Nitin Nabin / ନୀତିନ ନବୀନ କିଏ ? କେମିତି ଜିତିଲେ କେନ୍ଦ୍ରୀୟ ନେତୃତ୍ଵଙ୍କ ବିଶ୍ଵାସ ?
·7 months ago·2 min read

Key Points
ରବିବାର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନୀତିନ ନବୀନଙ୍କୁ ନିଯୁକ୍ତ କରିଛି । ଆସନ୍ତୁ ଜାଣିବା ନୀତିନ ନବୀନ କିଏ...
ନୂଆଦିଲ୍ଲୀ: ଚର୍ଚ୍ଚାରେ ନଥିଲେ ହେଲେ ହଠାତ୍ ଚମକାଇ ଦେଲେ । ପୁଣି ଥରେ ବିଜେପିର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ରବିବାର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନୀତିନ ନବୀନଙ୍କୁ ନିଯୁକ୍ତ କରିଛି । ଆସନ୍ତୁ ଜାଣିବା ନୀତିନ ନବୀନ କିଏ...
ଏଥିସହ ପଢ଼ନ୍ତୁ: ନୀତିନ ନବୀନ ହେଲେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି
ବିହାରର ସରକାରରେ ମନ୍ତ୍ରୀ
କାୟସ୍ଥ ସମୁଦାୟରୁ ଆସନ୍ତି ନୀତିଶ ନବୀନ । ଏବେ ସେ ବିହାର ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଅଛନ୍ତି । ବରିଷ୍ଠ ବିଜେପି ନେତା କିଶୋର ସିହ୍ନାଙ୍କ ପୁଅ ହେଉଛନ୍ତି ନୀତିନ । ସେ ବାଙ୍କୀପୁର ଆସନରୁ ପଞ୍ଚମଥର ବିଧାୟକ ନିର୍ବାଚିତ ହୋଇଛନ୍ତି ।
ଏବେ ନୀତିନ ନବୀନଙ୍କୁ ପ୍ରାୟ ୪୫ ବର୍ଷ ବୟସ । ସେ ବିଜେପିର ଏହି ଦାୟିତ୍ଵ ସମ୍ଭାଳିବାରେ ସବୁଠୁ କମ୍ ବୟସର ନେତା । ପୂର୍ବରୁ ଅମିତ ଶାହ ଯେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ, ସେତେବେଳେ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।
୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରାୟ ୮୪ ହଜାର ଭୋଟ୍ ପାଇ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନାଙ୍କୁ ହରାଇଥିଲେ ନୀତିନ ନବୀନ । ୨୦୨୫ ବିଧାନସଭା ନିର୍ବାଚନରେ ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କୁ ୫୧ ହଜାର ୯୩୬ ଭୋଟ୍ରେ ହରାଇ ବିଜୟୀ ହୋଇଛନ୍ତି ।
ଯୁବ ମୋର୍ଚ୍ଚାରୁ...
ନୀତିନ ନବୀନ ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ରୁ ଆରମ୍ଭ କରିଥିଲେ । ଏହାପରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ଯୁବ ସଂଗଠନର ରାଜ୍ୟ ସଭାପତି ଭାବେ କାମ କରିଛନ୍ତି । ଆଉ ସେହି ଅନୁଭବକୁ ନେଇ ସେ ରାଜ୍ୟ ପ୍ରଭାରୀ ପରେ ଏବେ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
ନୀତିନ ଜଣେ ଏମିତି ନେତା ଯିଏ ସଂଗଠନର ପ୍ରତିଟି ସ୍ତରରେ କାମ କରିଛନ୍ତି । ଯୁବ ମୋର୍ଚ୍ଚାରୁ ନେଇ ରାଜ୍ୟ ସରକାର ଆଉ ଏବେ ରାଷ୍ଟ୍ରୀୟ ସଂଗଠନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଦଳ ଭିତରେ ଏକ ଭରସାର ପ୍ରତୀକ ।
ଏଥିସହ ପଢ଼ନ୍ତୁ: 'ମେସିଙ୍କୁ ଆଣିବାକୁ ଯେତିକି ଖର୍ଚ୍ଚ କଲ, ମୋତେ ସେତିକି ଦିଅ... ମେସିଙ୍କ ଭଳି ୧୦ ଜଣଙ୍କୁ ଗଢ଼ିବି'
ଦଳରେ ସେ ଜଣେ ଶୃଙ୍ଖଳିତ ସଂଗଠକ, ରକ୍ଷକ ଏବଂ ତୃଣମୂଳ ସ୍ତର ସହ ଯୋଡ଼ି ହୋଇ ରହିଥିବା ନେତା । ଏହା ପୂର୍ବରୁ ନୀତିନ ନବୀନ ଛତିଶଗଡ଼ର ପ୍ରଭାରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ବୁଥ୍ ସ୍ତରରୁ ପରିଚାଳନା, ସଂଗଠନ ବୃଦ୍ଧି ଓ ନିର୍ବାଚନ ରଣନୀତି ଯୋଗୁଁ ଛତିଶଗଡ଼ରେ ବିଜେପିକୁ ମିଳିଥିଲା ବଡ଼ ବିଜୟ ।

Bihar Minister Nitin Nabin appointed as the National Working President of the Bharatiya Janata Party pic.twitter.com/zvo7aUNvX9
— ANI (@ANI) December 14, 2025
ଏବେ ନୀତିନ ନବୀନଙ୍କୁ ପ୍ରାୟ ୪୫ ବର୍ଷ ବୟସ । ସେ ବିଜେପିର ଏହି ଦାୟିତ୍ଵ ସମ୍ଭାଳିବାରେ ସବୁଠୁ କମ୍ ବୟସର ନେତା । ପୂର୍ବରୁ ଅମିତ ଶାହ ଯେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ, ସେତେବେଳେ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।
୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରାୟ ୮୪ ହଜାର ଭୋଟ୍ ପାଇ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନାଙ୍କୁ ହରାଇଥିଲେ ନୀତିନ ନବୀନ । ୨୦୨୫ ବିଧାନସଭା ନିର୍ବାଚନରେ ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କୁ ୫୧ ହଜାର ୯୩୬ ଭୋଟ୍ରେ ହରାଇ ବିଜୟୀ ହୋଇଛନ୍ତି ।
ଯୁବ ମୋର୍ଚ୍ଚାରୁ...
ନୀତିନ ନବୀନ ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ରୁ ଆରମ୍ଭ କରିଥିଲେ । ଏହାପରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ଯୁବ ସଂଗଠନର ରାଜ୍ୟ ସଭାପତି ଭାବେ କାମ କରିଛନ୍ତି । ଆଉ ସେହି ଅନୁଭବକୁ ନେଇ ସେ ରାଜ୍ୟ ପ୍ରଭାରୀ ପରେ ଏବେ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।
ନୀତିନ ଜଣେ ଏମିତି ନେତା ଯିଏ ସଂଗଠନର ପ୍ରତିଟି ସ୍ତରରେ କାମ କରିଛନ୍ତି । ଯୁବ ମୋର୍ଚ୍ଚାରୁ ନେଇ ରାଜ୍ୟ ସରକାର ଆଉ ଏବେ ରାଷ୍ଟ୍ରୀୟ ସଂଗଠନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଦଳ ଭିତରେ ଏକ ଭରସାର ପ୍ରତୀକ ।
ଏଥିସହ ପଢ଼ନ୍ତୁ: 'ମେସିଙ୍କୁ ଆଣିବାକୁ ଯେତିକି ଖର୍ଚ୍ଚ କଲ, ମୋତେ ସେତିକି ଦିଅ... ମେସିଙ୍କ ଭଳି ୧୦ ଜଣଙ୍କୁ ଗଢ଼ିବି'
ଦଳରେ ସେ ଜଣେ ଶୃଙ୍ଖଳିତ ସଂଗଠକ, ରକ୍ଷକ ଏବଂ ତୃଣମୂଳ ସ୍ତର ସହ ଯୋଡ଼ି ହୋଇ ରହିଥିବା ନେତା । ଏହା ପୂର୍ବରୁ ନୀତିନ ନବୀନ ଛତିଶଗଡ଼ର ପ୍ରଭାରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ବୁଥ୍ ସ୍ତରରୁ ପରିଚାଳନା, ସଂଗଠନ ବୃଦ୍ଧି ଓ ନିର୍ବାଚନ ରଣନୀତି ଯୋଗୁଁ ଛତିଶଗଡ଼ରେ ବିଜେପିକୁ ମିଳିଥିଲା ବଡ଼ ବିଜୟ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories