Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅମିତାଭଙ୍କୁ ଇସିତ୍ କହିଲେ “ମୋତେ ରୁଲ୍ ଜଣା, ଆପଣ ବୁଝେଇବା ଦରକାର ନାହିଁ”

Entertainment

Amitabh Bachchan / ଅମିତାଭଙ୍କୁ ଇସିତ୍ କହିଲେ “ମୋତେ ରୁଲ୍ ଜଣା, ଆପଣ ବୁଝେଇବା ଦରକାର ନାହିଁ”

Rashmita Mishra
Browse all articles by Rashmita Mishra
·6 months ago·2 min read
ଅମିତାଭଙ୍କୁ ଇସିତ୍ କହିଲେ “ମୋତେ ରୁଲ୍ ଜଣା, ଆପଣ ବୁଝେଇବା ଦରକାର ନାହିଁ”

Key Points

KBC17ରେ ଅମିତାଭ ବଚ୍ଚନଙ୍କ ସହ ଘଟିଲା ଏମିତି କିଛି ..
"10 ବର୍ଷିୟ ଇସିତ୍ ଭଟ୍: ଆତ୍ମବିଶ୍ୱାସ, ଭୁଲ ଓ ଗର୍ବ"
ଫ୍ୟାନ୍ସ ମାନେ ହେଲେ ରାଗରେ ତମତମ

"Kaun Banega Crorepati (KBC)" ଏକ ଲୋକ ପ୍ରିୟ ଭାରତୀୟ କୁଇଜ୍ ସୋ । ଯାହାକୁ ହୋଷ୍ଚ କରିଥାନ୍ତି ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନ  । ଏହା ଏକ ବ୍ରିଟିସ୍ ସୋ "WHO WANTS TO BE A MILLIONAIRE" ରୁ ରୂପାନ୍ତରିତ ହୋଇଛି । ଏଥିରେ ବିଭିନ୍ନ ସ୍ଥାନର ଲୋକ ପ୍ରିୟ ଓ ବୁଦ୍ଧିମାନ ଲୋକ ଆସି ଯୋଗ ଦିଅନ୍ତି । ଏହା ଏକ ସାଧାରଣ ଗେମ୍ ସୋ ନୁହଁ ବରଂ ଏହା ଏମିତି ଏକ ସୋ ଯେଉଁଥିରେ ଜ୍ଞାନକୁ ଆଗକୁ ନିଆଯାଏଓ ଜଣେ ସାଧାରଣ ଲୋକକୁ ସୁଯୋଗ ଦେଇ ତାର ଜୀବନଶୈଳୀକୁ ପୁରାପୁରି ପରିବର୍ତ୍ତନ କରିଦେଇଥାଏ ।  ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀ ମାନେ ବହୁବିକଳ୍ପ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେଇ ପ୍ରଚୁର ପରିମାଣର ଟଙ୍କା ଜିତିବାର ସୁଯୋଗ ପାଇଥାନ୍ତି । 


ଛୋଟରୁ ବଡ ପର୍ଯ୍ୟନ୍ତ ଏଥିରେ ସମସ୍ତ ପ୍ରକାରର ବ୍ୟକ୍ତି ଅଂଶ ଗ୍ରହଣ କରନ୍ତି । ସେହିପରି କିଛି ଦିନ ତଳେ ଗାନ୍ଧିନଗର, ଗୁଜୁରାଟର ଏକ ୧୦ ବର୍ଷର ପିଲା ଇସିତ ଭଟ୍ ଏହି ସୋ'ର ହଟସିଟ୍ ରେ ନଜର ଆସିଥିଲେ ଏବଂ ଲୋକହସ୍ୟାର ପାତ୍ର ସାଜିଥିଲେ । ଏହାର କାରଣ ହେଉଛି ତାଙ୍କର ଅତ୍ୟଧିକ ଆତ୍ମବିଶ୍ଵାସର, କଥାବାର୍ତ୍ତା କରିବାର ଢଙ୍ଗ ଯାହାକି ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା ଓ ତାଙ୍କର ଆଚରଣ ଲୋକମାନଙ୍କ ମନରେ କ୍ରୋଧର କାରଣ ପାଲଟିଥିଲା । 


ସୋ'ରେ ଏହି ଛୋଟ ପିଲାଟିର ଆଚରଣ ଦେଖି ଲୋକମାନେ ତାଙ୍କର ବାପା-ମା'ଙ୍କର ଲାଳନପାଳନ ଓ ରିଆଲିଟି - ସୋ ରେ ପିଲା ମାନଙ୍କ ଉପରେ ପକାଯାଉଥିବା ଚାପ ଉପରେ ପ୍ରଶ୍ନ କରାଯାଇଛି। KBC ଭଳି ଏକ ଲୋକପ୍ରିୟ ସୋ'ରେ ଅମିତାଭଙ୍କ ଉପରେ ଏକ ଛୋଟ ପିଲାର ଏହି ଭଳି ଆଚରଣ କେବେବି ଗ୍ରହଣୀୟ ନୁହଁ ବୋଲି ଲୋକଙ୍କ ପ୍ରତିକ୍ରୟା ମିଳିଛି।


ଅଧିକ ପଢ଼ନ୍ତୁ: ୮୩ ବର୍ଷରେ ପାଦ ଦେଇଛନ୍ତି ବିଗ୍‌ ବି ଅମିତାଭ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅସଲରେ ଘଟଣାଟି କ'ଣ ????
ସୋ' ର ଏକ କ୍ଲିପରେ, ଇସିତ୍ କହୁଛନ୍ତି ଯେ "ମୋତେ ଏହି ସୋ'ର ସମସ୍ତ ରୁଲ ଜଣାଅଛି ତେଣୁ ଆପଣ ମତେ ଏବେ ରୁଲ ବୁଝେଇବା ଆବଶ୍ୟକତା ନାହିଁ" । ସେ ଏହି ସ୍ଵରରେ କଥା ହବା ଚାଲୁ ରଖିଥିଲେ ଓ ବିକଳ୍ପ ଦବା ଆଗରୁ ହିଁ " ଆରେ ବିକଳ୍ପ ଦିଅ ଜଲ୍ଦି"କହି ତାକୁ ବାରମ୍ଵାର ପ୍ରେସ୍ କରିଚାଲିଲେ। ଯେତେବେଳେ ପ୍ରଶ୍ନ ଲକ୍ କରିବାର ସମୟ ଆସିଥିଲା ସେ କହିଥିଲେ କି " ସାର୍ ଏଥିରେ ଗୋଟେ ନୁହଁ ୪ଟି ଲକ୍ କରିଦିଅନ୍ତୁ, କିନ୍ତୁ ଲକ୍ କରନ୍ତୁ" ।


ଆଉ ଯେତେବେଳେ ଅମିତାଭ ତାଙ୍କୁ ରାମାୟଣ ଉପରେ ପ୍ରଶ୍ନ କରିଲେ , ସେ ବିକଳ୍ପର ସାହାରା ନେଇଥିଲେ ଓ ଦୁର୍ଭାଗ୍ୟ ବଶତଃ ଉତ୍ତରଟି ଭୁଲ ହେଲା ଓ ବିନା ପ୍ରାଇଜ୍ ମନି ସହ ସୋ' ଛାଡିକି ଯିବାକୁ ପଡିଥିଲା।


ଅମିତାଭ କହିଲେ ଯେ" ବେଳେ ବେଳେ ଛୋଟ ପିଲା ମଧ୍ୟ ଅଧିକ ଆତ୍ମବିଶ୍ଵାସ ଯୋଗୁ ଭୁଲ କରିବସନ୍ତି"। ପରିସ୍ଥିତିକୁ ବହୁତ ଶାନ୍ତ ଭାବରେ ସମ୍ଭାଳି ଥିବାରୁ ଲୋକମାନେ ଅମିତାଭଙ୍କୁ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Sponsored
Amitabh Bachchan | Amitabh Bachchan | Ishit Tells Amitabh Bachchan: “I Know the Rules, You Don’t Need to Explain” | KBC 17 Viral Moment – Argus News | Argus News