Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ

Rashmita Mishra
Browse all articles by Rashmita Mishra
·5 months ago·3 min read
 ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ
zodiac sign finance

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ମେଷ-
ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ । କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ । ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ଦୂର ଯାତ୍ରାରେ ସଫଳ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ

ବୃଷ-
କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ସାମାଜିକସ୍ତରରେ ନିଜକୁ ଠିକ୍ ଭାବେ ଚଳାଇନେଇ ପାରିବେନାହିଁ। ଅଟକିଥିବା କାର‌୍ୟ୍ୟ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ପରିବାରରେ ଆପଣଙ୍କର ଗୁଣର ପ୍ରଶଂସା ହୋଇପାରେ । ଜୀବନ ସାଥୀଙ୍କ ସହିତ ରାତ୍ରୀ ଭୋଜନ ପାଇଁ ଯୋଜନା କରିବେ । ପ୍ରଶାସନ ସହିତ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ । ନୂତନ ଆୟର ଉତ୍ସ ବିକାଶ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ-
ପାରିବାରିକ ସମସ୍ୟା ସୁଧାରିନେବା ପାଇଁ ପ୍ରଯତ୍ନ କରି ଉପକୃତ ହେବେ। ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର‌୍ୟ୍ୟରୁ ପ୍ରଶଂସିତ ହୋଇପାରନ୍ତି। ଆଲୋଚନା ସମୟରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିହେତୁ ତାହା ମାନସିକ ଅଶାନ୍ତିର କାରଣ ହୋଇପାରେ। କୌଣସି ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର‌୍ୟ୍ୟ ସ୍ଥଗିତ ରହିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ-
ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ । ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବା ପାଇଁ ଚେଷ୍ଟା କରିପାରନ୍ତି । ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତିରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରିନେବେ। କାର‌୍ୟ୍ୟବ୍ୟସ୍ତତା ଯୋଗୁ ଘରକଥା ବୁଝିବାକୁ ସମୟ ପାଇବେନାହିଁ। କଚେରି ମାମଲା ମନ୍ଥର ହେବା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ସାଂସ୍କୃତିକ କାର‌୍ୟ୍ୟକ୍ରମରେ ନିଜକୁ ସାମିଲ୍ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର-ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ । ବନ୍ଧୁ ଓ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାଇବେ ।ଆପଣଙ୍କର ବିଚାର ସକରାତ୍ମକ ରହିବ । ରାଜନେତାଙ୍କ ଲାଗି ଭଲ ଦିନଟିଏ । ନୂତନ ପ୍ରକଳ୍ପ ପାଇଁ ଯୋଜନା କରିପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।ସହକର୍ମୀଙ୍କ ସହିତ ଟଙ୍କାପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ପରାମର୍ଶ କାମକୁ ଆସିବ। ଜମିଜମା କାରବାରରେ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର-ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ-
କୌଣସି ନୂତନ ବନ୍ଧୁ ବ୍ୟକ୍ତି ସହିତ ଭେଟ ହେବେ । ଅସହାୟତା କାରଣରୁ ନିଜ ବୈବାହିକ ଜୀବନରେ ଛନ୍ଦି ହେବେ । ଆଜି ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ । ନବ ବିବାହିତା କୌଣସି ଧର୍ମାନୁଷ୍ଠାନ ଯିବେ ।ପିଲାମାନଙ୍କ ଆଚରଣରେ ଅତିଷ୍ଟ ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ

ପଢ଼ନ୍ତୁ ଏହି ଖବର: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ...


ମକର-
ଆରୋଗ୍ୟଲାଭ, ପାରିବାରିକ ଶାନ୍ତି ସହ ବ୍ୟବସାୟ ସନ୍ତୋଷଜନକ ରହିବ। ସହକର୍ମୀ କିମ୍ବା ଆମତ୍ୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଅଫିସରଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇଯିବେ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମ, କ୍ରୀଡ଼ା ଓ ମନୋରଞ୍ଜନ କାର‌୍ୟ୍ୟକ୍ରମରେ ପ୍ରଶଂସା ମିଳିବ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
ଦୀର୍ଘ ଦିନରୁ ଅଟକିଥିବା କାମ ସଂମ୍ପୂର୍ଣ୍ଣ ହେବ । ଆୟ ଅନୁଯାୟୀ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିପାରିବେ । ସାମାଜିକ ସ୍ତରରେ ଖ୍ୟାତି ହେବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବାଯୋଗେ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ-
ବାଣିଜ୍ୟ, ଯୋଗାଯୋଗ, ବନ୍ଧୁଙ୍କୁ ପ୍ରତୀକ୍ଷା ଏବଂ କାର‌୍ୟ୍ୟାରମ୍ଭ କ୍ଷେତ୍ରରେ ବ୍ୟତିକ୍ରମର ଆଶଙ୍କା ରହିଛି। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ବିଭିନ୍ନ ଯୋଜନା କରି ସଫଳତା ପାଇବେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। ବ୍ୟବସାୟିକ ସଫଳତା ମିଳିବ। କର୍ମକ୍ଷେତ୍ରରେ ଫାଇଲ କାମ ବଢ଼ିଯାଇ ପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Financial Growth Ahead for People of This Zodiac Sign | Argus News