Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Samantha Ruth Prabhu / ନିଜ ପ୍ରେମ ପାଇଁ ଧର୍ମ ବଦଳାଇଲେ ସାମନ୍ଥା, ଫ୍ୟାନ୍ସ କହିଲେ ଏମିତି...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ନିଜ ପ୍ରେମ ପାଇଁ ଧର୍ମ ବଦଳାଇଲେ ସାମନ୍ଥା, ଫ୍ୟାନ୍ସ କହିଲେ ଏମିତି...
Samantha Ruth Prabhu

Key Points

ରାଜ ନିଦିମୋରୁଙ୍କ ପାଇଁ ଧର୍ମ ବଦଳାଇଲେ ସାମନ୍ଥା !
ଏବେ ହେଲା ଖୁଲାସା
ଫ୍ୟାନ୍ସ କହୁଛନ୍ତି ଏତେ ପ୍ରେମ...
ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ । ସାଉଥ୍ ସିନେ ଜଗତର ଲୋକପ୍ରିୟ ଫିଲ୍ମ ନିର୍ମାତା ରାଜ୍ ନିଦିମୋରୁଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି । କୋଇମ୍ବାଟୁର ସ୍ଥିତ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବଙ୍କ ଇଶା ଫାଉଣ୍ଡେସନରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ପରିବାର ଓ ପରିଜନଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ସାମନ୍ଥା ନିଜ ଇନ୍‌ଷ୍ଟାଗ୍ରାମ୍ ପେଜରେ ବିବାହର ଫଟୋ ଶେୟାର କରିଛନ୍ତି । ଏହାପରେ ଅନେକ କିଛି ଖବର ଭାଇରାଲ ହୋଉଛି। ସାମନ୍ଥା ରୁଥ୍ ପ୍ରଭୁ ବର୍ତ୍ତମାନ ତାଙ୍କ ବୃତ୍ତିଗତ ଜୀବନ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଶୀର୍ଷରେ ଅଛନ୍ତି । ରାଜ ନିଦିମୋରୁଙ୍କୁ ବିବାହ କରିବା ପରଠୁ ସାମନ୍ଥା ରୁଥ୍ ପ୍ରଭୁ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା ହେଉଛି। ଏବେ ତାଙ୍କ ଧର୍ମକୁ ନେଇ ବହୁତ ଆଲୋଚନା ଚାଲିଛି ।

ରିପୋର୍ଟ ଅନୁଯାୟୀ, ରାଜଙ୍କୁ ବିବାହ କରିବା ପାଇଁ ସାମନ୍ଥା ଖ୍ରୀଷ୍ଟିଆନ ଧର୍ମ ପରିବର୍ତ୍ତେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ତେଣୁ, ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ସାମନ୍ଥା ତାଙ୍କର ଧର୍ମ ପରିବର୍ତ୍ତନ କରିଛନ୍ତି କି ନାହିଁ ତାହା ଅଫିସିଆଲ ଭାବରେ କନଫର୍ମ କରିନାହାଁନ୍ତି। ଯେତେବେଳେ ସେ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ, ସେତେବେଳେ ଉଭୟ ଧର୍ମରେ ବାହା ହୋଇଥିଲେ । ଏହା ସୂଚାଇ ଦିଏ ଯେ ଅଭିନେତ୍ରୀ ତାଙ୍କର ଧର୍ମ ପରିତ୍ୟାଗ କରିନାହାଁନ୍ତି। ସାମନ୍ଥା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଦୁଇଟିକୁ ଫଲୋ କରୁଛନ୍ତି। କିନ୍ତୁ ସେ ଏକ ହିନ୍ଦୁ ପରିବାରରେ ବିବାହ କରିଥିଲେ।ତଥାପି, ସାମନ୍ଥା ବହୁ ଦିନ ଧରି ହିନ୍ଦୁ ଧର୍ମ ପାଳନ କରୁଥିବା ନଜର ଆସିଥିଲେ। ତାଙ୍କର ଅନେକ ବୟାନ ମଧ୍ୟ ସୂଚାଇ ଦିଏ ଯେ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିଛନ୍ତି।

ଏଥିସହ ପଢ଼ନ୍ତୁ:  IPL ନିଲାମ: ଅନେକ ଖେଳାଳିଙ୍କୁ ବାଦ୍, କିନ୍ତୁ CSK ନିହାତି କିଣିବ ଏହି ୩ ଖେଳାଳିଙ୍କୁ...

ସାମନ୍ଥା ରୁଥ୍ ପ୍ରଭୁ ଏବଂ ରାଜ ନିଦିମୋରୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ସେମାନଙ୍କ ବିବାହରେ ପ୍ରାୟ ୩୦ ଜଣ ଲୋକ ଯୋଗ ଦେଇଥିଲେ। ଅଭିନେତ୍ରୀ ତାଙ୍କ ବିଶେଷ ଦିନରେ ଲାଲ ରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିଲେ। ସେହିଭଳି ରାଜ ନିଦିମୋରୁଙ୍କୁ ଏକ ସିମ୍ପଲ କୁର୍ତ୍ତା ପାଇଜାମା ପିନ୍ଧିଥିବାର ନଜର ଆସିଥିଲେ। ରାଜ ଏବଂ ସାମନ୍ଥାଙ୍କ ବିବାହ ବ୍ୟତୀତ, ସେମାନଙ୍କ ସହିତ ଜଡିତ ଆଉ ଏକ ଖବର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ବିବାହରେ ସାମନ୍ଥା ଲାଲ୍ ରଙ୍ଗର ଶାଢ଼ି ଏବଂ ରାଜ୍ ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ସୁନା ଓ ହୀରା ଗହଣାରେ ସାମନ୍ଥା ନିଜକୁ ସଜାଇଥିଲେ । ଲିଙ୍ଗ ଭୈରବୀ ଦେବୀ ମନ୍ଦିରରେ ଭୂତ ସୁଦ୍ଧି ବିବାହ ବିଧି ଜରିଆରେ ବିବାହ ସମ୍ପାଦିତ ହୋଇଥିଲା । ଉଭୟଙ୍କ ବିବାହ ବିଷୟରେ ରବିବାର ରାତିରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ସାର୍ବଜନୀନ କରାଯାଇନଥିଲା । ବିବାହରେ ଅତିଥିଙ୍କ ସଂଖ୍ୟା ମାତ୍ର ୩୦ରେ ସୀମିତ ଥିଲା । ଦୀର୍ଘ ଦୁଇ ବର୍ଷ ହେଲା ସାମନ୍ଥା-ରାଜ୍ ପରସ୍ପରକୁ ଡେଟ୍ କରୁଥିଲେ । ସାମନ୍ଥା ଅନେକ ଥର ରାଜଙ୍କ ସହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହା ଉଭୟଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Samantha Ruth Prabhu | Did Samantha Convert To Raj Nidimoru's Religion | Argus News | Argus News