Kapil Sharma / କପିଲଙ୍କ କାନାଡା ରେଷ୍ଟୁରାଣ୍ଟରେ ଫାୟାରିଂ ଘଟଣା, ମୁଖ୍ୟ ସୁଟର ଗିରଫ
·9 months ago·2 min read

Key Points
କାନାଡା ରେଷ୍ଟୁରାଣ୍ଟରେ ଫାୟାରିଂ
ପ୍ରଥମ ଥର ମୁହଁ ଖୋଲିଲେ କପିଲ
କହିଲେ-ମୋ ସହ ଭଗବାନ ଅଛନ୍ତି…
ପ୍ରଥମ ଥର ମୁହଁ ଖୋଲିଲେ କପିଲ
କହିଲେ-ମୋ ସହ ଭଗବାନ ଅଛନ୍ତି…
ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ହାସ୍ୟ ଅଭିନେତା କପିଲ ଶର୍ମା। କାନାଡା ରେଷ୍ଟୁରାଣ୍ଟରେ ଫାୟାରିଂ ଘଟଣାକୁ ନେଇ ସବୁ କଥା କହିଲେ କପିଲ। କପିଲ ଶର୍ମା ଜୁଲାଇ ମାସରେ କାନାଡାରେ କ୍ୟାପ୍ସ କାଫେ ଖୋଲିଥିଲେ । ହଠାତ୍ ଜୁଲାଇ୧୦ତାରିଖରେ, ଅଜଣା ଲୋକମାନେ ତାଙ୍କ କାଫେରେ ଗୁଳି ଚଳାଇଲେ । ଏହା ପରେ ପୁଣି ଅଗଷ୍ଟ ୭ ଏବଂ ଅକ୍ଟୋବର ୧୬ ତାରିଖରେ ଆଉ ଦୁଇ ଥର ଆକ୍ରମଣ ହୋଇଥିଲା । ଏହି ଘଟଣାରେ କେହି ଆହତ ହୋଇ ନଥିଲେ । କିନ୍ତୁ ବାରମ୍ବାର ଏଭଳି ଗୁଳିକାଣ୍ଡ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କପିଲଙ୍କ ଉପରେ ଟାର୍ଗେଟ ଥିବା ଆଲୋଚନା ହୋଇଥିଲା ।
ଏହି ଘଟଣାକୁ ନେଇ ଅନେକ ଦିନ ହେବ କପିଲ ଶର୍ମା ଚୁପ ରହିଥିଲେ। କିନ୍ତୁ ପ୍ରଥମ ଥର ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି ଯେ, "ମୁଁ ଭାବୁଛି ସେଠାକାର ନିୟମ ଏବଂ ପୋଲିସର ଏପରି ଘଟଣାଗୁଡ଼ିକୁ ନିୟନ୍ତ୍ରଣ କରିବାର କ୍ଷମତା ବୋଧହୁଏ ନାହିଁ । କିନ୍ତୁ ଯେତେବେଳେ ଆମର ମାମଲା ଘଟିଥିଲା,ଏହା ସଂଘୀୟ ସରକାରଙ୍କ ପାଖକୁ ଯାଇଥିଲା । ଏହା କାନାଡା ସଂସଦରେ ଆଲୋଚନା ହୋଇଥିଲା । ପ୍ରକୃତରେ ପ୍ରତ୍ୟେକ ସୁଟ୍ ପରେ,ଆମେ କାଫେରେ ଏକ ବଡ଼ ଖୋଲା ସ୍ଥାନ ପାଇଥିଲୁ । ଯଦି ପରମେଶ୍ୱର ମୋ ସହିତ ଅଛନ୍ତି,ତେବେ ସବୁକିଛି ଠିକ୍ ଅଛି ।"
ଏଥିସହ ପଢ଼ନ୍ତୁ: ପଲାଶ ମୁଛଲଙ୍କ ଜୀବନରେ ଇଏ ପୁଣି ଜଣେ ନୂଆ ନାୟିକା!
ଅଭିନେତା ଆହୁରି କହିଛନ୍ତି, ''ଆକ୍ରମଣ ପରେ ଅନେକ ଲୋକ ତାଙ୍କ ସହିତ ଯୋଗାଯୋଗ କରିଥିଲେ । ମୁଁ ବିଶ୍ୱାସ କରେ ଯେ ଭଗବାନ ଯାହା କରନ୍ତି,ଆମେ ଏହା ପଛର କାହାଣୀ ଜାଣିହୁଏ ନାହିଁ । ମୁଁ କାନାଡାରୁ ଅନେକ ଫୋନ୍ ପାଇଲି ଯେଉଁଥିରେ କୁହାଯାଇଥିଲା ଯେ ପୂର୍ବରୁ ବହୁତ କିଛି ଘଟୁଛି । କିନ୍ତୁ ମୋ କାଫେରେ ଗୁଳିକାଣ୍ଡ ପରେ ଏହା ଖବର ପାଲଟିଗଲା ।ଏବେ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି । ମୁଁ ମୁମ୍ବାଇ କିମ୍ବା ଆମ ଦେଶରେ କେବେ ଅସୁରକ୍ଷିତ ଅନୁଭବ କରିନାହିଁ । ମୁମ୍ବାଇ ଭଳି ଅନ୍ୟ କୌଣସି ସହର ନାହିଁ ।"ହାସ୍ୟ ଅଭିନେତାରୁ ଅଭିନେତା ସାଜିଥିବା କପିଲ ଶର୍ମା ପୁଣିଥରେ ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ସେ ଫିଲ୍ମ'କିସ୍ କିସ୍ କୋ ପ୍ୟାର୍ କରୁଁ ୨'ରେ କମ୍ବ୍ୟାକ୍ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସେ ତାଙ୍କ କ୍ୟାରିଅର୍ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ମତାମତ ସେୟାର କରିଛନ୍ତି । ଏହି ସମୟରେ ସେ କାନାଡାର କ୍ୟାପ୍ସ କାଫେରେ ହୋଇଥିବା ଗୁଳିକାଣ୍ଡ ଘଟଣା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ଅନ୍ୟପଟେ ''ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ କାନାଡାରେ କପିଲ ଶର୍ମାଙ୍କ KAP’s କାଫେରେ ଗୁଳିକାଣ୍ଡ ଷଡ଼ଯନ୍ତ୍ରରେ ସାମିଲ ଥିବା ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି । ବନ୍ଧୁ ମାନ ସିଂହ ସେଖୋନ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାରଙ୍କ ସହ ଜଡିତ ବୋଲି ସୂଚନା ରହିଛି ''। ଗୁଳିକାଣ୍ଡ ପରେ ସେ ଭାରତ ଫେରି ଆସିଥିଲା । ଏହା ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories