Mahima Chaudhry / ମୁଁ ବହୁତ କଷ୍ଟ ପାଇଛି, କେହି ନଥିଲେ ମୋ ସାଥୀରେ: ମହିମା ଚୌଧୁରୀ
·7 months ago·2 min read

Key Points
ଦୁର୍ଘଟଣା ବିଗାଡିଲା ମହିମାଙ୍କ ଚେହେରା
ଅଭିନେତ୍ରୀଙ୍କ ମୁହଁରେ ଫସିଥିଲା ୬୭ ଖଣ୍ଡ କାଚ
ଅଭିନେତ୍ରୀଙ୍କ ମୁହଁରେ ଫସିଥିଲା ୬୭ ଖଣ୍ଡ କାଚ
ମହିମା ଚୌଧୁରୀ। ବଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀ ସେ। ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ଭିତରୁ ସେ ହେଉଛନ୍ତି ଜଣେ। ସେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ। ହେଲେ ହଠାତ୍ ତାଙ୍କ କ୍ୟାରିୟର ଶେଷ ହୋଇଗଲା। ଏକ ବଡ ଦୁର୍ଘଟଣା ସବୁ କିଛି ଶେଷ କରିଦେଲା। ଏ ବିଷୟରେ ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି। ଫିଲ୍ମରେ କାମ ନମିଳିବା ଠାରୁ ଭୟଙ୍କର ଦୁର୍ଘଟଣାରୁ ଶିକାର ହେବାସହ ଆଇନଗତ ମାମଲାରେ ଟାଣି ହେବା ଏବଂ ସ୍ତନ କର୍କଟ ସହ ତାଙ୍କ ବୈବାହିକ ଜୀବନ ପର୍ଯ୍ୟନ୍ତ, ସେ ବହୁତ କିଛି ସମସ୍ୟା ସହିଛନ୍ତି।
ମହିମା ଚୌଧୁରୀ ଦେଖିବାକୁ ଯେମିତି ସୁନ୍ଦର ଅଭିନୟ ବି ହୃଦୟସ୍ପର୍ଶୀ । ଯେତେବେଳେ ବଲିଉଡରେ ଡେବ୍ୟୁ କଲେ, ସେତେବେଳେ ଧମାଲ କରିଥିଲେ। ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଲୁକକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ଏହି ଅଭିନେତ୍ରୀ ଶାହରୁଖ ଖାନଙ୍କ ବିପକ୍ଷରେ "ପରଦେଶ" ଫିଲ୍ମରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର ଆରମ୍ଭ କରିଥିଲେ। ସେ ତାଙ୍କର ପ୍ରଥମ ଫିଲ୍ମ ସହିତ ଘରେ ଘରେ ଲୋକପ୍ରିୟ ହୋଇଯାଇଥିଲେ। ମହିମାଙ୍କୁ ତାଙ୍କ କ୍ୟାରିଅରରେ ବହୁତ ସଂଘର୍ଷ କରିବାକୁ ପଡିଥିଲା। ଏପରି ଏକ ସମୟର ଆସିଥିଲା ଯେତେବେଳେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବେ ଅଭିନେତ୍ରୀ ତାଙ୍କ ଭୟଙ୍କର ଦୁର୍ଘଟଣାକୁ ମନେ ପକାଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେ ଗୋଟିଏ ବର୍ଷ ପାଇଁ ଘରୁ ବାହାରିନଥିଲେ ।
ଏଥିସହ ପଢ଼ନ୍ତୁ: କିଏ ଏହି ଇଜାଜ୍ ସାୱାରିଆ ? ଯିଏ ଇନଷ୍ଟାରୁ ଆଇପିଏଲରେ ପହଞ୍ଚି ପାରିଲେ...
କାହିଁକି ନା ତାଙ୍କ ମୁହଁ ବହୁତ ଫୁଲି ଯାଇଥିଲା ଏବଂ ତାଙ୍କର ମୁହଁର ପୁରା ଗଢଣ ଖରାପ ହୋଇଯାଇଥିଲା। ତାଙ୍କ ସାଙ୍ଗ ସାଥୀମାନେ ମଧ୍ୟ ସର୍ଜରୀ ଉପରେ ହସିଥିଲେ, ସେମାନେ ଭାବିଥିଲେ ଯେ ଅଭିନେତ୍ରୀଙ୍କର କୌଣସି କାରଣ ପାଇଁ ଝଗଡ଼ା ହୋଇଛି। ଯାହାଫଳରେ ଏସବୁ ଘଟିଛି । ଏହା ତାଙ୍କ ପାଇଁ ଏକ କଷ୍ଟକର ସମୟ ଥିଲା, କାରଣ ସେ ଜାଣି ନଥିଲେ ଯେ ସେ ପରବର୍ତ୍ତୀ ସମୟରେ କ'ଣ କରିବେ। ଏହା ସହ ମହିମା ପ୍ରକାଶ କରିଥିଲେ ଯେ ତାଙ୍କ ପ୍ରଥମ ଫିରେଲ୍ମ ଏକ ଆଇନଗତ ମାମଲାରେ ଫସି ରହିଥିଲେ ପରେ ତାଙ୍କ ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା।ମହିମା ଚୌଧୁରୀ ଏକ ପଡକାଷ୍ଟରେ ନଜର ଆସିଥିଲେ। କଥାବାର୍ତ୍ତା ସମୟରେ, ସେ ତାଙ୍କ କ୍ୟାରିଅର ଏବଂ ଜୀବନର ସଂଘର୍ଷ ବିଷୟରେ ଆଲୋଚନା କରିଥିଲେ।
ଅଭିନେତ୍ରୀ ଅଜୟ ଦେବଗନଙ୍କ ଏକ ଫିଲ୍ମର ସୁଟିଂ ସମୟର ଏକ ଘଟଣା ବର୍ଣ୍ଣନା କରି କହିଥିଲେ, ସେ କିଭଳି ମୃତ୍ୟୁରୁ ବଞ୍ଚି ଯାଇଥିଲେ। ୧୯୯୯ ମସିହାରେ ଅଜୟଙ୍କ ସହିତ "ଦିଲ କ୍ୟା କରେ" ଚଳଚ୍ଚିତ୍ରରେ କାମ କରୁଥିଲେ । ସେହି ସମୟରେ ସେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ତାଙ୍କ ମୁହଁରେ ୬୭ଟି ଛୋଟ କାଚ ଖଣ୍ଡ ଲାଗି ରହିଥିଲା। ଯାହା ମାଇକ୍ରୋସ୍ପୋପ୍ ମାଧ୍ୟମରେ ଅସ୍ତ୍ରପୋଚାର କରାଯାଇଥିଲା । ଏହାପରେ ଧିରେ ଧିରେ ଅଭିନେତ୍ରୀଙ୍କୁ ଆଉ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥିଲା। ତାଙ୍କ ସୁନ୍ଦରତା କମିବାକୁ ଲାଗିଲା। କିନ୍ତୁ ଦୁର୍ଭାଗ୍ୟର କଥା ଦେଖନ୍ତୁ, ଅଭିନେତ୍ରୀଙ୍କୁ ହଠାତ୍ ହେଲା ବ୍ରେଷ୍ଟ କ୍ୟାନ୍ସର। ମହିମା ଏସବୁ କହୁ କହୁ ନିଜେ ଇମୋସନାଲ ହୋଇଯାଇଥିଲେ। ସେ ପୁଣି ଥରେ ଫିଲ୍ମ ଜଗତରୁ ଦୂରେଇଗଲେ। ଏଭଳି ଅନେକ ସଂଘର୍ଷର ସାମ୍ନା କରି ଶେଷରେ ଅଭିନେତ୍ରୀ ଏବେ ପୁଣି ଥରେ ବଡ ପରଦାକୁ ଫେରିଛନ୍ତି ବହୁତ ଦିନ ପରେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories