Videos
|
Gold

Gold Price Today / ସୁନାରେ ବଡ଼ ହ୍ରାସ, ସର୍ବୋଚ୍ଚ ସ୍ତରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଗୋଲ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ସୁନାରେ ବଡ଼ ହ୍ରାସ, ସର୍ବୋଚ୍ଚ ସ୍ତରରୁ  ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଗୋଲ୍ଡ
Gold Price

Key Points

ପୁଣି ଶସ୍ତା ହେଲା ଗୋଲ୍ଡ ଓ ସିଲଭର ଦର
କେତେ କମିଲା ମୂଲ୍ୟ ?
ଜାଣନ୍ତୁ ନୂଆ ରେଟ୍
ସୁନା କିଣିବାକୁ ଅପେକ୍ଷା କରୁଥିଲେ କି ? ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ସୁନା ଓ ରୁପା ଦରରେ ପୁଣିଥରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ବିଶେଷ କରି ରୁପା ଦାମରେ ହଠାତ୍ ବଡ଼ ହ୍ରାସ ଦେଖିବାକୁ ମିଳିଥିବା ବେଳେ ସୁନା ମଧ୍ୟ ଶସ୍ତା ହୋଇଛି । ଯାହାଫଳରେ ନିବେଶକ ଓ ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ନଜର ଏବେ ବଜାର ଉପରେ ରହିଛି । ତେବେ ଆଜି ସୁନା ଓ ରୁପାର ଦର କେତେ କମିଛି ଏବଂ ଆଗକୁ ଏହାର ପ୍ରଭାବ କ'ଣ ହୋଇପାରେ ? ଆସନ୍ତୁ ଜାଣିବା...

ସୁନା-ରୁପା ଦାମରେ ବଡ଼ ହ୍ରାସ

ସୁନା ଓ ରୁପା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପୁଣିଥରେ ଏହି ମୂଲ୍ୟବାନ ଧାତୁର ଦାମରେ ହ୍ରାସ ଦେଖାଦେଇଛି । ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦର ହ୍ରାସ ପାଇଛି । ବିଶେଷ କରି ରୁପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି ।

MCX ରେ ୧ କିଲୋଗ୍ରାମ ରୁପା ଦାମ୍‌ ଗୋଟିଏ ଝଟକାରେ ୧,୪୨୯ ଟଙ୍କା କମିଯାଇଛି । ଗୁରୁବାର କାରବାର ଶେଷରେ ୪ ସେପ୍ଟେମ୍ବର ଏକ୍ସପାୟରି ଥିବା ରୁପା ଫ୍ୟୁଚର୍ସ ଦାମ ୨,୧୯,୯୬୭ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା । କିନ୍ତୁ ଶୁକ୍ରବାର ବଜାର ଖୋଲିବା ସହିତ ଏହା ଖସି ୨,୧୮,୫୩୮ ଟଙ୍କା ପ୍ରତି କିଲୋଗ୍ରାମକୁ ପହଞ୍ଚିଥିଲା ।

ରୁପା ଦାମ ଜାନୁଆରୀ ୨୯ ତାରିଖର ଲାଇଫ୍ ଟାଇମ୍ ହାଇ ଲେଭେଲ୍‌ ତୁଳନାରେ ଏବେ ବହୁତ ଶସ୍ତା ହୋଇଛି । ସେହି ସମୟରେ ରୁପା ଦାମ ୪,୨୦,୦୪୮ ଟଙ୍କା ପ୍ରତି କିଲୋଗ୍ରାମର ଐତିହାସିକ ସ୍ତରରେ ପହଞ୍ଚିଥିଲା । ବର୍ତ୍ତମାନ ଦର ସହ ତୁଳନା କଲେ ଏହା ପ୍ରାୟ ୨,୦୧,୫୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ଉପଲବ୍ଧ ହେଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜୁଲାଇ ମାସରେ ମଧ୍ୟ ରୁପା ଦାମରେ ବଡ଼ ପରିବର୍ତ୍ତନ ଆସିଛି । ମାସର ପ୍ରଥମ ଦିନ ଅର୍ଥାତ୍ ୧ ଜୁଲାଇରେ ୧ କିଲୋଗ୍ରାମ ରୂପା ଦାମ ୨,୩୦,୩୮୪ ଟଙ୍କା ଥିଲା । କିନ୍ତୁ ଆଜି ୧ କିଲୋଗ୍ରାମ ରୁପା ମୂଲ୍ୟ ୨,୧୮, ୫୩୮ ରହିଛି । ଅର୍ଥାତ ମାସେ ମଧ୍ୟରେ ରୁପା ପ୍ରାୟ ୧୧,୮୪୬ ଟଙ୍କା ପର୍ଯ୍ୟନ୍ତ କମିଛି ।

କେବଳ ରୁପା ନୁହେଁ, ସୁନା ଦର ମଧ୍ୟ ହ୍ରାସ ପାଇଛି । MCXରେ ୫ ଅଗଷ୍ଟ ଏକ୍ସପାୟରି ଥିବା ୨୪ କ୍ୟାରେଟ୍ ସୁନା ଫ୍ୟୁଚର୍ସ ଦାମ୍‌ ଗୁରୁବାର କାରବାର ଶେଷରେ ୧,୪୩,୨୩୨ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । କିନ୍ତୁ ଶୁକ୍ରବାର ବଜାର ଖୋଲିବା ସହିତ ଏହା ୧,୪୨,୨୫୩ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ସୁନା ଦାମରେ ପ୍ରତି ୧୦ ଗ୍ରାମ ପିଛା ୯୭୯ ଟଙ୍କା ଶସ୍ତା ହୋଇଛି ।

ସୁନା ମଧ୍ୟ ନିଜର ସର୍ବୋଚ୍ଚ ସ୍ତରରୁ ଏବେ ବହୁତ ତଳକୁ ଆସିଛି । ଜାନୁଆରୀ ୨୯ ତାରିଖରେ MCX ଗୋଲ୍ଡ ପ୍ରଥମ ଥର ପାଇଁ ୨ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଥିଲା । କିନ୍ତୁ ଏହା ପରେ ଲଗାତାର ଭାବେ ଦରରେ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନର ଦର ସହ ତୁଳନା କଲେ ସୁନା ନିଜର ହାଇ ଲେଭେଲ୍‌ରୁ ପ୍ରାୟ ୬୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଛି ।