Izaz Sawariya IPL / କିଏ ଏହି ଇଜାଜ୍ ସାୱାରିଆ ? ଯିଏ ଇନଷ୍ଟାରୁ ଆଇପିଏଲରେ ପହଞ୍ଚି ପାରିଲେ...
·9 months ago·2 min read

Key Points
କେବେ ଖେଳିନାହାଁନ୍ତି ବୃତ୍ତିଗତ କ୍ରିକେଟ
ଇନଷ୍ଟାରେ ରିଲ୍ କରି କରି ଖେଳିବେ ଆଇପିଏଲ୍
ଇନଷ୍ଟାରେ ରିଲ୍ କରି କରି ଖେଳିବେ ଆଇପିଏଲ୍
ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗର ଖେଳାଳିଙ୍କ ନିଲାମି । ଆବୁଧାବିରେ ହେବ ୩୫୦ ଖେଳାଳିଙ୍କ ଅକ୍ସନ୍ । କେଉଁ ଟିମକୁ ଯିବେ କେଉଁ ପ୍ଲେୟାର୍ । ଅକ୍ସନ ଉପରେ ରହିଛି ପୁରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର । ଅକ୍ସନ ଫୋକସରେ ରହିବେ ଅନେକ ଖେଳାଳି । କିନ୍ତୁ ଏହା ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦ ବର୍ଷୀୟ ଇଜାଜ୍ ସାୱାରିଆ । ସାୱାରିଆ ଇନଷ୍ଟାଗ୍ରାମରେ କରୁଥିଲେ ବୋଲିଂର ରିଲ୍ । ନିୟମିତ ବୋଲିଂର ରିଲ୍ କରନ୍ତି, ତାକୁ ଇଷ୍ଟାରେ ଅପଲୋଡ କରନ୍ତି। ସେହି ରିଲ୍ କରୁ କରୁ ଏବେ ସେ IPL ନିଲାମରେ ପହଞ୍ଚି ସାରିଛନ୍ତି। ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଇଜାଜ୍ କେବେ ବି ଖେଳିନାହାନ୍ତି ବୃତ୍ତିଗତ କ୍ରିକେଟ। କିନ୍ତୁ ଏବେ ସେ ଖେଳିପାରନ୍ତି ଆଇପିଏଲ୍। ଏବେ ପ୍ରଶ୍ନ ଉଠୁଛି କିଏ ଏହି ଇଜାଜ୍ ସାୱାରିଆ ? କେମିତି ଫିଟିଲା ତାଙ୍କ ଭାଗ୍ୟ ?
କୁହାଯାଏ ଭାଗ୍ୟ କେତେବେଳେ, କେଉଁଠି ଓ କିପରି ଚମକିବ । ତାହା କେହି କହିପାରିବେ ନାହିଁ । ଇଜାଜ୍ ସାୱାରିଆ ଏହାର ବଳିଷ୍ଠ ଉଦାହରଣ। ୨୦ ବର୍ଷୀୟ ସାୱାରିଆ କେବେ ଖେଳିନାହିଁନ୍ତି ବୃତ୍ତିଗତ କ୍ରିକେଟ୍ । କିନ୍ତୁ ଏବେ ସେ ହେବାକୁ ଯାଉଛନ୍ତି ଆଇପିଏଲ୍ ଷ୍ଟାର । ୨୦୨୬ ମିନି ନିଲାମରେ ସ୍ଥାନ ପାଇଛନ୍ତି । ତାଙ୍କୁ ଚାନ୍ସ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।ଇଜାଜ୍ ସାୱାରିଆ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ରେ ତାଙ୍କ ଅଭ୍ୟାସ ସେସନ୍ ଏବଂ ବୋଲିଂର ଭିଡିଓ ବାରମ୍ବାର ପୋଷ୍ଟ କରନ୍ତି। ତାଙ୍କର ହଜାର ହଜାର ଫଲୋଅର୍ ମଧ୍ୟ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଇଂଲଣ୍ଡର ରାଦିଲ୍ ରସିଦ୍ ସମେତ ଅନେକ ଭାରତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟର ତାଙ୍କ ବୋଲିଂ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି।
ଏଥିସହ ପଢ଼ନ୍ତୁ: ଗମ୍ଭୀରଙ୍କୁ କଟାକ୍ଷ କଲେ ହର୍ଷା, କହିଲେ ତୁମେ କୋଚ୍ CEO ଭାବିବା ବନ୍ଦ କର...
ଆୟରଲ୍ୟାଣ୍ଡର ସିମି ସିଂହ ଏବଂ ଭାରତର ବିପ୍ରରାଜ ନିଗମ ଭଳି ଅନ୍ୟ କ୍ରିକେଟରମାନେ ମଧ୍ୟ ସାୱାରିଆଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି।ଜୟପୁରର ସଂସ୍କାର ଏକାଡେମୀରେ ତାଲିମ ନେଇଥିଲେ ଇଜାଜ୍ ସାୱାରିଆ । ରିଲ୍ସ ଦେଖି ତାଙ୍କୁ IPL ନିଲାମରେ ମିଳିଛି ଚାନ୍ସ । ଆଶା କରାଯାଉଛି, ₹୩୦ ଲକ୍ଷ ବେସ୍ ପ୍ରାଇସ୍ ସହ ସାୱାରିଆ ଏବେ ଏକ ଏପରି ଦଳ ପାଇବେ ଯେଉଁଠାରେ ସେ ପ୍ରଥମ ଥର ପାଇଁ ବୃତ୍ତିଗତ କ୍ରିକେଟ୍ ଖେଳିପାରିବେ। ଇଜାଜ୍ ସାୱାରିଆ ରାଜସ୍ଥାନର ଓ ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ ମାଧ୍ୟମରେ ନିଲାମ ପାଇଁ ତାଙ୍କ ନାମ ପଞ୍ଜିକୃତ କରିଛନ୍ତି । ସେ କେବେ କୌଣସି ସ୍ତରରେ ଭାରତ କିମ୍ବା ରାଜସ୍ଥାନକୁ ପ୍ରତିନିଧିତ୍ୱ କରିନାହାଁନ୍ତି ଏବଂ ତାଙ୍କର କୌଣସି ବୃତ୍ତିଗତ ଅଭିଜ୍ଞତା ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଥାପି, ସେ ବର୍ତ୍ତମାନ IPL ୨୦୨୬ ନିଲାମରେ ୨୬୫ ନମ୍ବର ଖେଳାଳି ହେବେ। ତାଙ୍କ ନାମ ଚତୁର୍ଥ ସେଟ୍ ରେ ବିଡ୍ କରାଯିବ।ବିଶିଷ୍ଟ କ୍ରିକେଟରମାନେ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଇଜାଜ୍ ସାୱାରିଆଙ୍କ ବିଶେଷତ୍ୱ ହେଉଛି ତାଙ୍କର ଲେଗ୍ ସ୍ପିନ୍ । ଇନଷ୍ଟାଗ୍ରାମରେ ତାଙ୍କର ଲେଗ୍ ସ୍ପିନ୍ ରିଲ୍ ଦେଖିବା ପରେ IPL ଫ୍ରାଞ୍ଚାଇଜ୍ ତାଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଖାସ୍ କରି ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ଭଳି ଫ୍ରାଞ୍ଚାଇଜ୍ ଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହା ଫଳରେ ତାଙ୍କ ନାମ ଏବେ IPL ୨୦୨୬ ନିଲାମ ତାଲିକାରେ ତାଲିକାଭୁକ୍ତ ହୋଇଛି। ଆଜି ଆବୁଧାବିରେ ହେବ ଆଇପିଏଲ ଅକ୍ସନ । ବିଭିନ୍ନ ଦେଶରୁ ୩୫୦ ଜଣ ଖେଳାଳିଙ୍କ ହେବ ନିଲାମି । ୭୭ଟି ସ୍ଲଟରେ ଏହି ଖେଳାଳିଙ୍କ ନିଲାମି ହେବ । ଆଉ କିଛି ସମୟ ପରେ କିଏ ଖେଳିବ କିଏ ଖେଳିବ ନାହିଁ ତାହା ସ୍ପଷ୍ଟ ହୋଇଯିବ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories