Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Zubeen Garg / ଜୁବୀନ୍ ଗର୍ଗ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ; ବ୍ୟାଣ୍ଡମେଟ୍ ଓ ସାଥୀ ଗାୟିକାଙ୍କ ସହ ବନ୍ଧାହେଲେ ୪ ଜଣ

Sushanta Sahoo
Browse all articles by Sushanta Sahoo
·9 months ago·3 min read
ଜୁବୀନ୍ ଗର୍ଗ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ; ବ୍ୟାଣ୍ଡମେଟ୍ ଓ ସାଥୀ ଗାୟିକାଙ୍କ ସହ ବନ୍ଧାହେଲେ ୪ ଜଣ

Key Points

ଜୁବୀନ୍ ଗର୍ଗଙ୍କ ମୃତ୍ୟୁରେ ନୂଆ ମୋଡ଼ । ମୃତ୍ୟୁକୁ ନେଇ ପୁଣି ଉଠିଲା ଅନେକ ପ୍ରଶ୍ନ । ଜୁବୀନ୍‌ଙ୍କ ମୃତ୍ୟୁ ମାମଲାରେ ଏବେ ହତ୍ୟା ଅଭିଯୋଗ ଯୋଡ଼ା ଯାଇଛି । ଜୁବୀନଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ଵାମୀ ଓ ସାଥୀ ସିଙ୍ଗର ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରାଯାଇଛି ।

ଦିସପୁର (ଆସାମ): ଆସାମର ଲୋକପ୍ରିୟ ଗାୟକ ଜୁବୀନ୍ ଗର୍ଗଙ୍କ ମୃତ୍ୟୁରେ ନୂଆ ମୋଡ଼ । ମୃତ୍ୟୁକୁ ନେଇ ପୁଣି ଉଠିଲା ଅନେକ ପ୍ରଶ୍ନ । ଜୁବୀନ୍‌ଙ୍କ ମୃତ୍ୟୁ ମାମଲାରେ ଏବେ ହତ୍ୟା ଅଭିଯୋଗ ଯୋଡ଼ା ଯାଇଛି । ମାମଲାର ତଦନ୍ତ ଆସାମ ସିଆଇଡିର ଏସ୍ଆଇଟି କରୁଛି ।


ଜୁବୀନଙ୍କ ମୃତ୍ୟୁ ମାମଲାର ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଆସାମ ସିଆଇଡିକୁ ସଫଳତା ମିଳିଛି । ଆସାମ ପୋଲିସର ଏସ୍‌ଆଇଟି ଜୁବୀନଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ଵାମୀ ଓ ସାଥୀ ସିଙ୍ଗର ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି । ଫଳରେ ମୋଟ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।


ମୃତ୍ୟୁ ଦିନ ଦୁହେଁ ଜୁବୀନଙ୍କ ସହ ଥିଲେ


ଗୋସ୍ଵାମୀ ଓ ଅମ୍ରିତପ୍ରଭା ଉଭୟ ସେପ୍ଟେମ୍ବର ୧୯ରେ ନର୍ଥ-ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ କ୍ରୁଜ୍ ପାର୍ଟିରେ ଜୁବୀନ୍ ଗର୍ଗଙ୍କ ସହ ଥିଲେ । ଏସ୍ଆଇଟିକୁ ମିଳିଥିବା ସୂଚନା ଅନୁସାରେ, ଭିଡିଓରେ ଗୋସ୍ଵାମୀଙ୍କୁ ଜୁବୀନଙ୍କ ବେଶ ପାଖରେ ପହଁରୁଥିବାର ଦେଖିବାକୁ ମିଳିଥିଲା । ଯେତେବେଳେ କି ଅମ୍ରିତପ୍ରଭା ତାଙ୍କ ମୋବାଇଲ୍‌ରେ ସବୁକିଛି ରେକର୍ଡ କରୁଥିଲେ । ଆଉ ଏଥିପାଇଁ ଦୁହିଁଙ୍କୁ ବିଗତ ୬ ଦିନ ହେଲା ଲଗାତାର ପଚରାଉଚରା କରୁଥିଲା ପୋଲିସ ।


ଏଥିସହ ପଢ଼ନ୍ତୁ: ଜୁବିନଙ୍କ ମ୍ୟାନେଜର ଓ ସିଙ୍ଗାପୁର ଇଭେଣ୍ଟ ଆୟୋଜକଙ୍କୁ ଗିରଫ କଲା ଆସାମ ସିଆଇଡି


ଗୁରୁବାର ଦିଲ୍ଲୀରୁ ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କରିଥିଲା ଆସାମ ପୋଲିସ । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ମୁଖ୍ୟ ଆୟୋଜକ ଥିଲେ ଶ୍ୟାମକାନୁ ମହାନ୍ତ । ଜୁବିନ୍ ଗର୍ଗଙ୍କ ମ୍ୟାନେଜର ଥିଲେ ସିଦ୍ଧାର୍ଥ ଶର୍ମା । ଜୁବୀନ୍‌ ହଂକଂ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ଯୋଗ ଦେବାକୁ ସିଙ୍ଗାପୁର ଯାଇଥିଲେ । ଜୁବୀନଙ୍କ ମୃତ୍ୟୁକୁ ନେଇ ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଆଦି ଅଭିଯୋଗ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜୁବୀନଙ୍କ ମୃତ୍ୟୁ ମାମଲାକୁ ନେଇ ଆସାମ ସିଆଇଡିର ସ୍ଵତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ମୁନ୍ନା ଗୁପ୍ତା କହିଛନ୍ତି, "ଏବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସମୟରେ ସୂଚନା ସାର୍ବଜନୀନ କରାଯାଇ ପାରିବ ନାହିଁ । କନ୍ତୁ ଆମେ ଆଇପିସି ୧୦୩ (ହତ୍ୟା) ଅଭିଯୋଗ ମାମଲାରେ ଯୋଡ଼ିଛୁ ।"


ସେପଟେ ଜୁବୀନଙ୍କ ପତ୍ନ ଗରିମା ଗର୍ଗ କହିଛନ୍ତି, "ଆଇନ୍ ଉପରେ ମୋର ଭରସା ରହିଛି ଏବଂ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କିଏ ଦୋଷୀ । ତଦନ୍ତ ଚାଲିଛି, ପୋଲିସ ତା' ପ୍ରକ୍ରିୟାରେ ଯାଉଛି । ତେଣୁ ଏହା ଉପରେ ଅଧିକ ଟିପ୍ପଣୀ କରିବା ଉଚିତ ନୁହେଁ । ମୋତେ ଅଧିକ ଜଣା ନାହିଁ । ଆଇନ୍ ତା' କାମ କରିବ ।"


ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?


ସେ ଆହୁରି କହିଛନ୍ତି, "ପୂରା ବିଶ୍ଵାସ ରହିଛି ଆମ ଆଇନ୍ ବ୍ୟବସ୍ଥା ଅନୁସାରେ ପରିବାରକୁ ନ୍ୟାୟ ମିଳିବ । ତଦନ୍ତ ପ୍ରକ୍ରିୟା ନିରପେକ୍ଷ ରହିବ । ଶୀଘ୍ର ଜଣାପଡ଼ିଯିବ ସେ ଦିନ ପ୍ରକୃତରେ କ'ଣ ହୋଇଥିଲା ? ଯଦି କିଏ ଦାୟୀ ଥିବ ତାହେଲେ ତାକୁ ଶୀଘ୍ର ସଜା ମିଳିବ ।"


ସେପଟେ ଏସ୍‌ଆଇଟି ମୁଖ୍ୟ ଗୁପ୍ତା କହିଛନ୍ତି, "ଘଟଣା ସିଙ୍ଗାପୁରରେ ଘଟିଥିଲା । ତେଣୁ ସେଠାକୁ ଯାଇ ପ୍ରମାଣ ଏକାଠି କରିବା ଲାଗି ଅନୁମତିକୁ ଅପକ୍ଷା କରିଛୁ ।" ଜୁବୀନ୍‌ ହଂକଂ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ଯୋଗ ଦେବାକୁ ସିଙ୍ଗାପୁର ଯାଇଥିଲେ । ସେପ୍ଟେମ୍ବର ୧୯ ତାରିଖରେ ସେଠାରେ ସ୍କୁବା ଡାଇଭିଂ କରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଥିଲେ । ସେ ଲାଇଫ୍ ଜ୍ୟାକେଟ ପିନ୍ଧି ଡାଇଭିଂ କରିବା ସମୟରେ ସେ ପ୍ରାଣ ହରାଇଥିଲେ ।

Related Topics

Explore more stories

Sponsored
New Twist in Zubeen Garg’s Death Case | SIT Adds Murder Charge in Assam | Argus News | Argus News