|
logo
Live
Argus News App
GET APP

Argus News - ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?

Weather & Calamities

Cyclone Alert / ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?

Key Points

ଉତ୍ତରପୂର୍ବ ଆରବ ସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି ।

ଭୁବନେଶ୍ଵର: ବାତ୍ୟା ଆସୁଛି... ୧୨ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବା ଆଶଙ୍କା ରହିଛି । ଗୋଟିଏ ପଟେ ବଙ୍ଗୋପସାଗରରେ ଅବପାତ ତ ଅନ୍ୟପଟେ ଆରବ ସାଗରରେ ଗଭୀର ଅବପାତ । ସମୁଦ୍ରରେ ଦୁଇ ଦୁଇଟି ସିଷ୍ଟମ ସକ୍ରିୟ ରହିଥିବା ବେଳେ ଚଳିତ ବାତ୍ୟା ଋତୁରେ ଆରବ ସାଗରରେ ପ୍ରଥମ ବାତ୍ୟା ଆଶଙ୍କା ରହିଛି ।


ଉତ୍ତରପୂର୍ବ ଆରବ ସାଗରରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ଆଗାମୀ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି ।



ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆରବ ସାଗରରେ ଥିବା ଗଭୀର ଅବପାତଟି ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହା ଏବେ ଦ୍ଵାରକା ଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୪୦ କିମି ଏବଂ ପୋରବନ୍ଦର ଠାରୁ ପଶ୍ଚିମରେ ୨୭୦ କିମି ଦୂରରେ ରହିଛି ।


ଏଥିସହ ପଢ଼ନ୍ତୁ: ଅବିଶ୍ରାନ୍ତ ବର୍ଷାରେ ଦକ୍ଷିଣ ଓଡ଼ିଶା ସ୍ଥିତି ସଙ୍ଗୀନ, ଭାଙ୍ଗିଲା କଲଭର୍ଟ...ରାସ୍ତାରେ ଚାଲୁଛି ପାଣି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଭୀର ଅବପାତଟି ଆଗାମୀ ୧୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ତେବେ ଏହାର ଗତିପଥ କ'ଣ ରହିବ, ସ୍ଥଳଭାଗ ଛୁଇଁବ ନା ନାହିଁ । ସେନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ତଥ୍ୟ ବର୍ତ୍ତମାନ ଦେଇ ନାହିଁ ।


କିନ୍ତୁ ଏହାର ପ୍ରଭାବରେ ଆରବ ସାଗର ଅଶାନ୍ତ ରହିବ । ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ । ଏହାଦ୍ଵାରା ଗୁଜରାଟ ଉପକୂଳ ସହ ଉତ୍ତର ମହାରାଷ୍ଟ୍ର ଉପକୂଳରେ ବର୍ଷା ଓ ପବନ ଲାଗି ରହିବ । ତେଣୁ ୬ ତାରିଖ ପର୍ଯ୍ୟନ୍ତ ଆରବ ସାଗରକୁ ମତ୍ସ୍ଯଜୀବୀଙ୍କୁ ବାରଣ କରାଯାଇଛି ।



ସେପଟେ ଦକ୍ଷିଣ ଓଡ଼ିଶା ଉପରେ ସକ୍ରିୟ ଥିବା ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଅବପାତଟି ଏବେ ଫୁଲବାଣୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୦ କିଲୋମିଟର ଏବଂ ସମ୍ବଲପୁରଠାରୁ ଦକ୍ଷିଣରେ ୧୪୦ କିଲୋମିଟର ଦୂରରେ ରହିଛି ।


ଏଥିସହ ପଢ଼ନ୍ତୁ: ଗଜପତି ସ୍ଥିତିକୁ ନେଇ ଗମ୍ଭୀର ହେଲେ ମୁଖ୍ୟମନ୍ତ୍ରୀ, ରିଲିଫ୍‌କୁ ତ୍ଵରାନ୍ଵିତ କରିବାକୁ ଦେଲେ ନିର୍ଦ୍ଦେଶ


ଏହା କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା ଅତିକ୍ରମ କରିବ । ଧିରେ ଧିରେ ଅବପାତଟି ଦୁର୍ବଳ ହେବା ସହ ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । କୌଣସି ବାତ୍ୟା ବିପଦ ନାହିଁ । ଏଥିସହ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ନଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି ।

Related Topics

Explore more stories

Sponsored
Cyclone Alert: ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ? | Argus News