Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Smriti Mandhana Wedding Controversy / ପଲାଶ ମୁଛଲଙ୍କ ଜୀବନରେ ଇଏ ପୁଣି ଜଣେ ନୂଆ ନାୟିକା!

Ritu Das
Browse all articles by Ritu Das
·7 months ago·2 min read
ପଲାଶ ମୁଛଲଙ୍କ ଜୀବନରେ ଇଏ ପୁଣି ଜଣେ ନୂଆ ନାୟିକା!

Key Points

ଏବେ ମିଷ୍ଟ୍ରିଗର୍ଲ ମେରି ନୁହେଁ ବରଂ ଆଉଜଣଙ୍କ ନାଁ ସାମ୍ନାକୁ ଆସିଛି। କୋରିଓଗ୍ରାଫର ନନ୍ଦିକା ଦ୍ୱିବେଦୀଙ୍କ ନାମ ପଲାଶଙ୍କ ସହ ଯୋଡା ହେଉଛି।
ଦିନକୁ ଦିନ ପଲାଶ-ସ୍ମୃତିଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା। ବାହାଘର ପରମ୍ପରା ଖୁବ ଧୁମଧାମରେ ମଧ୍ୟ ଚାଲିଥିଲା। କିନ୍ତୁ ଯେମିତି ସ୍ମୃତିଙ୍କ ଖୁସିକୁ କାହା ନଜର ଲାଗିଗଲା। ହଠାତ ସଙ୍ଗୀତରେ ଯେମିତି କଳା ବାଦଲ ଛାଇଗଲା। ସ୍ମୃତିଙ୍କ ବାପା ଶ୍ରୀନିବାସ ମନ୍ଧାନା ସେହି ଦିନ ଅସୁସ୍ଥ ହୋଇପଡ଼ିଥିଲେ, ଯାହା ଫଳରେ ବିବାହ ସ୍ଥଗିତ ରଖିବାକୁ ପଡ଼ିଥିଲା। ବିବାହ ସ୍ଥଗିତ ହେବା ପରଠାରୁ, ପଲାଶ ମୁଚ୍ଛଲଙ୍କ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ ହୋଇଛି, ତାଙ୍କ ଉପରେ ଅନେକ ଅଭିଯୋଗ ଆସିଛି। ତାଙ୍କର ବ୍ୟକ୍ତିଗତ ଚାଟ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ମିଷ୍ଟ୍ରିଗର୍ଲ ମେରି ନୁହେଁ ବରଂ ଆଉଜଣଙ୍କ ନାଁ ସାମ୍ନାକୁ ଆସିଛି। କୋରିଓଗ୍ରାଫର ନନ୍ଦିକା ଦ୍ୱିବେଦୀଙ୍କ ନାମ ପଲାଶଙ୍କ ସହ ଯୋଡା ହେଉଛି।



ଏବେ, ପଲାଶଙ୍କ ନାଁ ନନ୍ଦିକା ଦ୍ୱିବେଦୀଙ୍କ ସହିତ ଯୋଡାଯାଇଛି

ପଳାଶ ମୁଛଲଙ୍କୁ ନେଇ ସୋସିଆଲ ମିଡିଆରେ ଏକ ନୂଆ ଦାବି କରାଯାଉଛି। ଅନେକ ହ୍ୟାଣ୍ଡେଲ ଦାବି କରୁଛନ୍ତି ଯେ ପ୍ରଥମ ଦିନରୁ ପଳାଶ ମୁଛଲଙ୍କ ନାମ ଯାହାଙ୍କ ସହ ଯୋଡା ହୋଇଛି ସେ ହେଉଛନ୍ତି ନନ୍ଦିକା ଦ୍ୱିବେଦୀ। ତଥାପି, ଏହି ଦାବି ଉପରେ କୌଣସି ଅଫିସିଆଲି ସୂଚନା ଦିଆଯାଇ ନାହିଁ। ବର୍ତ୍ତମାନ। ସୋସିଆଲ ମିଡିଆରେ କେବଳ କଳ୍ପନାଜଳ୍ପନା ଘୂରି ବୁଲୁଛି। ପଳାଶ ମୁଛଲଙ୍କ ବିରୋଧରେ ଅଭିଯୋଗ ଉପରେ ଉଭୟ ପରିବାର ନୀରବତା ଅବଲମ୍ବନ କରିଛନ୍ତି। ପଲାଶଙ୍କ ଟିମ ମଧ୍ୟ ସୋସିଆଲ ମିଡିଆରେ କୌଣସି ସ୍ପଷ୍ଟୀକରଣ ଜାରି କରିନାହାନ୍ତି। ଯାହା ଏହି ଗୁଜବକୁ ସତ ବୋଲି ପ୍ରମାଣିତ କରୁଛି।

ଏହାସହ ପଢ଼ନ୍ତୁ: ସ୍ମୃତିଙ୍କୁ ଧୋକା ଦେଇନାହାନ୍ତି ପଲାଶ: ମୁହଁ ଖୋଲିଲେ ମିଷ୍ଟ୍ରି ଗର୍ଲ ମେରୀ

କୋରିଓଗ୍ରାଫର ନନ୍ଦିକା ଦ୍ୱିବେଦୀ କିଏ?

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ସୂଚନା ଅନୁଯାୟୀ, ନନ୍ଦିକା ଦ୍ୱିବେଦୀ ଜଣେ ଡ୍ୟାନ୍ସର। ପୀୟୁଷ ଭଗତ ଏବଂ ସାଜିଆ ସାମଜୀଙ୍କ ସହ କାମ କରିଛନ୍ତି। ସେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଶିଖର ଧାୱନଙ୍କ ହିଟ୍ ଗୀତ "ବେସୋସ୍" ରେ ମଧ୍ୟ କାମ କରିଥିଲେ। ସେ ମାନସିମରନଙ୍କ ମ୍ୟୁଜିକ୍ ଭିଡିଓ "ତେରେ ପିଛେ" ରେ ମଧ୍ୟ ମୁଖ୍ୟ ମୁଖ୍ୟଭୂମିକାରେ ନଜର ଆସିଥିଲେ।

ଏହାସହ ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ ମୁଚ୍ଛାଲ ? ଭାଇରାଲ ହେଉଛି ସ୍କ୍ରିନ୍‌ସଟ୍‌...


ତାଙ୍କର ଇନଷ୍ଟାଗ୍ରାମ ବାୟୋରୁ ଜଣାପଡ଼ିଛି ଯେ ସେ ମୁମ୍ବାଇରେ ମଧ୍ୟ ନୃତ୍ୟ ଶିଖାନ୍ତି। ଯଦି ସୋସିଆଲ ମିଡିଆରେ ହେଉଥିବା ଅନୁମାନକୁ ବିଶ୍ୱାସ କରାଯାଏ, ତେବେ ସ୍ମୃତିଙ୍କ ସଙ୍ଗୀତ ଫଙ୍କସନରେ ନନ୍ଦିତା ପଲାଶ ମୁଛଲଙ୍କୁ ନୃତ୍ୟ ଶିଖାଇବା ପାଇଁ ଯୋଗ ଦେଇଥିଲେ। ଏହା ବ୍ୟତୀତ, ପଲାଶଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଜଣାପଡ଼ୁଛି। ତେବେ ଏହି କଥାରେ କୌଣସି ଅଫିସିଆଲ ସ୍ପଷ୍ଟୀକରଣ ଏଯାଏ ଦିଆଯାଇନାହିଁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A New Actress Enters Palash Muchhal’s Life | Argus News