଅଧିକ କାମ ଚାପ ଯୋଗୁଁ କର୍ମଚାରୀ ଚାହୁଁଛନ୍ତି ସପ୍ତାହକୁ ୪ ଦିନ ଅଫିସ୍ ଆସିବେ ଓ ବାକି ୩ ଦିନ ଛୁଟି ମିଳିବ ।
ଦୁନିଆର ଅନେକ ଦେଶ ଯେଭଳି- ଜାପାନ, ସ୍ପେନ୍ ଓ ଜର୍ମାନୀରେ କମ୍ପାନୀ ଗୁଡ଼ିକ ସପ୍ତାହକୁ ୪ ଦିନର କାର୍ଯ୍ୟ ସୂଚୀ ଅନୁକରଣ କରି ପରୀକ୍ଷଣ କରୁଛନ୍ତି । କିନ୍ତୁ ଭାରତରେ ଏହା ସମ୍ଭବ କି ? ଗତ ମାସରେ ନୂଆ ଶ୍ରମ ଆଇନ୍ରେ ସଂଶୋଧନ ହୋଇଛି । ଏବେ ଭାରତ ୪ ଦିନିଆ କାର୍ଯ୍ୟାଳୟକୁ ଅନୁମତି ଦେବ କି ? ସବୁଠୁ ବଡ଼ କଥା ଆପଣ କାର୍ଯ୍ୟ କରୁଥିବା କମ୍ପାନୀ ଏଥିପାଇଁ ଅନୁମତି ଦେବ ତ ?
ଏଥିସହ ପଢ଼ନ୍ତୁ: ବେସିକ୍ ପେ' ଅଧିକ ଥିଲେ, କଟିବ ଅଧିକ PF ? କ'ଣ କହିଲା ଶ୍ରମ ମନ୍ତ୍ରଣାଳୟ ?
ସପ୍ତାହକୁ ୪୮ ଘଣ୍ଟା କାମ
ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଡିସେମ୍ବର ୧୨ ତାରିଖରେ X ପୋଷ୍ଟ କରିଛି । ଯେଉଁଥିରେ ମନ୍ତ୍ରଣାଳୟ ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସରେ ହଁ ଭରିଛି । କହିଛି ନୂଆ ଶ୍ରମ ନୀତି ଅନୁସାରେ, ସପ୍ତାହକୁ ସର୍ବାଧିକ ୪୮ ଘଣ୍ଟା କାର୍ଯ୍ୟ ସମୟ ନିର୍ଦ୍ଧାରଣ କରାଯାଇଛି ।
ଏଥିସହ ପୋଷ୍ଟରେ ସର୍ତ୍ତାବଳୀ ଉଲ୍ଲେଖ କରିଛି ମନ୍ତ୍ରଣାଳୟ । ଯାହାଦ୍ଵାରା ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ସମ୍ଭବ ହୋଇପାରିବ । ସଂଶୋଧିତ ଶ୍ରମ ନୀତି ଅନୁସାରେ, ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ପାଇଁ ୧୨ ଘଣ୍ଟିଆ ଫ୍ଲେକ୍ସିବଲ ନିର୍ଘଣ୍ଟରେ କାମ କରି ୩ ଦିନ ଦରମା ସହ ଛୁଟି ନେଇହେବ । ଅର୍ଥାତ୍ କୌଣସି କମ୍ପାନୀ ୧୨ ଘଣ୍ଟା ସିଫ୍ଟ ପାଇଁ ପ୍ରସ୍ତୁତ ହେଲେ କର୍ମଚାରୀ ସପ୍ତାହକୁ ୪ ଦିନ କାମ କରି ୩ ଦିନ ଛୁଟି ନେଇ ପାରିବେ ।
୧୨ ଘଣ୍ଟିଆ ସିଫ୍ଟରେ ବିରତି
ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ୧୨ ଘଣ୍ଟିଆ ସିଫ୍ଟରେ କର୍ମଚାରୀଙ୍କୁ ବିରତି ମିଳିବ । ଯଦି କୌଣସି କମ୍ପାନୀ କିମ୍ବା କାର୍ଯ୍ୟାଳୟ ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ବ୍ୟବସ୍ଥାରେ କର୍ମଚାରୀଙ୍କୁ ୧୨ ଘଣ୍ଟା କାମ କରାଇବ । ଅର୍ଥାତ୍ ଆପଣ ସର୍ବାଧିକ ୪୮ ଘଣ୍ଟା କାର୍ଯ୍ୟ କରିବ । ଦୈନିକ ଘଣ୍ଟା ଅନୁସାରେ ଓଭରଟାଇମ୍ ପାଇଁ କମ୍ପାନୀ ଦୁଇଗୁଣ ଦରମା ଦେବ ।
ଏଥିସହ ପଢ଼ନ୍ତୁ: ନୀତିନ ନବୀନ କିଏ ? କେମିତି ଜିତିଲେ କେନ୍ଦ୍ରୀୟ ନେତୃତ୍ଵଙ୍କ ବିଶ୍ଵାସ ?
ନୂଆ ଶ୍ରମ ନୀତି କ'ଣ ?
ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ୨୦୨୫ ଡିସେମ୍ବର ୨୧ରେ ୨୯ଟି ପୁରୁଣା ଶ୍ରମ ଆଇନ୍କୁ ଶେଷ କରି ୪ଟି ନୂଆ ଶ୍ରମ ନୀତି ଆଣିଥିଲା । ନୂଆ ଶ୍ରମ ନୀତିର ଉଦ୍ଦେଶ୍ୟ- କର୍ମଚାରୀଙ୍କ ଦରମା ହ୍ରାସ କରିବା ନୁହେଁ ବରଂ ସମସ୍ତ କ୍ଷେତ୍ରରେ ଦରମା ସଂରଞ୍ଚନାରେ ସମାନତା ସହ ସ୍ଵଚ୍ଛତା ଓ ସ୍ପଷ୍ଟତା ଆଣିବା ।

The Labour Codes allow flexibility of 12 hours for 4 workdays only, with the remaining 3 days as paid holidays.
— Ministry of Labour & Employment, GoI (@LabourMinistry) December 12, 2025
Weekly work hours remain fixed at 48 hours and overtime beyond daily hours must be paid at double the wage rate.#ShramevJayate pic.twitter.com/5udPMqRXbg
ଏଥିସହ ପୋଷ୍ଟରେ ସର୍ତ୍ତାବଳୀ ଉଲ୍ଲେଖ କରିଛି ମନ୍ତ୍ରଣାଳୟ । ଯାହାଦ୍ଵାରା ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ସମ୍ଭବ ହୋଇପାରିବ । ସଂଶୋଧିତ ଶ୍ରମ ନୀତି ଅନୁସାରେ, ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ପାଇଁ ୧୨ ଘଣ୍ଟିଆ ଫ୍ଲେକ୍ସିବଲ ନିର୍ଘଣ୍ଟରେ କାମ କରି ୩ ଦିନ ଦରମା ସହ ଛୁଟି ନେଇହେବ । ଅର୍ଥାତ୍ କୌଣସି କମ୍ପାନୀ ୧୨ ଘଣ୍ଟା ସିଫ୍ଟ ପାଇଁ ପ୍ରସ୍ତୁତ ହେଲେ କର୍ମଚାରୀ ସପ୍ତାହକୁ ୪ ଦିନ କାମ କରି ୩ ଦିନ ଛୁଟି ନେଇ ପାରିବେ ।
୧୨ ଘଣ୍ଟିଆ ସିଫ୍ଟରେ ବିରତି
ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ୧୨ ଘଣ୍ଟିଆ ସିଫ୍ଟରେ କର୍ମଚାରୀଙ୍କୁ ବିରତି ମିଳିବ । ଯଦି କୌଣସି କମ୍ପାନୀ କିମ୍ବା କାର୍ଯ୍ୟାଳୟ ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ବ୍ୟବସ୍ଥାରେ କର୍ମଚାରୀଙ୍କୁ ୧୨ ଘଣ୍ଟା କାମ କରାଇବ । ଅର୍ଥାତ୍ ଆପଣ ସର୍ବାଧିକ ୪୮ ଘଣ୍ଟା କାର୍ଯ୍ୟ କରିବ । ଦୈନିକ ଘଣ୍ଟା ଅନୁସାରେ ଓଭରଟାଇମ୍ ପାଇଁ କମ୍ପାନୀ ଦୁଇଗୁଣ ଦରମା ଦେବ ।
ଏଥିସହ ପଢ଼ନ୍ତୁ: ନୀତିନ ନବୀନ କିଏ ? କେମିତି ଜିତିଲେ କେନ୍ଦ୍ରୀୟ ନେତୃତ୍ଵଙ୍କ ବିଶ୍ଵାସ ?
ନୂଆ ଶ୍ରମ ନୀତି କ'ଣ ?
ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ୨୦୨୫ ଡିସେମ୍ବର ୨୧ରେ ୨୯ଟି ପୁରୁଣା ଶ୍ରମ ଆଇନ୍କୁ ଶେଷ କରି ୪ଟି ନୂଆ ଶ୍ରମ ନୀତି ଆଣିଥିଲା । ନୂଆ ଶ୍ରମ ନୀତିର ଉଦ୍ଦେଶ୍ୟ- କର୍ମଚାରୀଙ୍କ ଦରମା ହ୍ରାସ କରିବା ନୁହେଁ ବରଂ ସମସ୍ତ କ୍ଷେତ୍ରରେ ଦରମା ସଂରଞ୍ଚନାରେ ସମାନତା ସହ ସ୍ଵଚ୍ଛତା ଓ ସ୍ପଷ୍ଟତା ଆଣିବା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories