Humane Sagar / ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥାନାରେ ଏତଲା ଦେଲେ ମାଆ ଶେଫାଳି ସୁନା; ଆଣିଲେ ବଡ଼ ଅଭିଯୋଗ
·3 months ago·2 min read

Key Points
ହ୍ୟୁମାନଙ୍କ ମୃତ୍ୟୁର ମାସକ ପରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ମାଆ ଶେଫାଳି ସୁନା । କଟକର ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ।
କଟକ: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ମାସେ ବିତିଛି । ପୁଅ ମୃତ୍ୟୁର ମାସକ ପରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା । ଆଜି ନଭେମ୍ବର ୨୧ରେ ସେଫାଳି ସୁନା କଟକର ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ।
ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଶେଫାଳି ସୁନା ୮ଟି ଦିଗକୁ ଇସାରା କରି ଏତଲା ଦେଇଛନ୍ତି । ଏତଲାରେ ବଡ଼ ଅଭିଯୋଗ ଆଣିଛନ୍ତି ଶେଫାଳି । ଲେଖିଛନ୍ତି, "ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା, ପରିବାର ଏଯାଏଁ ସ୍ପଷ୍ଟ ହୋଇ ପାରିନାହିଁ ।"
ଏଥିସହ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ
ମୃତ୍ୟୁ ପଛରେ ବିଷକ୍ରିୟା, ଶାରିରୀକ ଆଘାତ, ଅବହେଳା, ନିର୍ଯାତନା, ଚାପ, ଧମକ, ଆର୍ଥିକ ନେଣଦେଣ ସହ ପ୍ରମାଣ ନଷ୍ଟ ଆଦି କଥା ଉଠାଇଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି । ନଭେମ୍ବର ୧୭ ତାରିଖ ରାତିରେ ହ୍ୟୁମାନ ସାଗର ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଆଖି ବୁଜିଥିଲେ ।
ହ୍ୟୁମାନଙ୍କ ମୃତ୍ୟୁର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଶେଫାଳି ସୁନା ପୋଲିସକୁ ଅନୁରୋଧ କରିଛନ୍ତି । ଲେଖିଛନ୍ତି, "ହ୍ୟୁମାନ ସାଗର କଟକରେ ରହୁଥିବା ଘରର ସିସିଟିଭି ଡିଭିଆର୍କୁ ଜବତ କରାଯାଉ । ଘର ନିକଟରେ ଲାଗିଥିବା ଅନ୍ୟ ସିସିଟିଭି ସହ ଗେଟ୍ ରେଜିଷ୍ଟର, ଭିଜିଟର୍ ରେଜିଷ୍ଟର, ଷ୍ଟାଫ୍ ଲଗସ୍ ସହ ଗାଡ଼ିର ମୁଭମେଣ୍ଟ ଯାଞ୍ଚ କରାଯାଉ ।"
ପୁଅର ମୋବାଇଲ୍, ଲାପଟପ, ଟାବଲେବ ଓ ସିମ୍ର ଫରେନସିକ ଯାଞ୍ଚ ହେଉ । କଲ୍ ରେକର୍ଡ ପୋଲିସ ଅନୁଧ୍ୟାନ କରୁ । ହ୍ଵାଟ୍ସଆପ୍ ଚାଟରୁ ତଥ୍ୟ ରିଟ୍ରାଇଭ୍ ସହ ଇମେଲ୍କୁ ତଦନ୍ତ ପରିସରକୁ ଅଣାଯାଉ ।
ସମସ୍ତ ବ୍ଯାଙ୍କ ଆକାଉଣ୍ଟର ଦେଣନେଣ ତଦନ୍ତ ଅଧିନ ହେଉ । ସ୍ଥାୟୀ ଜମା, ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ସ, ବୀମା, ଲୋନ, କିସ୍ତି ଆଦିର ତଦନ୍ତ ହେଉ । ହ୍ୟୁମାନ କରିଥିବା ଚୁକ୍ତି, ନେଇଥିବା ଅଗ୍ରୀମ, ଫେରା ଯାଇଥିବା ଅର୍ଥ ସହ ଷ୍ଟୁଡିଓ ଓ ପ୍ରଡକ୍ସନ ସଂସ୍ଥାର ପାଉଣାର ତଦନ୍ତ ହେଉ ।
ଏଥିସହ ପଢ଼ନ୍ତୁ: ସଙ୍ଗୀତ ସହ ଯୋଡ଼ି ହୋଇ ରହିଥିଲେ ୩ ପିଢ଼ି; ହ୍ୟୁମାନ୍ ଥିଲେ ଓଡ଼ିଶାର 'ଅରିଜିତ ସିଂହ'
ମେଡିକାଲ୍ ରେକର୍ଡରେ ମୃତ୍ୟୁ ସତ
ହ୍ୟୁମାନ ସାଗର ବିଗତ ୩ରୁ ୪ ବର୍ଷ ହେଲା ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଓପିଡି ଓ ଆଇପିଡି ଫାଇଲ୍ର ଯାଞ୍ଚ ଦାବି କରିଛନ୍ତି ଶେଫାଳି ସୁନା । ଡାକ୍ତରଙ୍କ ପ୍ରେସକ୍ରିପ୍ସନରୁ ନେଇ ଲ୍ୟାବ ରିପୋର୍ଟ, ହସ୍ପିଟାଲ୍ରେ ଭର୍ତ୍ତି, ଆଇସିୟୁ ନୋଟ୍ସ, ଡିସଚାଜ ସମରି ଏବଂ ଚିକିତ୍ସା କରିଥିବା ସମସ୍ତ ଡାକ୍ତରଙ୍କ ରେକର୍ଡ ଯାଞ୍ଚ ପାଇଁ ଦାବି କରିଛନ୍ତି । ପୋଷ୍ଟମର୍ଟମ ଓ ଭିସେରା କଥା ଉଲ୍ଲେଖ କରିଛନ୍ତି ହ୍ୟୁମାନଙ୍କ ମାଆ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories