Alia Bhatt On Social Media / ସୋସିଆଲ ମିଡିଆ ଡିଲିଟ୍ କରିବାକୁ ଚାହାଁନ୍ତି ଆଲିଆ; ଫ୍ୟାନ୍ସ ନାଖୁସ୍
·7 months ago·2 min read

Key Points
ସୋସିଆଲ ମିଡିଆରୁ ବିଦାୟ ନେବାକୁ ଚାହାଁନ୍ତି ଆଲିଆ
ଅନେକ ଥର ତାଙ୍କ ମନକୁ ଏହି କଥା ଆସେ
ଫ୍ୟାନ୍ସଙ୍କୁ ଖୋଲି କହିଦେଲେ ନିଜ ମନକଥା
ଅନେକ ଥର ତାଙ୍କ ମନକୁ ଏହି କଥା ଆସେ
ଫ୍ୟାନ୍ସଙ୍କୁ ଖୋଲି କହିଦେଲେ ନିଜ ମନକଥା
ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଆଲିଆ ଭଟ୍ଟ ସୋସିଆଲ ମିଡିଆକୁ ନେଇ ନିଜ ମନ କଥା ଖୋଲି କହିଦେଇଛନ୍ତି । ସେ ଅନେକ ଥର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାକୁ ଚାହାଁନ୍ତି । ହେଲେ ନିଜ ମନକୁ ବୁଝାନ୍ତି ଓ ଏପରି କରିବାରୁ ନିଜକୁ ବିରତ ରଖନ୍ତି । ଆଲିଆଙ୍କ ମନ କଥା ଶୁଣିବା ପରେ ଖପ୍ପା ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । ଏହାସହିତ ସେ ନିଜ ଝିଅ ରାହା ସମ୍ପର୍କରେ ମଧ୍ୟ କଥା ହୋଇଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, "ଅନେକ ଥର ଏପରି ହୋଇଥାଏ ମୁଁ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଭାବେ । ମୋ ମନକୁ ଆସେ କେବଳ ମୁଁ ଅଭିନୟ କରିବି । ମୁଁ ବାରମ୍ବାର ସମାନ ପ୍ରସଙ୍ଗରେ ସମାଲୋଚିତ ହେବାକୁ ଚାହେଁ ନାହିଁ । କିନ୍ତୁ ମୁଁ ଏହା ମଧ୍ୟ ଜାଣେ ଯେ ଯଦି ମୁଁ ସୋସିଆଲ ମିଡିଆରୁ ବିରତି ନେଉଛି ତେବେ ମୋ ପ୍ରଶଂସକଙ୍କଠାରୁ ଦୂରେଇ ଯିବି, ଯେଉଁମାନେ ଆରମ୍ଭରୁ ମୋ ସାଥୀରେ ଅଛନ୍ତି ।"
ଏଠାରେ କହିରଖୁଛୁ କି, ଭାରତରେ ସବୁଠୁ ଅଧିକ ଫଲୋୟର୍ସ ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିଆ ଭଟ୍ଟ । ଇନଷ୍ଟାଗ୍ରାମରେ ତାଙ୍କର ୮୬ ମିଲିଅନ ଫଲୋୟର୍ସ ଅଛନ୍ତି । ସେ ନିୟମିତ ଭାବେ ପୋଷ୍ଟ କରି ନିଜ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନ ସମ୍ପର୍କରେ ଫ୍ୟାନଙ୍କୁ ଅବଗତ କରନ୍ତି । ତାଙ୍କ ଦ୍ବାରା ପୋଷ୍ଟ କରାଯାଉଥିବା ଫଟୋକୁ ମଧ୍ୟ ପ୍ରଶଂସକ ବେଶ ପସନ୍ଦ କରିଥାନ୍ତି ।
'ମୋ ଫୋନ ଗ୍ୟାଲେରୀ ରାହା ଫଟୋରେ ଭରପୂର'
ଏହି ସାକ୍ଷାତକାରରେ ଆଲିଆ ଭଟ୍ଟ ମାଆ ହେବା ପରେ ନିଜ ଭିତରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ମଧ୍ୟ କଥା ହୋଇଛନ୍ତି । ମାଆ ହେବା ପରେ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଏବେ ତାଙ୍କ ପୁରା ଜୀବନ ଝିଅ ରାହା ପାଇଁ ସମର୍ପିତ ବୋଲି ସେ କୁହନ୍ତି । ନିଜ ବ୍ଯକ୍ତିଗତ ଜୀବନ କଥା ଆସିଲେ ସେ ଗୋପନୀୟତା ବଜାୟ ରଖିବାକୁ ଚାହୁଁଥିବା କହିଛନ୍ତି । ତାଙ୍କ ଫୋନ ଗ୍ଯାଲେରୀ ଝିଅ ରାହା ଫଟୋରେ ଭରପୂର ବୋଲି ସେ କହିଛନ୍ତି । ମାତୃତ୍ବ ଲାଭ କରିବା ପରେ ନା ଯେ ତାଙ୍କର ଶରୀରରେ ପରିବର୍ତ୍ତନ ଆସିଛି, ଏହାସହିତ ତାଙ୍କ ଭାବନା, ପ୍ରାଥମିକତା ଓ ଦୁନିଆ ଦେଖିବାର ନଜର ମଧ୍ୟ ବଦଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଲିଆଙ୍କ ଆଗାମୀ ପ୍ରୋଜେକ୍ଟ
ଅଭିନେତ୍ରୀ ଆଲିଆଙ୍କ ୱାର୍କଫ୍ରଣ୍ଟ କଥା କହିଲେ, ସେ ଖୁବଶୀଘ୍ର ଆକ୍ସନ ଥ୍ରୀଲର ଫିଲ୍ମ ଅଲ୍ଫାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଶିବ ରାୱଲ ଦେଇଛନ୍ତି । ଏହି ଫିଲ୍ମରେ ଆଲିଆ ଅଲ୍-ୱିମେନ କମ୍ବାଟ୍ ଯୁନିଟର କମାଣ୍ଡର ଭାବେ ନଜର ଆସିବେ । ଚଳଚ୍ଚିତ୍ରରେ ବବି ଦେଓଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମଟି ପୂର୍ବରୁ ୨୦୨୫ ବଡ଼ଦିନ ସମୟରେ ରିଲିଜ ହେବାର ଥିଲା । ଏବେ ଏହି ଫିଲ୍ମଟି ଚଳିତ ବର୍ଷ ରିଲିଜ ହେବ ବୋଲି କୁହାଯାଉଛି । ଏଯାବତ ଆନୁଷ୍ଠାନିକ ତାରିଖର ଘୋଷଣା କରାଯାଇନାହିଁ ।
ଏଥିସହ ପଢନ୍ତୁ: ଗୋଟିଏ ଶୋ ପାଇଁ କେତେ କୋଟି ନିଅନ୍ତି ଅରିଜିତ୍, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ?

Related Topics
Explore more stories